ନୂଆଦିଲ୍ଲୀ,୯।୯: ଜଳୁଛି ନେପାଳ। ଲକ୍ଷ ଲକ୍ଷ ଛାତ୍ର ଏବଂ ଯୁବକ ରାସ୍ତାକୁ ଓହ୍ଲାଇବା ସହ ସଂସଦ ଭବନ କୁ ଦଖଲ କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବହୁ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇନ୍ତି ଉତ୍ୟକ୍ତ ଯୁବପିଢି। ଫଳରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏବେ ଦେଶ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ନେପାଳରେ ଏହାକୁ ‘ଜେନ-ଜି’ ଆନ୍ଦୋଳନ ନାମ ଦିଆଯାଇଛି। ଏହି ସମଗ୍ର ଘଟଣାକ୍ରମର କେନ୍ଦ୍ରରେ ଗୋଟିଏ ନାଁକୁ ନେଇ ଖୁବ୍ ଚର୍ଚ୍ଚା , ସେ ହେଉଛନ୍ତି ବାଲେନ୍ଦ୍ର ଶାହ, ଯାହାଙ୍କୁ ଲୋକମାନେ ବାଲେନ ଶାହ ମଧ୍ୟ ଡାକନ୍ତି।

ବାଳେନ୍ଦ୍ର ଶାହ କାଠମାଣ୍ଡୁର ମେୟର ଅଛନ୍ତି।  ନେପାଳରେ ଯୁବପୀଢିଙ୍କ ଭିତରେ  ସେ  ଖୁବ୍ ଲୋକପ୍ରିୟ। ଏହି କାରଣରୁ  ବାଲେନ ଅନ୍ୟ ମେୟରଙ୍କଠାରୁ ଅଲଗା। ଯେଉଁଠି ଅଧିକାଂଶ ମେୟର ନିଜର ନଗରପାଳିକାରୁ ଆଗକୁ କେବେ ଭାବିପାରନ୍ତି ନାହିଁ, ସେଠାରେ ଏହି ବ୍ୟକ୍ତିଜଣକ ନେପାଳର  ଏଭଳି ଏକ ବଡ଼ ଆନ୍ଦୋଳନର କେନ୍ଦ୍ରରେ ରହିଛନ୍ତି।

ଟାଇମ୍ ମାଗାଜିନ୍‌ରେ ପାଇଥିଲେ ସ୍ଥାନ

ନେପାଳ ନ୍ୟୁଜ ଅନୁଯାୟୀ, ବାଲେନଙ୍କ ସ୍ଥିତି ଏବଂ ପ୍ରଭାବର ଆକଳନ ଏହି କଥାରୁ କରିହେବ ଟାଇମ୍ ମାଗାଜିନ୍‌ରେ ତାଙ୍କୁ ୨୦୨୩ର ରେ ଶୀର୍ଷ ୧୦୦ ବ୍ୟକ୍ତିଙ୍କ ସୂଚୀରେ ସାମିଲ କରାଯାଇଥିଲା। ‘ଦ ନ୍ୟୁୟର୍କ ଟାଇମ୍ସ’ ଭଳି ବିଶ୍ବର ପ୍ରତିଷ୍ଠିତ ମିଡିଆ ସଂସ୍ଥାନ ମଧ୍ୟ ତାଙ୍କୁ କଭର କରିଛି। ଯୁବପିଢିଙ୍କ ଭିତରେ ତାଙ୍କର ବହୁ ପରିମାଣର ଫଲୋଅର୍ସ ରହିଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ତାଙ୍କର ପୋଷ୍ଟ ଜାତୀୟ ସ୍ତରରେ ବିବାଦ ସୃଷ୍ଟି କରିଛି। ଏବେ ତାଙ୍କ ନାଁ ଦ୍ରୁତ ଗତିରେ ଟ୍ରେଣ୍ଡ କରିବାରେ ଲାଗିଛି। ତାଙ୍କର ଜୀବନ ଶୈଳୀକୁ ଯୁବପିଢି ରୋଲମଡେଲ ଭାବରେ ଗ୍ରହଣ କରୁଛନ୍ତି।  ଏହି କାରଣରୁ ଏତେ ବଡ଼ ଆନ୍ଦୋଳନକୁ ବାଲେନ ସହଜରେ ସମର୍ଥନ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।

