ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବୟସ ଅନୁସାରେ କେତେ ରହିବା ଉଚିତ୍‌ ରନିଂ ସ୍ପିଡ୍‌ ? ଲିମିଟ୍‌ ଠାରୁ କମ୍‌ ଗତି ହେବା ବିପଦର ସଙ୍କେତ !

Published By : Prameya | March 14, 2025 11:07 PM

ନୂଆଦିଲ୍ଲୀ : ରନିଂ ଏକ ବେସିକ୍‌ ଏକ୍ସରସାଇଜ୍‌, ଯାହା ଓଭରଅଲ୍‌ ହେଲଥ୍‌କୁ ପ୍ରମୋଟ କରିଥାଏ। ଏଥିରେ ହାର୍ଟ ହେଲଥ୍‌ ତ ସୁଧୁରି ଥାଏ , ଏହାସହ ଓଜନ ହ୍ରାସ ମଧ୍ୟ ହୋଇଥାଏ। କିନ୍ତୁ ଯେଉଁ ଲୋକ ନୂଆ ନୂଆ ରନିଂ କରିବା ଶିଖି ଥାନ୍ତି , ସେମାନଙ୍କୁ ଦୌଡ଼ିବାରେ ସମସ୍ୟା ହୋଇଥାଏ ଏବଂ ଅନେକ ଥର ବୟସ ମୁତାବିକ ମଧ୍ୟ ଏହି ସମସ୍ୟା ବଢି ଚାଲେ। ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରାରମ୍ଭିକ ଭାବେ ସର୍ବଦା ଛୋଟ ଛୋଟ ଲକ୍ଷ୍ୟ ନେଇ ରନିଂ କରିବା ଉଚିତ୍‌। 

ପ୍ରଥମ ଦିନ ହିଁ ଦ୍ରୁତ ଗତିରେ ଓ ଅଧିକ ଦୂରତା ଯିବାର ନିଷ୍ପତ୍ତି ନେବାରୁ ନିବୃତ୍ତ ରହିବା ଉଚିତ୍। କିନ୍ତୁ ଆପଣ ଜାଣନ୍ତି କି, ବୟସ ମୁତାବିକ, ଏକ ନିର୍ଦ୍ଦିଷ୍ଟ ସ୍ପିଡ୍‌ ସ୍ଥିର କରାଯାଇଛି, ସେହି ଅନୁସାରେ ସମସ୍ତଙ୍କୁ ଦୌଡ଼ିବା ଉଚିତ୍‌। ଯଦି ଏଥିରୁ କାହାର ସ୍ପିଡ୍‌ କମ୍‌ ଥିବା ଦେଖାଯାଏ ତ , ତାଙ୍କୁ କୌଣସି ଶାରୀରିକ ସମସ୍ୟା ହୋଇ ଥାଇ ପାରେ।

ନିକଟରେ ମ୍ୟାନହଟ୍ଟନରେ ଲାଇଫ୍‌ ଟାଇମ୍‌ ସ୍କାଇର ରନିଂ କୋଚ୍‌ ଗ୍ୟୁସେପ୍ପେ କୈରୋନା କହିଛନ୍ତି , ଏକ ମାଇଲର ଦୂରତା ସ୍ଥିର କରିବା ପାଇଁ ପ୍ରତି ବୟସର ଲୋକଙ୍କୁ କେତେ ସମୟ ଲାଗିବା ଉଚିତ୍‌। କିନ୍ତୁ ଆପଣଙ୍କର ଏହି ସମୟ ଆପଣଙ୍କର ବୟସ , ଲିଙ୍ଗ , ବ୍ରେକ୍‌ଫାଷ୍ଟ ଆଦି ଉପରେ ନିର୍ଭର କରିବ। ସାଧାରଣ ମଣିଷ ୯-୧୦ ମିନିଟ୍‌ ପ୍ରତି ମାଇଲର ଗତିରେ ଦୌଡ଼ିବା ଉଚିତ। ରନର୍ସ ୭ ମିନିଟ୍‌ ଓ ଟପ୍‌ ଆଥଲେଟ୍‌ ୫ ମିନିଟ୍‌ରେ ୧ମାଇଲର ଦୂରତା ଅତିକ୍ରମ କରନ୍ତି। 

