ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କେଉଁ ଭିଟାମିନ୍ ଅଭାବରୁ ତ୍ୱଚାରେ ହୋଇଥାଏ ବ୍ରଣ, ଜାଣନ୍ତୁ...

Published By : Harapriya Sethi | March 24, 2025 12:45 PM

ସଫା ଓ ଦାଗହୀନ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ସହ ବିଭିନ୍ନ ଦାଗ ସୃଷ୍ଟି ହେଲେ ଏହା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଏଥିପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ କ୍ରିମ୍‌ ବ୍ୟବହାର କରିବା ସହ ଅନ୍ୟାନ୍ୟ ଘରୋଇ ଉପାୟ ମଧ୍ୟ ଆପଣାଇ ଥାନ୍ତି । ମାତ୍ର ତ୍ୱଚାରେ କେଉଁ କାରଣରୁ ବ୍ରଣ ଓ ଦାଗ ସୃଷ୍ଟି ହୁଏ, ତାହା ଆପଣ ଜାଣିଛନ୍ତି କି? ଏଭଳି କିଛି ଭିଟାମିନ୍‌ ରହିଛି, ଯାହାର ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ଓ ଦାଗ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଭିଟାମିନ୍‌ ବିଷୟରେ...

ଶରୀରରେ ଭିଟାମିନ୍‌ ସି ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କ ମୁହଁରେ ବ୍ରଣ କିମ୍ୱା ଦାଗ ହେଉଛି, ତେବେ ଭିଟାମିନ୍‌ ସି ଯୁକ୍ତ ଖାଦ୍ୟକୁ ନିଜ ଡାଏଟ୍‌ରେ ସାମିଲ କରନ୍ତୁ । ଶରୀରରେ ଭିଟାମିନ୍‌ ସି ଅଭାବ ପୂରଣ କରିବା ପାଇଁ କମଳା, ଅଁଳା, ଲେମ୍ବୁ ଭଳି ଖଟା ଜାତୀୟ ଖାଦ୍ୟ ପଦାର୍ଥ ସେବନ କରନ୍ତୁ । ଭିଟାମିନ୍‌ ସିର ସେବନ ଦ୍ୱାରା ତ୍ୱଚା ନରମ, ଉଜ୍ଜ୍ୱଳ ଓ ଦାଗହୀନ ହୋଇଥାଏ ।

ଭିଟାମିନ୍‌ ଏ ତ୍ୱଚାକୁ ସୁସ୍ଥ ରଖିଥାଏ । ଶରୀରରେ ଭିଟାମିନ୍‌ ଏ ଅଭାବ ହେଲେ ମଧ୍ୟ ତ୍ୱଚାରେ ବ୍ରଣ ସୃଷ୍ଟି ହେବା ସହ ଦାଗ ମଧ୍ୟ ହୋଇଥାଏ । ଭିଟାମିନ୍‌ ଏର ଅଭାବ ଦୂର କରିବା ପାଇଁ ଗାଜର, ବିଟ୍‌, ପାଳଙ୍ଗ ଆଦି ସେବନ କରନ୍ତୁ । ସୁସ୍ଥ ତ୍ୱଚା ପାଇଁ ଭିଟାମିନ୍‌ ଡି ମଧ୍ୟ ଜରୁରୀ । ଶରୀରରେ ଭିଟାମିନ୍‌ ଡିର ଅଭାବ ଦୂର କରିବା ପାଇଁ କ୍ଷୀର, ମାଛ, ଅଣ୍ଡା, ଛତୁ ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.