ନୂଆଦିଲ୍ଲୀ,୧୩।୧୧:  ମହାକାଶରେ ଫଶିଥିବା ସୁନିତା ଓ୍ବିଲିୟମ୍ସଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଜାରି ରହିଛି। ଏହା ଭିତରେ ଖବର   ନିଜେ ସୁନିତା ଆଶ୍ବସ୍ତିଜନକ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି, ତାଙ୍କର ଦେହ ଏବେ ଠିକ୍ ଅଛି। ନିକଟରେ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସୁନିତାଙ୍କୁ ଖୁବ୍ ଦୁର୍ବଳ ଦେଖାଯାଉଥିବାର ଜଣାପଡୁଚି। ତାଙ୍କର ଗାଲ ଧସି ଯାଇଛି ଓ ସେ ଖୁବ୍ ଦୁର୍ବଳ ନଜର ଆସୁଛନ୍ତି। ଏହାପରେ ନାସା ଅର୍ଥାତ ନ୍ୟାସନାଲ ଏରୋନଟିକାଲସ ଆଣ୍ଡ ସ୍ପେସ୍ ଆଡମିନଷ୍ଟେ୍ରସନ୍  ବୟାନ ଜାରି କରିବାକୁ ପଡିଥିଲା।

ରିପୋର୍ଟ ଅନୁସାରେ, ସୁନିତା ନିଜର ତାଜା ସ୍ବାସ୍ଥ୍ୟ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଫ୍ଲୁଏଡ୍‌ ସିଫ୍ଟସ୍‌ ଯୋଗୁଁ   ଏଭଳି ହୋଇଛି।   ଅର୍ଥାତ ଶରୀର ସବୁ ସ୍ଥାନକୁ ତରଳ ପଦାର୍ଥ ଚାଲିଯାଇଥାଏ। ଏହା ସହିତ ସେ କହିଛନ୍ତି,ତାଙ୍କ ଦେହ ବିଷୟରେ ଚିନ୍ତା କରିବାର କୌଣସି ଦରକାର ନାହିଁ। 

ମଙ୍ଗଳବାର ନ୍ୟୁ ଇଂଲଣ୍ଡ ସ୍ପୋର୍ଟସ ନେଟଓ୍ବର୍କ କ୍ଲବହାଉସ୍‌ କିଡସ୍‌ ଶୋ’ ସହ ଆଲୋଚନା ବେଳେ ସେ କହିଛନ୍ତି, ମହକାଶକୁ ଗଲେ ମୁଣ୍ଡ ଅଳ୍ପ ବଡ ଲାଗିଥାଏ, କାରଣ ଫ୍ଲୁଏଡ୍ ଶରୀର ସହ ସମାନ ରୂପରେ ବ୍ୟାପିଯାଏ।’ ସେ କହିଛନ୍ତି, ପୂର୍ବ ଭଳି ମୁଁ ସୁସ୍ଥ ଅଛି । ଓଜନ କମ୍ ହୋଇନି ବଂର ବଢିଯାଇଛି। ମୋର ଜଙ୍ଘ ମଧ୍ୟ ଅଳ୍ପ ବଢି ଯାଇଛି।’

ନାସାର ମୁଖପାତ୍ର ଜିମି ରସେଲ ବୟାନ ଜାରି କରିଛନ୍ତି। ନାସାର ସବୁ ଆଷ୍ଟେ୍ରାନଟ୍‌ଙ୍କ ନିୟମିତ ଚିକିତ୍ସାର ଯାଞ୍ଚ ହେବ। ତାଙ୍କ ପାଖରେ ଫ୍ଲାଇଟ୍ ସର୍ଜନ ରହିଥାନ୍ତି, ଯେଉଁମାନେ ତାଙ୍କ ଉପରେ ନଜର ରଖିଥାନ୍ତି । ଏବେ ଏହି ସମସ୍ତଙ୍କର ସ୍ବାସ୍ଥ୍ୟ ଭଲ ଅଛି।’ ତେବେ ଏହା ପୂର୍ବରୁ ସୁନିତାଙ୍କ ମିଶନରେ ସିଧା ସଳଖ ସାମିଲ ଥିବା ନାସାର ଜଣେ କର୍ମଚାରୀ ଦାବି କରିଥିଲେ ମହାକାଶ ଯାତ୍ରୀଙ୍କ ଓଜନ ଖୁବ୍ କମ୍ ହୋଇଯାଇଛି।