ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗଣତନ୍ତ୍ର ଦିବସରେ ଯେବେ ପାକିସ୍ତାନକୁ ମୁଖ୍ୟ ଅତିଥି କରିଥିଲା ଭାରତ; ୬ ମାସ ପରେ ହୋଇଥିଲା ଯୁଦ୍ଧ

Published By : Ankita S | January 26, 2025 12:40 PM

ନୂଆଦିଲ୍ଲୀ,୨୬/୦୧: ଭାରତ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଚଳିତ ବର୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋୱ ସୁବିଆଣ୍ଟୋ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଭାରତ ଜଣଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରିଥାଏ । ଏହି ପରମ୍ପରା ୧୯୫୦ରୁ ଆରମ୍ଭ ହୋଇଛି ଯାହା ଏବେ ବି ଚାଲିଛି । ତେବେ ଆପଣ ଜାଣିଛନ୍ତି କି ଭାରତ ଦୁଇ ଥର ପାକିସ୍ତାନକୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲା । ତେବେ ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

୨ଥର ମୁଖ୍ୟ ଅତିଥି ହୋଇଛି ପାକିସ୍ତାନ- ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବଦା ଜଟିଳ ରହି ଆସିଛି । ଦୁଇ ଦେଶ ମଧ୍ୟରେ ତିକ୍ତତା ରହିଛି । ଭାରତର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ରହିଛି ପାକିସ୍ତାନ । ଏହାପରେ ବି ଭାରତର ଗଣତନ୍ତ୍ର ଦିବସରେ ପାକିସ୍ତାନ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଛି । ୧୯୫୫ ଏବଂ ୧୯୬୫ ସାଧାରଣତନ୍ତ୍ର ଦିବସରେ ପାକିସ୍ତାନ ମୁଖ୍ୟ ଅତିଥି ହୋଇଥିଲା । ୧୯୫୫ରେ ପାକିସ୍ତାନ ଗଭର୍ଣ୍ଣର ଜେନେରାଲା ମଲିକ ଗୁଲାମ ମହମ୍ମଦ ଓ ୧୯୬୫ରେ ପାକିସ୍ତାନ କୃଷିମନ୍ତ୍ରୀ ରାନା ଅବଦୁଲ୍ଲ ହାମିଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

୬ ମାସ ପରେ ହୋଇଥିଲା ଯୁଦ୍ଧ- ଜାନୁଆରୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ପଡୋଶୀ ଦେଶ ପାକିସ୍ତାନ । ଏହାର ୬ ମାସ ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ୧୯୬୫ ଅଗଷ୍ଟ ୫ରୁ ୨୩ ସେପ୍ଟେମ୍ବର ଯାଏ ଯୁଦ୍ଧ ଚାଲିଥିଲା ।

ଏହା ବି ପଢନ୍ତୁ...କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ମହାମହିମ ରାଷ୍ଟ୍ରପତି, ବିଶ୍ବ ଦେଖିଲା ବିକାଶ ଓ ବୀରାସତ୍‌ର ଝଲକ

ଏବେ ସୁଦ୍ଧା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ସବୁଠୁ ଅଧିକ ଥର ଫ୍ରାନ୍ସ ନେତାଙ୍କୁ ନିମନ୍ତ୍ରଣ ମିଳିଛି । ୧୯୭୬, ୧୯୮୦, ୨୦୦୮, ୨୦୧୬ ଓ ୨୦୨୪ ଗଣତନ୍ତ୍ର ଦିବସରେ ଫ୍ରାନ୍ସକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ଏହା ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଦର୍ଶାଇଥିଲା  ଯାହା ରକ୍ଷା, ପରମାଣୁ ଉର୍ଜା, ଆତଙ୍କବାଦ ଦମନ ଓ ଟେକନିକ ସହଯୋଗ ଭଳି କ୍ଷେତ୍ରକୁ ମଜଭୁତ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.