ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରେପୋ ରେଟ୍ କଣ ? ଜାଣନ୍ତୁ ଅର୍ଥ ବ୍ୟବସ୍ଥାକୁ କିପରି କରେ ପ୍ରଭାବିତ

Published By : Ankita S | February 8, 2025 8:44 AM

ନୂଆଦିଲ୍ଲୀ,୮/୦୨: ବଜେଟ୍ ପରେ ମଧ୍ୟବିତ୍ତଙ୍କୁ ଆରବିଆଇ ଭେଟି ମିଳିଛି । ଏବେ କମିବ ସୁଧହାର ଶସ୍ତା ହେବ ଋଣ । ଇଏମଆଇ ବୋଝ କମ୍ ହେବ । ୫ ବର୍ଷ ପରେ ରେପୋ ରେଟ୍ ପରିବର୍ତ୍ତନ ହୋଇଛି । .୨୫% ରେପା ରେଟ୍ ହ୍ରାସ ହୋଇଛି । ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତକୁ ଖସିଛି । ଆରବିଆଇ ମନିଟାରୀ ପଲିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।  ଆପଣ କେବେ ରେପୋ ରେଟ୍ ସମ୍ପର୍କରେ ଶୁଣିଛନ୍ତି କି ? ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହାର କଣ ପ୍ରଭାବ ରହିଛି ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ରେପୋ ରେଟ୍ କଣ ? ଅର୍ଥ ଓ ଅର୍ଥଶାସ୍ତ୍ରର ଦୁନିଆରେ ରେପୋ ରେଟର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପଡିଥାଏ । ସରଳରେ କହିବାକୁ ଗଲେ ରେପୋର ଅର୍ଥ (କ୍ରୟ ଚୁକ୍ତିନାମା) । ଏହା ଏକ ସୁଧହାର ଯେଉଁଥିରେ କମର୍ସିଆଲ୍ ବ୍ୟାଙ୍କଗୁଡିକ କେନ୍ଦ୍ରୀୟ ବ୍ୟାଙ୍କଠୁ ଟଙ୍କା ଧାର ନିଏ । ଯେବେ କମର୍ସିଆଲ ବ୍ୟାଙ୍କକୁ ତାର ଦୈନିକ ଆବଶ୍ୟକତାକୁ ପୁରା କରିବାକୁ ଟଙ୍କା ଦରକାର ହୁଏ ସେବେ ଟଙ୍କା ଉଧାର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସହ ସମ୍ପର୍କ କରିଥାଏ । ଯେଉଁ ସୁଧ ହାରରେ ବ୍ୟାଙ୍କ ଟଙ୍କା ନିଏ ତାକୁ ରେପୋ ରେଟ୍ କୁହାଯାଏ ।

କିପରି କାମ କରେ ରେପୋ ରେଟ୍ ? ଭାବନ୍ତୁ ଆପଣ ଏକ କମର୍ସିଆଲ ବ୍ୟାଙ୍କ । ଆପଣଙ୍କ ଗ୍ରାହକଙ୍କୁ ଦେୟ ପାଇଁ କିଛି ଟଙ୍କା ଆବଶ୍ୟକ ତେବେ ଆପଣ କାହାଠୁ ଟଙ୍କା ଉଧାର ନେଇ ପାରିବେ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ଯାଆନ୍ତୁ । କେନ୍ଦ୍ରୀୟ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଧାର ଦେବାକୁ ସହମତ । ଆପଣଙ୍କୁ ଠିକ୍ ସମୟରେ ସୁଧ ସହ ମୂଳ ଫେରାଇବାକୁ ପ୍ରତିଶ୍ରୁତି  ଦେବାକୁ ପଡିବ । ଏହି ସମୟରେ ରେପୋ ରେଟ୍ କାମରେ ଆସିଥାଏ ।

