ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁଙ୍କୁ କ୍ରୁର ଓ ଛାୟା ଗ୍ରହ ବୋଲି କୁହାଯାଏ । ରାହୁ-କେତୁ ଗ୍ରହ ଦେଢ ବର୍ଷକୁ ଥରେ ଚଳନ କରି ଥାନ୍ତି । ଏହା ମଧ୍ୟରେ ଅନେକ ଗ୍ରହ ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଜୁଲାଇରେ କେତୁ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାର ପ୍ରଭାବରେ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ ।
୬ ଜୁଲାଇରେ କେତୁ ପୂର୍ବାଫାଲଗୁଣୀ ନକ୍ଷତ୍ରରେ ଚଳନ କରିବେ । ଜାଣନ୍ତୁ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ, ବ୍ୟବସାୟିକ ଓ ଜୀବନରେ ଶୁଭ ପରିବର୍ତ୍ତନ ହେବ ।
ବୃଷ- ଏହି ରାଶିଙ୍କ ପାଇଁ କେତୁ ଚଳନ ଭାଗ୍ୟଶାଳୀ ହେବାକୁ ଯାଉଛି । ଅଟକି ଥିବା ଧନ ମିଳିବ । ଧନ ସମ୍ପତ୍ତି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ଇଚ୍ଛା ଅନୁଯାୟୀ ସଫଳତା ମିଳିବ ।
ସିଂହ- ମାନସିକ ଶାନ୍ତି ମିଳିବ । ଭୂମି, ଗାଡି କିଣିବାର ସ୍ୱପ୍ନ ପୂରଣ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଯେଉଁମାନେ ଚାକିରି ପାଇଁ ଇଚ୍ଛୁକ ସେମାନଙ୍କୁ ଚାକିରି ମିଳିବ ।
ତୁଳା- ବ୍ୟବସାୟରେ ଖୁବ୍ ଲାଭ ମିଳିବ । ନୂଆ କାମ ଆରମ୍ଭ କରିବେ । ସଫଳତା ମିଳିବ । ଧାର୍ମିକ ଯାତ୍ରାର ଯୋଗ ରହିଛି । ହଠାତ୍ ଧନ ପ୍ରାପ୍ତି ହେବ ।