ବୟସ ମୁତାବିକ , ୧ ମାଇଲ (୧.୬ କିଲୋମିଟର)ର ଦୂରତା ଗତି କରିବାରେ ଲାଗୁଥିବା ସମୟ ଏହି ପ୍ରକାରର –

ବୟସ ୨୦-୩୦ ବର୍ଷ : ପୁରୁଷଙ୍କ ହାରାହାରି ସମୟ ୬:୩୭ ମିନିଟ୍‌, ମହିଳାଙ୍କ ୭ :୪୯ ମିନିଟ୍‌ । 

ବୟସ ୩୦-୪୦ ବର୍ଷ : ପୁରୁଷଙ୍କ ହାରାହାରି ସମୟ ୬ : ୪୭ ମିନିଟ୍‌ , ମହିଳାଙ୍କ ୭ : ୪୯ ମିନିଟ୍‌ ।

ବୟସ ୪୦-୫୦ ବର୍ଷ : ପୁରୁଷଙ୍କ ହାରାହାରି ସମୟ ୭: ୧୪ ମିନିଟ୍‌ , ମହିଳାଙ୍କ ୮: ୧୭ ମିନିଟ୍‌ ।

ବୟସ ୫୦-୬୦ ବର୍ଷ : ପୁରୁଷଙ୍କ ହାରାହାରି ସମୟ ୭ : ୫୦ ମିନିଟ୍‌ , ମହିଳାଙ୍କର ୯ : ୧୧ ମିନିଟ୍‌ ।

କୈରୋନାଙ୍କ କହିବାନୁସାରେ , ଏହି ସ୍ପିଡରେ ପହଞ୍ଚିବା ପାଇଁ ଆପଣଙ୍କୁ ସପ୍ତାହରେ ୪-୫ ଥର ରନିଂ କରିବାକୁ ହେବ। ଯଦି ଆପଣ ଏକ ମାଇଲ୍ ମଧ୍ୟ ଭଲ ଗତିରେ ଦୌଡି ପାରିବେ ନାହିଁ ତ ଏହାର ଅର୍ଥ ଯେ ଆପଣଙ୍କୁ ନିଜର ହାର୍ଟ ହେଲଥ୍‌ ଉପରେ ଧ୍ୟାନ ଦେବାକୁ ହେବ ଏବଂ ଓଭରଓଲ୍‌ ହେଲଥ୍‌ରେ ସୁଧାର କରିବାକୁ ହେବ। 

ଯଦି ଆପଣ ଏବେ ଠାରୁ ପ୍ରାକ୍ଟିସ୍‌ କରିବାକୁ ଚାହାନ୍ତି ତ କୈରୋନା ଦୁଇ ବା ତିନି ମିନିଟ୍‌ ଦୌଡ଼ିବା ଓ ୧-୨ ମିନିଟ୍‌ ଚାଲିବା ମଧ୍ୟରେ ବାରମ୍ୱାର ଅଭ୍ୟାସ କରିବାର ପରାମର୍ଶ ଦେଇଛନ୍ତି। ଯଦି ଆପଣ ନିଜର ରନିଂକୁ ବୃଦ୍ଧି କରିବାକୁ ଚାହାନ୍ତି ତ ରନିଂରେ ଘାଟି ଏରିଆ ସାମିଲ କରିବା , ଏଣ୍ଡ୍ୟୁରେନ୍ସ ବଢାଇବା , ସ୍ୱିମିଂ କରିବା , ସାଇକେଲ୍‌ ଚଲାଇବା ଓ ୱେଟ୍ ଟ୍ରେନିଂ କରିବା ସାମିଲ କରି ପାରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.