ନୂଆଦିଲ୍ଲୀ,୧୮।୧: ଆଗାମୀ ଦିନରେ ହ୍ବାଟସଆପ୍ରେ ଅନେକ ନୂତନ ଫିଚର୍ସ ଯୋଡି ହେବାକୁ ଯାଉଛି, ଯାହା ଉନ୍ନତ ଉନ୍ନତ ପ୍ରାଇଭେସୀ ଓ ନ୍ୟୁ କନଟ୍ରୋଲ ଦେବ। ଏଥିରେ କଭର ଇମେଜ୍ କନଟ୍ରୋଲ, ଲିଙ୍କ୍ ପ୍ରିଭ୍ୟୁ ଏବଂ ଷ୍ଟାଟସ୍ ପ୍ରାଇଭେସି ଇନଫୋ ଭଳି ନୂତନ ବିକଳ୍ପ ରହିଛି। ହ୍ବାଟସଆପ୍ ବର୍ତ୍ତମାନ ଏହି ଫିଚର୍ସର ପରୀକ୍ଷଣ କରୁଛି, ଏବଂ କିଛି ବିଟା ୟୁଜର୍ସଙ୍କୁ ଏହି ଫିଚର ମଧ୍ୟ ଦିଆଯାଇ ସାରିଛି। ଖୁବ୍ ଶୀଘ୍ର ଏହାକୁ ସବୁ ୟୁଜର୍ସଙ୍କ ପାଇଁ ଷ୍ଟେବଲ ଭର୍ସନରେ ଜାରି କରି ଦିଆଯିବ। ଏବେ ଏହି ଫିଚର୍ସ Android ଏବଂ iOS ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ। ଆସନ୍ତୁ ଏଗୁଡ଼ିକ ବିଷୟରେ ବିସ୍ତାର ଭାବରେ ଜାଣିବା।ହ୍ବାଟସଆପ୍ ବିଟା ଭର୍ସନରେ କଭର ଫଟୋ ପ୍ରାଇଭେସୀ ଫିଚରକୁ ନେଇ ଟେଷ୍ଟିଂ ହେଉଛି। ଏହି ଟେଷ୍ଟିଂ iOS 26.1.10.73 ବିଟାରେ ଚାଲିଛି। ଏହି କଭର ଫଟୋରେ ଏବେ ଅଧିକ ଉନ୍ନତ ପ୍ରାଇଭେସି କନଟ୍ରୋଲ ମିଳିବ,ଯାହାଦ୍ବାରା ୟୁଜର୍ସ ଏହି ନିଷ୍ପତ୍ତି ନେଇପାରିବେ ଯେ, ତାଙ୍କର ଫଟୋ କିଏ ଦେଖିପାରିବ ଏବଂ କିଏ ଦେଖିପାରିବ ନାହିଁ।
ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ବିଟା ଭର୍ସନ iOS 26.1.10.72 ରେ ପରୀକ୍ଷଣ କରାଯାଉଛି। ଏହା iOS ବ୍ୟବହାରକାରୀଙ୍କ ପାଇଁ ଅଧିକ ସଠିକ୍ ଷ୍ଟିକର ସଜେସନ୍ ମିଳିବ। ଏହି ଇମୋଜି ଆସିବା ପରେ ଏହା ଅଟୋମେଟିକ୍ ସଜେସନ୍ ଦେବ। ଆପ୍ ଷ୍ଟୋରରେ iOS 26.1.74 ଅପଡେଟ୍ ସହ ୟୁଜର୍ସ ସହଜରେ ଲିଙ୍କ ପ୍ରିଭ୍ୟୁକୁ ପଢିପାରିବେ। ତେବେ ବହୁତ ଲମ୍ବା ଲିଙ୍କ୍ ଦେଖିବା ବଦଳରେ ହ୍ବାଟସଆପ୍ କେବଳ ଜରୁରୀ ଇନଫରମେସନ୍ ଦେଖିଥାଏ, ଯେପରିକି ଇମେଜ ପ୍ରିଭ୍ୟୁ, ଓ୍ବେବସାଇଟ୍ ଦ୍ବାରା ୟୁଜ କରାଯାଇଥିବା ପ୍ରୋଟୋକଲ୍, ସେକେଣ୍ଡ ଲେଭଲ ଡୋମେନ୍ ନାମ ଓ ଟପ୍-ଲେବଲ୍ ଡୋମେନ୍ ନାମ। ତେବେ ଯଦି ୟୁଜର୍ସ ପୁରା ଲିଙ୍କ୍ ପାଥ୍ ଦେଖିବାକୁ ଚାହାଁନ୍ତି ତେବେ ଏଥିପାଇଁ ବବଲ୍ରେ ଡୋମେନ୍ ନେମ୍ରେ ଟ୍ୟାପ୍ କରି ହୋଲ୍ଡ କରି ରଖନ୍ତୁ।
WAbetainfo ଏହି ସପ୍ତାହରେ ପୋଷ୍ଟ କରିଛି ଯେ ଅନେକ ୟୁଜର୍ସଙ୍କ ଷ୍ଟାଟସ୍ ପ୍ରାଇଭେସି ଇନଫୋ ଫିଚର ଦେଖୁଛନ୍ତି। ହ୍ୱାଟସଆପର ଆଣ୍ଡ୍ରଏଡ୍ ବିଟା 2.26.2.9 ଇନଷ୍ଟଲ୍ କରିବା ପରେ, ଅନେକ ବିଟା ଟେଷ୍ଟର୍ସ କହିଛନ୍ତି, ପ୍ରତ୍ୟେକ ଷ୍ଟାଟସ୍ ଅପଡେଟ୍ ପାଇଁ ଲାଗୁ ହୋଇଥିବା ପ୍ରାଇଭେସି ସେଟିଂସ୍ ପୁନଃଯାଞ୍ଚ କରିବାର ଅପ୍ସନ ଆସୁଛି। ସେଭଳି ଷ୍ଟାଟସ୍ ଫ୍ରାଇଭେସି ଇନଫୋ ଭିତରେ ଷ୍ଟାଟସ୍ ଭ୍ୟୁଅର୍ସ ସଇଟ୍ ଦେଖିପାରିବେ। ଯେଉଁଥିରେ ଦିଆଯାଇଥିବା ଓଫରଫ୍ଲୋ ମେନ୍ୟୁକୁ ଯାଇ ୟୁଜର୍ସ ଅଡିୟନ୍ସ ସେକ୍ସନ ଓପନ କରିପାରିବେ। ଏଠାରେ ଦେଖିପାରିବେ ଯେ,ସେହି ଖାସ୍ ଷ୍ଟାଟସ୍ ଅପଡେଟ୍ ପାଇଁ କେଉଁ ପ୍ରାଇଭେସି ସେଟିଂ ବ୍ୟବହାର କରାଯାଇଛି।