ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସାବଧାନ ! ଗୋଟିଏ କ୍ଲିକ୍‌ରେ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, WhatsAppକୁ ଆସୁଛି ମିଥ୍ୟା ବିବାହ ନିମନ୍ତ୍ରଣ...

Published By : Ladu Kishor | November 14, 2024 11:01 PM

ନୂଆଦିଲ୍ଲୀ: ଭାରତରେ ବିବାହ ଋତୁ ଆରମ୍ଭ ହେବା କ୍ଷଣି ଏକ ନୂତନ ଠକେଇ ସାମ୍ନାକୁ ଆସିଛି , ଯେଉଁଥିରେ କି ମେସେଜିଙ୍ଗ୍ ଆପ୍ WhatsApp ମାଧ୍ୟମରେ ମିଥ୍ୟା ବିବାହ ନିମନ୍ତ୍ରଣ କାର୍ଡ ଡିଜିଟାଲ୍ ଭାବରେ ପଠାଇ ଏହି ଠକେଇ କରାଯାଉଛି । ଏଥିରେ ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରାଯାଉଛି । 

ଆଜିକାଲି ଅନଲାଇନ୍‌ରେ ବିବାହ ନିମନ୍ତ୍ରଣ କାର୍ଡ ପାଇବା ଏକ ଟ୍ରେଣ୍ଡ୍‌ରେ ପରିଣତ ହୋଇଗଲାଣି । ଆଉ ଏହି ସମୟରେ WhatsApp ମାଧ୍ୟମରେ ନିଜ ଫୋନ୍‌ରେ ବିବାହ ନିମନ୍ତ୍ରଣ ଭଳି କିଛି ଡାଉନ୍‌ଲୋଡ୍ କରିବା ବିପଦପୂର୍ଣ୍ଣ ହୋଇପଡିଛି । ସାଇବର ଅପରାଧି ମାନେ ୟୁଜର ମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହା ଦ୍ବାରା ଆପଣ ବି କେବେ ସାଇବର ଅପରାଧିଙ୍କ ସାମ୍ନା କରିପାରନ୍ତି, ଆଉ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ ।  

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନିକଟରେ ହିମାଚଳ ପ୍ରଦେଶ ପୋଲିସ ଲୋକ ମାନଙ୍କୁ APK ଫାଇଲ୍ ଆଟାଚମେଣ୍ଟ ଭାବରେ ମିଥ୍ୟା ବିବାହ ନିମନ୍ତ୍ରଣ ବୃଦ୍ଧି ପାଉଥିବା ସଚେତନ କରିଛି । ଏହି APK ଆଟାଚମେଣ୍ଟରେ ମାଲଓ୍ବେର ରହିଥାଏ। ଯଦି ଏହାକୁ ଗୋଟିଏ ଥର ଡାଉନଲୋଡ୍ କରାଯାଏ, ତେବେ ଆପଣଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହୋଇପାରେ, ଯାହାକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଇପାରେ । ହ୍ୟାକର୍ସ ମାନେ ବ୍ୟକ୍ତିଗତ ଡାଟା ପାଇବା ପରେ ବ୍ୟକ୍ତିକୁ ବିଭିନ୍ନ ପ୍ରକାର ବ୍ଲାକମେଲ୍ କରିପାରନ୍ତି ବୋଲି ମଧ୍ୟ ପୋଲିସ କହିଛି ।  

ଯଦି ଆପଣ କୌଣସି ଅଜଣା ନମ୍ବରରୁ କୌଣସି ବିବାହ ନିମନ୍ତ୍ରଣ ଫାଇଲ ଗ୍ରହଣ କରନ୍ତି, ତେବେ ତାହା ଉପରେ କ୍ଲିକ୍ କରନ୍ତୁ ନାହିଁ। ଆପଣଙ୍କ ଫୋନରେ କିଛି ଡାଉନଲୋଡ୍ କରିବା ପୂର୍ବରୁ ପ୍ରେରକ ଏବଂ ଫାଇଲକୁ ଯାଞ୍ଚ କରନ୍ତୁ। ଏଭଳି ମେସେଜ ଠାରୁ ଦୂରେଇ ରହିବାକୁ ପୋଲିସ କହିଛି । 

ଏହି ଠକେଇର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ଜାତୀୟ ହେଲ୍ପଲାଇନ ନମ୍ବର 1930 ରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ସରକାରୀ ପୋର୍ଟାଲ https://cybercrime.gov.in ରେ ପଞ୍ଜିକରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.