ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର, ବିଭିନ୍ନ ବିଭାଗରେ ଏବେବି ଚାଲୁଛି ଇଂରାଜୀର ରାଜୁତି

Published By : Rasmita Pradhan | October 11, 2024 11:51 AM

ଭୁବନେଶ୍ୱର, ୧୧/୧୦ : ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ତିନିଟି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିମଧ୍ୟରେ ପ୍ରଥମଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ୍‌ ଟ୍ରେନିଂ ରିଜର୍ଭ (ଏଲଟିଆର୍‌) ଶିକ୍ଷକ ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସସି) ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସେହିପରି ଅନ୍ୟଟି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବେସରକାରୀ ଯୁକ୍ତଦୁଇ କଲେଜ(୪୮୮ବର୍ଗ)ରେ ନିଯୁକ୍ତି ପାଇଁ ସ୍ନାତକୋତ୍ତର(ପିଜିଟି) ଶିକ୍ଷକ ପରୀକ୍ଷା ସଂପର୍କିତ ବିଜ୍ଞପ୍ତି ଓ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମ୍ମିଳନୀ ପାଇଁ ମଧ୍ୟ ବିଜ୍ଞପ୍ତି ତଥା ଚିଠି ପ୍ରକାଶ ପାଇଥିଲା । ବଡ଼କଥା ହେଉଛି, ଏସବୁ ବିଜ୍ଞପ୍ତି ତଥା ଚିଠିଗୁଡ଼ିକ ଇଂରାଜୀରେ ଥିଲା । ନୂଆ ସରକାରଙ୍କ ନିର୍ଦ୍ଦେଶ ରହିଛି, ଯେ କୌଣସି ସରକାରୀ ବିଜ୍ଞପ୍ତି କିମ୍ବା ଚିଠି ପ୍ରସ୍ତୁତ ହେବ ତାହା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରକାଶ ହେବ । ଯଦ୍ୱାରା ସାଧାରଣ ଲୋକଟିଏ ସରକାରଙ୍କ ନିର୍ଦ୍ଦେଶକୁ ପଢ଼ିପାରିବ।  

ନୂତନ ସରକାର ଆରମ୍ଭରୁ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉଛନ୍ତି । ସେଥିପଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁକରୁ ସବୁ ସରକାରୀ ଫାଇଲ କାମ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଲୋକଙ୍କ ଅଭିଯୋଗ ସଂକ୍ରାନ୍ତୀୟ ଚିଠିକୁ ମଧ୍ୟ ଓଡ଼ିଆରେ କରିବାକୁ କୁହାଗଲା । କେବଳ ଆବଶ୍ୟକ ସ୍ଥଳେ ଇଂରାଜୀ ବ୍ୟବହାର କରାଯିବ ବୋଲି ନିୟମ ରହିଛି । ଏବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ବିଭିନ୍ନ ଚିଠି ଓ ବିଜ୍ଞପ୍ତି ଓଡ଼ିଆରେ ପ୍ରକାଶ ପାଉଛି । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଚିଠି ଉଭୟ ଇଂରାଜୀ ଓ ଓଡ଼ିଆରେ ଆସୁଛି। ବୁଧବାର ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଗାଇଡ୍‌ଲାଇନ୍‌’ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଆସିଥିଲା। ହେଲେ ବିଭିନ୍ନ ନିଯୁକ୍ତିଭିତ୍ତିକ ପରୀକ୍ଷା ପାଇଁ ଆସୁଥିବା ବିଜ୍ଞପ୍ତି ଇଂରାଜୀରେ ଆସୁଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଗ୍ରାମାଞ୍ଚଳରେ ଥିବା ଆଶାୟୀ ଛାତ୍ରଛାତ୍ରୀ।

ଓଡ଼ିଶାରେ ହେଉଥିବା ବିଭିନ୍ନ ସରକାରୀ ପରୀକ୍ଷା ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ଇଂରାଜୀ ସହ ଓଡ଼ିଆରେ ଛପାଗଲେ ଏହାକୁ ସମସ୍ତେ ବୁଝିପାରନ୍ତେ । କେବଳ ସେତିକିନୁହେଁ, ଅନ୍ୟ ବିଭାଗର ଚିଠିପତ୍ର ମଧ୍ୟ ଇଂରାଜୀରେ ଆସୁଛି । ପ୍ରତିଦିନ ଇ-ଡେସ୍‌ପାଚ୍‌ରେ ବହୁ ବିଭାଗର ଚିଠି ଇଂରାଜୀରେ ଆସୁଛି । ଏଭଳି ସ୍ଥିତିରେ ଓଡ଼ିଆ ଭାଷାରେ ଚିଠିପତ୍ର କରିବାର ସରକାରଙ୍କ ଯେଉଁ ନିର୍ଦ୍ଦେଶ ରହିଛି ତାକୁ ବେଖାତିର କରାଯାଉଛି ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.