ନୂଆଦିଲ୍ଲୀ: ସାଧାରଣତଃ ଜଣେ ସାଧାରଣ ମଣିଷ ପକ୍ଷେ ଏହା ବୁଝିବା ଖୁବ୍‌ କଠିନ ହୋଇଥାଏ ଯେ, ତାହା କେଉଁ ପରିସ୍ଥିତି, ଯେଉଁଥିରେ ଏହା ସ୍ଥିର କରାଯାଏ ଯେ, ବ୍ରେନ୍‌ ଡେଡ୍‌ ହୋଇ ଯାଇଛି। ଏଥିପାଇଁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଏ , ଯାହାକି କି ସେହି ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ସ୍ଥିର କରାଯାଇ ଥାଏ ଯେ, କେଉଁ କେଉଁ ଡାକ୍ତର ଏଥିରେ ସାମିଲ ହେବେ ?

ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲର ଡା.ସନ୍ଦୀପ ଟିଭି-୯ ଭାରତବର୍ଷ ସହ ସ୍ୱତନ୍ତ୍ର ସାକ୍ଷାତରେ କହିଛନ୍ତି ଯେ, କୌଣସି ବି ରୋଗୀଙ୍କର ବ୍ରେନ୍‌ ଡେଡ୍‌ ହୋଇଗଲେ, ଏଥିପାଇଁ ଏକ ପ୍ରକ୍ରିୟା ହୋଇଥାଏ। ସେ କହିଛନ୍ତି - ସବୁଠୁ ହୃଦୟସ୍ପର୍ଶୀ କଥା ଏହା ଯେ, ଏଥିରେ ଟ୍ରାନ୍ସପ୍ଲାଣ୍ଟ ସହ ସମ୍ୱନ୍ଧିତ କୌଣସି ବି ଡାକ୍ତରଙ୍କୁ ସାମିଲ କରାଯାଇ ନଥାଏ। ବ୍ରେନ୍‌ ଡେଡ୍‌ ପାଇଁ ଗଠିତ ଟିମ୍‌ କିଛି ବିଶେଷ ଉପାୟର ଟେଷ୍ଟ କରି ଏହା ସ୍ଥିର କରନ୍ତି ଯେ, ରୋଗୀକୁ ବ୍ରେନ୍‌ ଡେଡ୍‌ ଡିକ୍ଲିୟର କରାଯାଉ।

୨୪ ଘଣ୍ଟାରେ ଦୁଇ ଥର ଟେଷ୍ଟ –

ଡା.ସନ୍ଦୀପ କହିଛନ୍ତି ଯେ, ବ୍ରେନ୍‌ ଡେଡ୍‌ ଘୋଷିତ କରିବା ପୂର୍ବରୁ ଟେଷ୍ଟ କରାଯାଏ। ଏଥିରୁ କିଛି ଟେଷ୍ଟର ରିପୋର୍ଟ ଆସିବା ପରେ ୧୨ ଘଣ୍ଟା ପରେ ପୁଣି ଥରେ ଏହି ଟେଷ୍ଟର ରିପିଟି କରାଯାଏ। ସେ କହିଛନ୍ତି କି, ୨୪ ଘଣ୍ଟାରେ ରିପିଟ ଟେଷ୍ଟ ପରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଏ , ଏହି ଆଧାରରେ ହିଁ ଡାକ୍ତର ବ୍ରେନ୍‌ ଡେଡ୍‌ ସ୍ଥିର କରନ୍ତି । ଏହା ସେହି ପରିସ୍ଥିତି ହୋଇଥାଏ , ଯେଉଁଥିରେ କୌଣସି ବି ମନୁଷ୍ୟର ମସ୍ତିଷ୍କ ସଂପୂର୍ଣ୍ଣ ରୂପେ କାମ କରିବା ବନ୍ଦ କରିଦିଏ। 

ବ୍ରେନ୍‌ ଡେଡ୍‌ର ସ୍ଥିତିରେ କଣ ହୁଏ ?

ଡାକ୍ତରଙ୍କ ଦାବି ଯେ , ମସ୍ତିଷ୍କରେ କୌଣସି ବି ଗତିବିଧି ହୋଇ ନଥାଏ ଏବଂ ଏହାର କାର୍ଯ୍ୟକ୍ଷମତା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ , ଏହା ସେହି ପରିସ୍ଥିତି ହୋଇଥାଏ , ଯେଉଁଥିରେ ଶରୀରର ଅନ୍ୟ ଅଙ୍ଗ ସବୁ କାମ କରୁଥାଏ। ମସ୍ତିଷ୍କର ବନ୍ଦ ହେବାର କାରଣରୁ , ବ୍ୟକ୍ତି ନିଃଶ୍ୱାସ ନେଇ ପାରି ନଥାଏ ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଥାଏ।

ବ୍ରେନ୍‌ ଡେଡ୍‌ର କାରଣ କଣ ? 

ମସ୍ତିଷ୍କରେ ଗୁରୁତର ଆଘାତ , ଷ୍ଟ୍ରୋକ୍‌ ବା ହାର୍ଟର କମ୍ପନ ବନ୍ଦ ହୋଇ ଯିବା କାରଣରୁ ମସ୍ତିଷ୍କରେ ଅକ୍ସିଜେନର ହ୍ରାସ , ବ୍ରେନ୍‌ ଡେଡ୍‌ର ବଡ଼ କାରଣ ହୋଇଥାଏ। ଏହା ଏକ ଏମିତି ପରିସ୍ଥିତି ହୋଇଥାଏ , ଯେଉଁଥିରେ ବ୍ୟକ୍ତିଙ୍କୁ ରକ୍ଷା କରାଯାଇ ପାରିବ ନାହିଁ । କିନ୍ତୁ ତାର ସୁସ୍ଥ ଅଙ୍ଗକୁ ଦାନ କରି ଅନ୍ୟ ବ୍ୟକ୍ତିକୁ ଜୀବନ ଦିଆ ଯାଇପାରେ।