ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

କେଉଁ ରାଜ୍ୟରେ ଅଛନ୍ତି ସବୁଠୁ ଅଧିକ ଲକ୍ଷପତି ? ଶୀର୍ଷରେ କର୍ଣ୍ଣାଟକ, ଶେଷରେ ବିହାର

Published By : Harapriya Sethi | August 22, 2025 11:02 AM

ନୂଆଦିଲ୍ଲୀ, ୨୨/୦୮: ଧନୀ ଦିନକୁ ଦିନ ଆହୁରି ଧନୀ ହେଉଛନ୍ତି । ଆୟ ବଢୁଛି । ତେବେ ଆପଣ ଜାଣିଛନ୍ତି କି, ଭାରତରେ ସବୁଠାରୁ ଧନୀ କିଏ ବା ରାଜ୍ୟର ଲୋକଙ୍କ ମୁଣ୍ଡ ପିଛା ଆୟ କେତେ ? ଏକଥା ଉଠିଲେ ଦିଲ୍ଲୀ, ମୁମ୍ୱାଇ ଭଳି ସହର କଥା ସର୍ବ ପ୍ରଥମେ ଭାବନାକୁ ଆସେ । ହେଲେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଗତ ବର୍ଷ ଅର୍ଥାତ୍ ୨୦୨୪-୨୫ରେ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ବାର୍ଷିକ ଆୟ ୧ଲକ୍ଷ ୧୪ ହଜାର ୭୧୦ ଟଙ୍କାରେ ପହଞ୍ଚିଛି । ୧୦ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୪-୧୫ରେ ଏହି ସଂଖ୍ୟା ୭୨ ହଜାର ୮୦୫ ଟଙ୍କା ରହିଥିଲା । ଅର୍ଥାତ ବିଗତ ୧୦ ବର୍ଷରେ ପ୍ରତ୍ୟେକ ଭାରତୀୟଙ୍କ ଆୟ ପ୍ରାୟ ୪୧, ୯୦୫ ଟଙ୍କା ବୃଦ୍ଧି ପାଇଛି । 

ହେଲେ ଏହା ଠାରୁ ମଧ୍ୟ ବଡ଼ କଥା ହେଉଛି ଯେ, କେଉଁ ରାଜ୍ୟର ଲୋକଙ୍କ ଆୟ ସର୍ବାଧିକ ଏବଂ କେଉଁଠାରେ ଅଧିକ ଲକ୍ଷପତି ଅଛନ୍ତି । ଅର୍ଥାତ୍ ଯେଉଁମାନଙ୍କର ବାର୍ଷିକ ଆୟ ୧୨ ଲକ୍ଷ ଠାରୁ ଅଧିକ । ଏହା ଦ୍ୱାରା ଭାରତରେ କେଉଁଠିକାର ଲୋକ ପ୍ରକୃତରେ ମିଡିଲ କ୍ଲାସ୍ ଏବଂ କେଉଁଠାରେ ଆର୍ଥିକ ଉନ୍ନତି କେଉଁଠାରେ ଭଲ ରହିଛି,ତାହା ଜଣାପଡ଼ି ପାରିବ । ତେବେ ଆସନ୍ତୁ ଜାଣିବା ସର୍ବାଧିକ ଲକ୍ଷପତି କେଉଁ ରାଜ୍ୟରେ ଅଛନ୍ତି । 

କେଉଁ ରାଜ୍ୟରେ ଅଛନ୍ତି ସର୍ବାଧିକ ଲକ୍ଷପତି?

ଆୟକର ରିଟର୍ଣ୍ଣ (ITR)ର ତଥ୍ୟ ଏବଂ କରଦାତାଙ୍କ ଅନୁପାତ ଅନୁଯାୟୀ, କର୍ଣ୍ଣାଟକ ଏହି ଲିଷ୍ଟରେ ସବୁଠାରୁ ଆଗରେ ରହିଛି । ଏଠିକାର ୨୦.୬ପ୍ରତିଶତ କରଦାତା ଏପରି ଅଛନ୍ତି, ଯେଉଁମାନଙ୍କ ବାର୍ଷିକ ଆୟ ୧୨ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ତେଲେଙ୍ଗାନା ରହିଛି । ଯେଉଁଠାରେ ୧୨ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ଆୟ ଥିବା ଲୋକଙ୍କ ସଂଖ୍ୟା ୧୯.୮ ପ୍ରତିଶତ ରହିଛି । ଏହା ପରେ ଝାଡ଼ଖଣ୍ଡରେ ୧୯.୫ ପ୍ରତିଶତ, ତାମିଲନାଡ଼ୁରେ ୧୮.୮ ପ୍ରତିଶତ ଏବଂ ଦିଲ୍ଲୀରେ ୧୭.୬ ପ୍ରତିଶତ ଅଛନ୍ତି । ଅର୍ଥାତ୍ ଭାରତର ୧୪.୧ ପ୍ରତିଶତ କରଦାତା ୧୨ ଲକ୍ଷରୁ ୫୦ ଲକ୍ଷ ଆୟ ରେଞ୍ଜରେ ଆସୁଛନ୍ତି । ଗୁଜରାଟ ଏବଂ ବିହାର ଭଳି ରାଜ୍ୟ ଏହି ଲିଷ୍ଟରେ ତଳେ ରହିଛନ୍ତି । ଯାହା ପ୍ରମାଣ କରୁଛି ଯେ, ଧନୀ ଗଣନା କରାଯାଉଥିବା କିଛି ରାଜ୍ୟରେ ଆୟ ଧୀରେ ଧୀରେ କମୁଛି ।

କେଉଁ ରାଜ୍ୟରେ ସର୍ବାଧିକ ଲୋକ ଟ୍ୟାକ୍ସ ଭରନ୍ତି?

ମହାରାଷ୍ଟ୍ରରେ ସର୍ବାଧିକ ୪୬ ଲକ୍ଷ ଲୋକ ଟ୍ୟାକ୍ସ ଭରିଛନ୍ତି । ହେଲେ ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ, ଦିଲ୍ଲୀ ସବୁଠାରୁ ଆଗରେ ରହିଛି । ଏଠିକାର ୫.୯ ପ୍ରତିଶତ ଲୋକ ଟ୍ୟାକ୍ସ ଭରନ୍ତି । ଉତ୍ତରପ୍ରଦେଶର ଜନସଂଖ୍ୟା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଥିବା ବେଳେ ସେଥିମଧ୍ୟରୁ ମାତ୍ର ୧.୫ ପ୍ରତିଶତ ଲୋକ ଟ୍ୟାକ୍ସ ଭରୁଛନ୍ତି । ସେହିପରି ବିହାରରେ ମାତ୍ର ୦.୮ ପ୍ରତିଶତ ଲୋକ ଟ୍ୟାକ୍ସ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟଗୁଡ଼ିକରେ ମୁଣ୍ଡପିଛା ଆୟରେ ଏହି ପାର୍ଥକ୍ୟ ଆର୍ଥିକ ବିକାଶର ସ୍ତର, ଶାସନର ଗୁଣବତ୍ତା, ଶିଳ୍ପ ସଂଖ୍ୟା, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ଗଠନ ଭଳି କାରଣ ଯୋଗୁଁ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.