ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭିତ୍ତିପ୍ରସ୍ତର ହେବାର ଦେଢ଼ ବର୍ଷ ବିତିଲା, କେସିଙ୍ଗା କଲେଜରେ କେବେ ନିର୍ମାଣ ହେବ ବହୁମୁଖି କକ୍ଷ?

Published By : Harapriya Sethi | July 13, 2025 11:54 AM

କେସିଙ୍ଗା,୧୩/୦୭: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ୪ ହଜାର ବର୍ଗଫୁଟ ବିଶିଷ୍ଟ ଏକ ବହୁମୁଖି କକ୍ଷ ନିର୍ମାଣ ହେବାରେ ବିଳମ୍ୱ ହେଉଥିବା ଜଣାପଡିଛି ।‌ ଭିତ୍ତିପ୍ରସ୍ତର ହେବାର ଆଜକୁ ପ୍ରାୟ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ । ମହାବିଦ୍ୟାଳୟ ପରିସରରେ ବହୁମୁଖି କକ୍ଷ ନିର୍ମାଣ ପାଇଁ ଗତ ୨୦୨୪ ମାର୍ଚ୍ଚ ୬ ତାରିଖରେ ପୂର୍ବତନ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ । 

କହିରଖୁ କି, କେସିଙ୍ଗା ମହାବିଦ୍ୟାଳୟରେ ଏକ ବହୁମୁଖି କକ୍ଷ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୨୩ ଡିସେମ୍ବର ମାସରେ ୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ମଞ୍ଜୁର ହୋଇଥିବା ଅନୁଦାନରୁ ପ୍ରଥମ ଦୁଇଟି କିସ୍ତିରେ ୫୦ ଲକ୍ଷ ଟଙ୍କା କେସିଙ୍ଗା ମହାବିଦ୍ୟାଳୟକୁ ଆସିଥିଲା । ତେବେ ଟେଣ୍ଡର ଜରିଆରେ କାମ କରିବା ପାଇଁ କଲେଜ କର୍ତ୍ତୃପକ୍ଷ କେସିଙ୍ଗା ବ୍ଲକ ପ୍ରଶାସନକୁ ଚିଠି କରି ଅନୁଦାନର ୨୫ ଲକ୍ଷ ଟଙ୍କା ଗତ ୨୦୨୪ ଫେବୃଆରୀ ମାସରେ ବ୍ଲକ ଆକାଉଣ୍ଟକୁ ଦିଆଯାଇଥିଲା। ହେଲେ ବ୍ଲକ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟେଣ୍ଡର ହୋଇନଥିବା ଯୋଗୁଁ ତାହା ଖର୍ଚ୍ଚ ହୋଇପାରି ନାହିଁ । ତେବେ ଟେଣ୍ଡର କରିବାରେ ବ୍ଲକ ପ୍ରଶାସନ କାହିଁକି ବିଳମ୍ବ କରିଛି, ସେନେଇ ବ୍ଲକ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ବହୁମୁଖି କକ୍ଷ ନିର୍ମାଣର ଭିତ୍ତିପ୍ରସ୍ତର ପରେ କାମ ଆରମ୍ଭ ହୋଇନପାରିବା ବିଷୟରେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କୁ ପଚାରିବାରୁ କାମ କରିବା ପାଇଁ ବ୍ଲକକୁ ଅନୁଦାନ ଯୋଗାଇ ଦିଆଯାଇଛି ହେଲେ କାହିଁକି ବିଳମ୍ବ ହେଉଛି ସେ ବିଷୟରେ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଛି ବୋଲି କହିଛନ୍ତି । ତେବେ ବହୁମୁଖି କକ୍ଷ ନିର୍ମାଣ ପାଇଁ ଯଥାଶୀଘ୍ର ଟେଣ୍ଡର ଡକାଯାଇ କାମ ଆରମ୍ଭ କିପରି ହୋଇପାରିବ ସେ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.