ଇଞ୍ଜିନିୟରରୁ ରାପର ଓ ମେୟର ପର୍ଯ୍ୟନ୍ତ ଯାତ୍ରା

୩୪ ବର୍ଷୀୟ ବାଲେନ ନିଜ କ୍ୟାରିୟରର ଆରମ୍ଭ ଜଣେ ସିଭିଲ ଇଞ୍ଜିନିୟର ଭାବରେ କରିଥିଲେ। ଏହାପରେ ରାପର ରୂପରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଇଞ୍ଜିନିୟରରୁ ରାପର ଓ ପରେ ସେ ରାଜନୀତିରେ ଆସିବାର ନିଷ୍ପତି ନେଇଥିଲେ। କାଠମାଣ୍ଡୁର ମେୟର ପଦ ପାଇଁ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ। ରାଜନୀତିରେ ତାଙ୍କ  ଯୁବପୀଢିଙ୍କ ଭିତରେ ଲୋକପ୍ରିୟତା ଓ ପାରମ୍ପାରିକ୍ ରାଜନୈତିକ ଦଳ ପ୍ରତି ନେପାଳି ଯୁବପୀଢିଙ୍କ ମୋହଭଙ୍ଗ ବାଲେନଙ୍କୁ ନାୟକ କରିଦେଇଛି।

କିଭଳି ଆନ୍ଦୋଳନର କେନ୍ଦ୍ର ହେଲେ ବାଲେନ୍ଦ୍ର ଶାହ ?

ନେପାଳରେ, ରାଜନେତାଙ୍କ ପିଲାମାନଙ୍କ ଅସାଧାରଣ ଜୀବନଶୈଳୀ ବିରୁଦ୍ଧରେ #Nepokid ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କଲା। ସରକାର ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲା। ଏହା ପରେ, Gen Z ସାରା ଦେଶରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଥିଲେ। ସରକାର ଏହାର କଠୋର ପ୍ରତିକ୍ରିୟା ପ୍ରକାଶ କଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ସାରା ଦେଶରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଶହ ଶହ ଆହତ ହୋଇଥିଲେ।  

ବାଲେନ୍ ସମଗ୍ର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଏବଂ ଯୁବପିଢି ତାଙ୍କୁ ହିରୋ ଭାବରେ ପ୍ରଶଂସା କରିଛନ୍ତି। କାଠମାଣ୍ଡୁ ମେଟ୍ରୋପଲିଟାନ୍ ସିଟି ମେୟର ବାଲେନ୍ଦ୍ର ଶାହ ସୋମବାର ଦୁର୍ନୀତି ବିରୁଦ୍ଧରେ ‘ଜେନ୍-ଜି’ ନେତୃତ୍ୱରେ ଆୟୋଜିତ ରାଲି ଏବଂ ସରକାରଙ୍କ ସାମ୍ପ୍ରତିକ ସୋସିଆଲ ମିଡିଆକୁ ବ୍ୟାନ୍ କରିବାର ନିଷ୍ପତ୍ତି ବିରୋଧରେ ସମର୍ଥନ ଜଣାଇଛନ୍ତି। ଏକ ଫେସବୁକ୍ ପୋଷ୍ଟରେ, ଶାହ କହିଛନ୍ତି, ଯଦିଓ ଆୟୋଜକଙ୍କ ଦ୍ୱାରା ନିର୍ଦ୍ଧାରିତ ବୟସ ସୀମା ଯୋଗୁଁ ସେ ଅଂଶଗ୍ରହଣ କରିପାରିବେ ନାହିଁ - ଯେଉଁମାନେ ଜେନ୍-ଜି ଙ୍କୁ ୨୮ ବର୍ଷରୁ କମ୍ ବୟସ ନିର୍ଦ୍ଧାରିତ କରିଛନ୍ତି, ତଥାପି ମଧ୍ୟ  ସେ ତାଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ନେପାଳି ଯୁବପିଢି ବାଲେନଙ୍କ ତୁଳନା ପ୍ରଧାନମନ୍ତ୍ରୀ ଓ ଶୀର୍ଷ ରାଜନେତା ଭାବରେ କରିଛନ୍ତି। ଏହା ସହ ମେୟର ପଦରୁ ଇସ୍ତଫା ଦେଇ ଦେଶର ଶାସନ ଭାର ଗ୍ରହଣ କରିବାକୁ ଅନେକ ତାଙ୍କୁ ନିବେଦନ କରି