ନୂଆଦିଲ୍ଲୀ,୨।୯: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସଙ୍ଘାଇ ସହଯୋଗ ସଂଗଠନ ମିଟିଂକୁ ସମ୍ବୋଧିତ କରି ଗ୍ଲୋବାଲ ଗଭର୍ନେନ୍ସ ଇନିଶିଏଟିଭ (ଜିଜିଆଇ)ର ପ୍ରସ୍ତାବ ରଖିଛି। ସେ କହିଛନ୍ତି, ଦୁନିଆରେ ବହୁପାକ୍ଷୀୟ ବ୍ୟବସ୍ଥା ହେବା ଦରକାର ଓ କୌଣସି ଏକ ଦେଶକୁ ହିଁ ସର୍ବଶକ୍ତିମାନ ଭାବିବା ଭୁଲ। ଜିନପିଙ୍ଗ ଏସସିଓ ନେତାଙ୍କୁ ସମ୍ବୋଧିତ କରି ଏହି କଥା କହିଛନ୍ତି। ଯାହାଉପରେ ରୁଷ ତୁରନ୍ତ ସହମତି ପ୍ରକାଶ କରିଥିଲା। ଏହାଛଡା ଭାରତ ମଧ୍ୟ ଏହାକୁ ନେଇ ସମ୍ମିତି ଜଣାଇଛି, କାରଣ ଦୀର୍ଘ ସମୟ ଧରି ପିଏମ୍ ମୋଦି ମଧ୍ୟ ଏହା କୁହନ୍ତି ଯେ, ବିଶ୍ବର ସମ୍ପକର୍ ସମାନତା ଆଧାରରେ ଠିକ୍ କରାଯିବା ଦରକାର। ଜିନପିଙ୍ଗଙ୍କ ଏହି ଫର୍ମୁଲା ସିଧା ସଳଖ ଭାବରେ ଆମେରିକା ପାଇଁ ଖୋଲା ଚ୍ୟାଲେଞ୍ଜ ପାଲଟିଛି, ଯିଏକି ଆଜିକାଲି ସବୁ ଦେଶ ଉପରେ ଟାରିଫ୍ ଲଗାଉଛି।
ଜିନପିଙ୍ଗ କହିଛନ୍ତି, ସବୁଠାରୁ ପ୍ରଥମେ ଆମକୁ ସମାନତା ଆଧାରରେ କଥା ହେବା ଦରକାର। ଆମକୁ ଏହା ମାନିବାକୁ ହେବ ଯେ, କ୍ଷେତ୍ରଫଳ, କ୍ଷମତା, ସମ୍ବଳ ବ୍ୟତୀତ ସବୁ ଦେଶକୁ ଏକା ଭଳି ମାନିବା ଦରକାର। ସମସ୍ତଙ୍କୁ ଗ୍ଲୋବାଲ ଗର୍ଭନେନ୍ସରେ ନିଷ୍ପତ୍ତି ନେବାର ସୁଯୋଗ ମିଳିଲେ ଲାଭାର୍ଥୀ ଭାବରେ ସମେସ୍ତେ ସମାନ। ଆମେ ବିଶ୍ବରେ ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ହେବ। ଏହାଛଡା ବିକାଶଶୀଳ ଦେଶକୁ ମଧ୍ୟ ସାମିଲ କରିବାକୁ ହେବ। ଆମେ ଅନ୍ତର୍ଜାତୀୟ ନିୟମ ସହ ବାନ୍ଧି ହୋଇ ରହିଛୁ, କିନ୍ତୁ ଏହାର ସଠିକ ଢଙ୍ଗରେ ଓ ୟୁଏନ୍ ଚାର୍ଟର ଅନୁସାରର ପାଳନ ହେଉ।
ଜିନପିଙ୍ଗ ଆହୁରି କହିଛନ୍ତି, ଅନ୍ତର୍ଜାତୀୟ ନିୟମକୁ ସମସ୍ତଙ୍କ ଉପରେ ସମାନ ଭାବରେ ଲାଗୁ କରିବା ଦରକାର। ଏଥିରେ କୌଣସି ଅନ୍ୟ ମାପଦଣ୍ଡ ରହିବା ଉଚିତ ନୁହେଁ। ଯେପରି କିଛି ଦେଶ ନିଜ ଢଙ୍ଗରେ ନିୟମ ଚଲାନ୍ତି ଓ ତାଙ୍କୁ ଅନ୍ୟ ଦେଶ ଉପରେ ତାକୁ ଚାପ ପକାଇବାକୁ ଚେଷ୍ଟା କରନ୍ତି। ସେ ତୃତୀୟ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ଯେ, ଆମେ ସବୁ ଲୋକଙ୍କୁ ବହୁପାକ୍ଷୀୟ ବ୍ୟବସ୍ଥାର କଥା କହିବା ଦରକାର। ଆମେ ଏକାଠି ମିଶି ଏହା ଉପରେ କଥା ହେବା ଉଚିତ। ଜିନପିଙ୍ଗଙ୍କ ଥିଓରି ଉପରେ ଭାରତ ସମେତ ବହୁ ଦେଶ ସହମତି ପ୍ରକାଶ କରିଛନ୍ତି। କିନ୍ତୁ ଆମେରିକା ପାଇଁ ଏହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ ପାଲଟିବ।