ନୂଆଦିଲ୍ଲୀ : ରନିଂ ଏକ ବେସିକ୍‌ ଏକ୍ସରସାଇଜ୍‌, ଯାହା ଓଭରଅଲ୍‌ ହେଲଥ୍‌କୁ ପ୍ରମୋଟ କରିଥାଏ। ଏଥିରେ ହାର୍ଟ ହେଲଥ୍‌ ତ ସୁଧୁରି ଥାଏ , ଏହାସହ ଓଜନ ହ୍ରାସ ମଧ୍ୟ ହୋଇଥାଏ। କିନ୍ତୁ ଯେଉଁ ଲୋକ ନୂଆ ନୂଆ ରନିଂ କରିବା ଶିଖି ଥାନ୍ତି , ସେମାନଙ୍କୁ ଦୌଡ଼ିବାରେ ସମସ୍ୟା ହୋଇଥାଏ ଏବଂ ଅନେକ ଥର ବୟସ ମୁତାବିକ ମଧ୍ୟ ଏହି ସମସ୍ୟା ବଢି ଚାଲେ। ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରାରମ୍ଭିକ ଭାବେ ସର୍ବଦା ଛୋଟ ଛୋଟ ଲକ୍ଷ୍ୟ ନେଇ ରନିଂ କରିବା ଉଚିତ୍‌। 

ପ୍ରଥମ ଦିନ ହିଁ ଦ୍ରୁତ ଗତିରେ ଓ ଅଧିକ ଦୂରତା ଯିବାର ନିଷ୍ପତ୍ତି ନେବାରୁ ନିବୃତ୍ତ ରହିବା ଉଚିତ୍। କିନ୍ତୁ ଆପଣ ଜାଣନ୍ତି କି, ବୟସ ମୁତାବିକ, ଏକ ନିର୍ଦ୍ଦିଷ୍ଟ ସ୍ପିଡ୍‌ ସ୍ଥିର କରାଯାଇଛି, ସେହି ଅନୁସାରେ ସମସ୍ତଙ୍କୁ ଦୌଡ଼ିବା ଉଚିତ୍‌। ଯଦି ଏଥିରୁ କାହାର ସ୍ପିଡ୍‌ କମ୍‌ ଥିବା ଦେଖାଯାଏ ତ , ତାଙ୍କୁ କୌଣସି ଶାରୀରିକ ସମସ୍ୟା ହୋଇ ଥାଇ ପାରେ।

ନିକଟରେ ମ୍ୟାନହଟ୍ଟନରେ ଲାଇଫ୍‌ ଟାଇମ୍‌ ସ୍କାଇର ରନିଂ କୋଚ୍‌ ଗ୍ୟୁସେପ୍ପେ କୈରୋନା କହିଛନ୍ତି , ଏକ ମାଇଲର ଦୂରତା ସ୍ଥିର କରିବା ପାଇଁ ପ୍ରତି ବୟସର ଲୋକଙ୍କୁ କେତେ ସମୟ ଲାଗିବା ଉଚିତ୍‌। କିନ୍ତୁ ଆପଣଙ୍କର ଏହି ସମୟ ଆପଣଙ୍କର ବୟସ , ଲିଙ୍ଗ , ବ୍ରେକ୍‌ଫାଷ୍ଟ ଆଦି ଉପରେ ନିର୍ଭର କରିବ। ସାଧାରଣ ମଣିଷ ୯-୧୦ ମିନିଟ୍‌ ପ୍ରତି ମାଇଲର ଗତିରେ ଦୌଡ଼ିବା ଉଚିତ। ରନର୍ସ ୭ ମିନିଟ୍‌ ଓ ଟପ୍‌ ଆଥଲେଟ୍‌ ୫ ମିନିଟ୍‌ରେ ୧ମାଇଲର ଦୂରତା ଅତିକ୍ରମ କରନ୍ତି। 

ବୟସ ମୁତାବିକ , ୧ ମାଇଲ (୧.୬ କିଲୋମିଟର)ର ଦୂରତା ଗତି କରିବାରେ ଲାଗୁଥିବା ସମୟ ଏହି ପ୍ରକାରର –

ବୟସ ୨୦-୩୦ ବର୍ଷ : ପୁରୁଷଙ୍କ ହାରାହାରି ସମୟ ୬:୩୭ ମିନିଟ୍‌, ମହିଳାଙ୍କ ୭ :୪୯ ମିନିଟ୍‌ । 

ବୟସ ୩୦-୪୦ ବର୍ଷ : ପୁରୁଷଙ୍କ ହାରାହାରି ସମୟ ୬ : ୪୭ ମିନିଟ୍‌ , ମହିଳାଙ୍କ ୭ : ୪୯ ମିନିଟ୍‌ ।

ବୟସ ୪୦-୫୦ ବର୍ଷ : ପୁରୁଷଙ୍କ ହାରାହାରି ସମୟ ୭: ୧୪ ମିନିଟ୍‌ , ମହିଳାଙ୍କ ୮: ୧୭ ମିନିଟ୍‌ ।

ବୟସ ୫୦-୬୦ ବର୍ଷ : ପୁରୁଷଙ୍କ ହାରାହାରି ସମୟ ୭ : ୫୦ ମିନିଟ୍‌ , ମହିଳାଙ୍କର ୯ : ୧୧ ମିନିଟ୍‌ ।

କୈରୋନାଙ୍କ କହିବାନୁସାରେ , ଏହି ସ୍ପିଡରେ ପହଞ୍ଚିବା ପାଇଁ ଆପଣଙ୍କୁ ସପ୍ତାହରେ ୪-୫ ଥର ରନିଂ କରିବାକୁ ହେବ। ଯଦି ଆପଣ ଏକ ମାଇଲ୍ ମଧ୍ୟ ଭଲ ଗତିରେ ଦୌଡି ପାରିବେ ନାହିଁ ତ ଏହାର ଅର୍ଥ ଯେ ଆପଣଙ୍କୁ ନିଜର ହାର୍ଟ ହେଲଥ୍‌ ଉପରେ ଧ୍ୟାନ ଦେବାକୁ ହେବ ଏବଂ ଓଭରଓଲ୍‌ ହେଲଥ୍‌ରେ ସୁଧାର କରିବାକୁ ହେବ। 

ଯଦି ଆପଣ ଏବେ ଠାରୁ ପ୍ରାକ୍ଟିସ୍‌ କରିବାକୁ ଚାହାନ୍ତି ତ କୈରୋନା ଦୁଇ ବା ତିନି ମିନିଟ୍‌ ଦୌଡ଼ିବା ଓ ୧-୨ ମିନିଟ୍‌ ଚାଲିବା ମଧ୍ୟରେ ବାରମ୍ୱାର ଅଭ୍ୟାସ କରିବାର ପରାମର୍ଶ ଦେଇଛନ୍ତି। ଯଦି ଆପଣ ନିଜର ରନିଂକୁ ବୃଦ୍ଧି କରିବାକୁ ଚାହାନ୍ତି ତ ରନିଂରେ ଘାଟି ଏରିଆ ସାମିଲ କରିବା , ଏଣ୍ଡ୍ୟୁରେନ୍ସ ବଢାଇବା , ସ୍ୱିମିଂ କରିବା , ସାଇକେଲ୍‌ ଚଲାଇବା ଓ ୱେଟ୍ ଟ୍ରେନିଂ କରିବା ସାମିଲ କରି ପାରନ୍ତି।