ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସୁନିତା ଓ୍ବିଲିୟମ୍ସଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆସିଲା ନୂଆ ଅପଡେଟ୍‌, ନିଜେ କହି ଦେଲେ ଏତେ ବଡ଼ କଥା

Published By : Harapriya Biswal | November 13, 2024 4:22 PM

ନୂଆଦିଲ୍ଲୀ,୧୩।୧୧:  ମହାକାଶରେ ଫଶିଥିବା ସୁନିତା ଓ୍ବିଲିୟମ୍ସଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଜାରି ରହିଛି। ଏହା ଭିତରେ ଖବର   ନିଜେ ସୁନିତା ଆଶ୍ବସ୍ତିଜନକ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି, ତାଙ୍କର ଦେହ ଏବେ ଠିକ୍ ଅଛି। ନିକଟରେ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସୁନିତାଙ୍କୁ ଖୁବ୍ ଦୁର୍ବଳ ଦେଖାଯାଉଥିବାର ଜଣାପଡୁଚି। ତାଙ୍କର ଗାଲ ଧସି ଯାଇଛି ଓ ସେ ଖୁବ୍ ଦୁର୍ବଳ ନଜର ଆସୁଛନ୍ତି। ଏହାପରେ ନାସା ଅର୍ଥାତ ନ୍ୟାସନାଲ ଏରୋନଟିକାଲସ ଆଣ୍ଡ ସ୍ପେସ୍ ଆଡମିନଷ୍ଟେ୍ରସନ୍  ବୟାନ ଜାରି କରିବାକୁ ପଡିଥିଲା।

ରିପୋର୍ଟ ଅନୁସାରେ, ସୁନିତା ନିଜର ତାଜା ସ୍ବାସ୍ଥ୍ୟ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଫ୍ଲୁଏଡ୍‌ ସିଫ୍ଟସ୍‌ ଯୋଗୁଁ   ଏଭଳି ହୋଇଛି।   ଅର୍ଥାତ ଶରୀର ସବୁ ସ୍ଥାନକୁ ତରଳ ପଦାର୍ଥ ଚାଲିଯାଇଥାଏ। ଏହା ସହିତ ସେ କହିଛନ୍ତି,ତାଙ୍କ ଦେହ ବିଷୟରେ ଚିନ୍ତା କରିବାର କୌଣସି ଦରକାର ନାହିଁ। 

ମଙ୍ଗଳବାର ନ୍ୟୁ ଇଂଲଣ୍ଡ ସ୍ପୋର୍ଟସ ନେଟଓ୍ବର୍କ କ୍ଲବହାଉସ୍‌ କିଡସ୍‌ ଶୋ’ ସହ ଆଲୋଚନା ବେଳେ ସେ କହିଛନ୍ତି, ମହକାଶକୁ ଗଲେ ମୁଣ୍ଡ ଅଳ୍ପ ବଡ ଲାଗିଥାଏ, କାରଣ ଫ୍ଲୁଏଡ୍ ଶରୀର ସହ ସମାନ ରୂପରେ ବ୍ୟାପିଯାଏ।’ ସେ କହିଛନ୍ତି, ପୂର୍ବ ଭଳି ମୁଁ ସୁସ୍ଥ ଅଛି । ଓଜନ କମ୍ ହୋଇନି ବଂର ବଢିଯାଇଛି। ମୋର ଜଙ୍ଘ ମଧ୍ୟ ଅଳ୍ପ ବଢି ଯାଇଛି।’

ନାସାର ମୁଖପାତ୍ର ଜିମି ରସେଲ ବୟାନ ଜାରି କରିଛନ୍ତି। ନାସାର ସବୁ ଆଷ୍ଟେ୍ରାନଟ୍‌ଙ୍କ ନିୟମିତ ଚିକିତ୍ସାର ଯାଞ୍ଚ ହେବ। ତାଙ୍କ ପାଖରେ ଫ୍ଲାଇଟ୍ ସର୍ଜନ ରହିଥାନ୍ତି, ଯେଉଁମାନେ ତାଙ୍କ ଉପରେ ନଜର ରଖିଥାନ୍ତି । ଏବେ ଏହି ସମସ୍ତଙ୍କର ସ୍ବାସ୍ଥ୍ୟ ଭଲ ଅଛି।’ ତେବେ ଏହା ପୂର୍ବରୁ ସୁନିତାଙ୍କ ମିଶନରେ ସିଧା ସଳଖ ସାମିଲ ଥିବା ନାସାର ଜଣେ କର୍ମଚାରୀ ଦାବି କରିଥିଲେ ମହାକାଶ ଯାତ୍ରୀଙ୍କ ଓଜନ ଖୁବ୍ କମ୍ ହୋଇଯାଇଛି।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.