ପ୍ରମୂଖ ଖବର
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମହାକାଶରୁ ଆସୁଥିବା ଅଦ୍ଭୁତ ରେଡିଓ ସିଗନାଲ କେଉଁଠୁ ଆସେ ? ବୈଜ୍ଞାନିକମାନେ ଖୋଜି ବାହାର କଲେ ରହସ୍ୟ

Published By : Prameya | March 25, 2025 7:26 PM

ନୂଆଦିଲ୍ଲୀ,୨୫।୩: ମହାକାଶରୁ ଆସୁଥିବା ରହସ୍ୟମୟ ରେଡିଓ ସିଗନାଲ ସବୁବେଳେ ବୈଜ୍ଞାନିକ ଓ ସାଧାରଣ ଲୋକଙ୍କ ଜୀଜ୍ଞାସା ବଢାଇ ଦେଇଥାଏ। ଗତ ବର୍ଷ ବୈଜ୍ଞାନିକମାନେ ଏଭଳି କିଛି ଅଦ୍ଭୁତ ସିଗନାଲକୁ ଧରିଥିଲେ, ଯାହାକି ପ୍ରତି ଦୁଇ ଘଣ୍ଟାରେ ଆସୁଥିଲେ। ଏବେ ଏହାର ରହସ୍ୟ ଜଣାପଡିଛି।

ଏହି ସିଗନାଲ ଏକ ଅଦ୍ଭୁତ ବାଇନାରୀ ସିଷ୍ଟମରୁ ଆସୁଥିଲା, ଯେଉଁଥିରେ ଏକ ମୃତ ତାରା (White dwarf) ଓ ଏହାର ସାଥୀ ଏକ ଛୋଟ ଲାଲ ତାରା  (Red Dwarf) ରହିଥିଲା। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ସିଗନାଲ ପ୍ରଥମ ଥର ପ୍ରାୟ ଏକ ଦଶକ ପୂର୍ବରୁ ଦେଖିବାକୁ ମିଳିଥିଲା ଓ ଏହା ଆମ ଆକାଶଗଙ୍ଗାର ବିଗ୍ ଡିପର ନକ୍ଷତ୍ରରୁ ଆସୁଥିଲା। ଏହି ରେଡିଓ ସିଗନାଲର ସନ୍ଧାନ ମହାକାଶ ବିଜ୍ଞାନୀ ଆଇରିସ୍‌ ଡି ରୁଇଟର କରିଥିଲେ, ଯିଏକି ଅଷ୍ଟ୍ରେଲିଆର ସିଡନୀ ୟୁନିଭର୍ସିଟିରେ ରିସର୍ଚ୍ଚ କରୁଥିଲେ। ସେ ୨୦୨୪ ରେ ଲୋ ଫ୍ରିକୁଏନ୍ସି ଏରୋ (LOFAR) ଟେଲିସ୍କୋପ୍‌ରୁ ମିଳୁଥିବା ପୁରୁଣା ଡାଟା ଖୋଜି ଏହି ସିଗନାଲକୁ ଖୋଜି ବାହାର କରିଥିଲେ।  LOFAR ଦୁନିଆର ସବୁଠାରୁ ବଡ଼ ରେଡିଓ ଟେଲିସ୍କୋପ, ଯାହାକି ବହୁ କମ୍ ଫ୍ରିକ୍ବେଏନ୍ସି ରେଡିଓ ସିଗନାଲ ଧରିପାରିଥାଏ।

ଏହା ପ୍ରଥମ ଥର ଯେତେବେଳେ ଏହି ସିଗନାଲ ୨୦୧୫ ଡାଟାରେ ଦେଖା ଯାଇଥିଲା। ଏହାପରେ ବୈଜ୍ଞାନିକମାନେ ଏହାର ସ୍ରୋତରୁ ଆହୁରି ୬ ଥର ଏଭଳି ସିଗନାଲ ରେକର୍ଡ କରିଥିଲେ। ଏହି ରେଡିଓ ତରଙ୍ଗ କିଛି ସେକେଣ୍ଡରୁ ନେଇ କିଛି ମିନିଟ୍ ପର୍ଯ୍ୟନ୍ତ ଚାଲିଥାଏ, କିନ୍ତୁ ତା’ର ବିଶେଷ୍ବତ ଏହା ଥିଲା ଯେ, ପ୍ରତି ଦୁଇ ଘଣ୍ଟାରେ ନିୟମିତ ରୂପରେ ଦୋହରାଉ ଥିଲ। ମୃତ ତାରା ହେଉଛି ଏଭଳି ଏକ ତାରା, ଯାହାକି ଜୀବନ ଜୀବନର ଅନ୍ତିମ ଚରଣରେ ପହଁଞ୍ଚି ସାରିଥାଏ। ଯେତେବେଳେ କୌଣସି ତାରା ନିଜର ଇନ୍ଧନକୁ ଜଳାଇ ସାରିଥାଏ, ସେ ବାହ୍ୟ ଆବରଣକୁ ମଧ୍ୟ ଛାଡି ଦେଇଥାଏ। ଏହାର ଭିତର ଭାଗ ସଙ୍କୋଚିତ ହୋଇ ଖୁବ୍ ଘନ ଓ ଛୋଟ ହୋଇଯାଏ। ଏହା ଧଳା ରଙ୍ଗର ଚକମକ୍ କରୁଥିବା ବିନ୍ଦୁ ପାଲଟିଯାଏ, ଯାହାକୁ White dwarf  କୁହାଯାଏ। 

ମହାକାଶ ବିଜ୍ଞାନୀମାନେ ଏହି ସିଗନାଲର ସ୍ରୋତ ବିଷୟରେ ବିସ୍ତୃତ ଅଧ୍ୟୟନ କରିଥିଲେ। ତା ପରେ ଜଣାପଡିଥିଲା ILTJ1101 ନାମକ ଏକ ବାଇନାରୀ ସିଷ୍ଟମରୁ ଏହା ଆସୁଛି, ଯାହାକି ପୃଥିବୀଠାରୁ ୧,୬୦୦ ଆଲୋକବର୍ଷ ଦୂରରେ ପରିକ୍ରମା କରୁଛି। ଏହି ଦୁଇ ତାରା ମଧ୍ୟ ଚୁମ୍ବକୀୟ କ୍ଷେତ୍ର ରହିଛି, ଯାହାକି ରେଡିଓ ସିଗନାଲ ସୃଷ୍ଟି କରୁଛି। ମୃତ ତାରା  ନିଜର ସାଥୀ ତାରା ପାଖ ଦେଇ ଯାଇଥାଏ,ତେଣୁ ତା’ର ଶକ୍ତିଶାଳୀ ଚୁମ୍ବକୀୟ ଶକ୍ତି ଲାଲ ତାରା ଉପରେ  ପ୍ରଭାବ  ପକାଇଥାଏ । ଯାହାଫଳରେ ସୃଷ୍ଟି ହୋଇଥିଲା ରେଡିଓ ସିଗନାଲ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.