ଏହା ବି ପଢନ୍ତୁ...୫ ବର୍ଷ ପରେ ଖସିଲା ରେପୋ ରେଟ୍; ୬.୫୦%ରୁ ହେଲା ୬.୨୫% , ଶସ୍ତା ହେବ EMI

ଆରବିଆଇ କାମ କଣ ? ଆମ ଦେଶର ବ୍ୟାଙ୍କ ଗୁଡିକ ମଧ୍ୟରେ ମୁଖିଆ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଦେଶରେ ଯେଉଁ ସରକାରୀ ଓ ବେସରକାରୀ ବ୍ୟାଙ୍କ ଚାଲୁଛି ଏମାନଙ୍କ କାମ ଦେଖିବା ରଜର୍ଭ ବ୍ୟାଙ୍କର କାମ । ରିଜର୍ଭ ବ୍ୟାଙ୍କ ଗୋଟିଏ ନୀତି ପ୍ରସ୍ତୁତ କରି ଏହି ସମସ୍ତ ବ୍ୟାଙ୍କକୁ ପ୍ରଦାନ କରିଥାଏ । ଯେଉଁ ଆଧାରରେ ବ୍ୟାଙ୍କଗୁଡିକ କାମ କରିଥାନ୍ତି । ସଞ୍ଜୟ ମଲହୋତ୍ରା ବର୍ତ୍ତମାନ ଆରବିଆଇର ଗଭର୍ଣ୍ଣର ଅଛନ୍ତି । ଗତକାଲି (ଶୁକ୍ରବାର) ମନିଟାରୀ ପିଲିସି ବୈଠକରେ ରେପୋ ରେଟ୍ ହ୍ରାସ ହେବା ନେଇ ଘୋଷଣା କରିଥିଲେ ।

ଅର୍ଥ ବ୍ୟବସ୍ଥାରେ ପ୍ରଭାବ- ରେପୋ ରେଟ ଅର୍ଥ ବ୍ୟବସ୍ଥାରେ ସୁଧ ହାର ଉପରେ ପ୍ରଭାବ ପକାଏ । ଯେବେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ ବଢାଏ ତେବେ କମର୍ସିଆଲ ବ୍ୟାଙ୍କ ଉପଭୋକ୍ତାଙ୍କୁ ଓ ବ୍ୟବସାୟୀଙ୍କୁ ଲୋନ୍ ପାଇଁ ତାର ସୁଧ ହାର ବଢାଇଥାଏ । ଉଧାର ନେବା ଅଧିକ ମହଙ୍ଗା ହୋଇଥାଏ । ଘର, କାର ଓ ନିବେଶରେ ଖର୍ଚ୍ଚ କମ୍ ହୋଇଥାଏ । ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିବାକୁ ରେପୋ ରେଟ୍ ଏକ ମହତ୍ତ୍ବପୂର୍ଣ୍ଣ ଉପକରଣ ପରି ହୋଇଥାଏ । ରେପୋ ରେଟ୍ ଯେତେ କମିବ ଦେଶର ସାଧାରଣ ଲୋକଙ୍କୁ ସେତିକି ଫାଇଦା ମିଳିବ । ରେପୋ ରେଟ୍ କମ ରହିବା ଅର୍ଥ ବ୍ୟାଙ୍କ ଗୁଡିକ ପାଖରେ ଅଧିକ ଟଙ୍କା କ୍ୟାସ ଆକାରରେ ଉପଲବ୍ଧ ରହିଛି । ବ୍ୟାଙ୍କ ଯଦି ମାଲାମାଲ ହୁଏ ତେବେ ଲୋକଙ୍କ ଉପରେ କମ ଚାପ ପଡିବ । ଅର୍ଥାତ ବ୍ୟାଙ୍କ ଗୁଡିକ କମ୍ ସୁଧ ଆଦାୟ କରିବ । ଋଣ ବି ଶସ୍ତା ହେବ । ଯଦି କମ୍ ସୁଧରେ ଋଣ ମିଳିଲା ତେବେ ଘର ଗାଡି କିଣିବା ଆଦିରେ ଇଏମଆଇ କମ୍ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.