ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କିଏ ଏହି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ଭାରତୀୟ ବଂଶଜ କାଶ ପଟେଲ୍ ? ହୋଇପାରନ୍ତି ପରବର୍ତ୍ତୀ CIA ମୁଖ୍ୟ

Published By : Gurupada Nath | November 6, 2024 11:22 PM

ନୂଆଦିଲ୍ଲୀ,୬/୧୧ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ହରାଇଛନ୍ତି। ୪ ବର୍ଷ ପରେ ପୁଣି ଟ୍ରମ୍ପ ଦ୍ଵିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଟ୍ରମ୍ପ ବହୁମତ ୨୭୦ ହାସଲ କରିବା ସହ ୨୭୭ ଇଲେକ୍ଟୋରାଲ ଭୋଟ୍ ପାଇ ସାରିଛନ୍ତି। ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଦଳ ଆଗାମୀ ସପ୍ତାହରେ ନିଜ ମନ୍ତ୍ରିମଣ୍ଡଳ ଓ ପ୍ରଶାସନରେ ଉଚ୍ଚ ଅଧିକାରୀଙ୍କ ନିଯୁକ୍ତି ପକ୍ରିୟା ଆରମ୍ଭ କରି ଦେବେ। 

ନୂଆ ପ୍ରଶାସନରେ ଉଚ୍ଚ ପଦ ପାଇଁ ପ୍ରବଳ ଦାବିଦାରଙ୍କ ମଧ୍ୟରେ ଟ୍ରମ୍ପଙ୍କ ସହଯୋଗୀ ଜେମି ଡିମନ, ସ୍କଟ ବେସେଣ୍ଟ ଓ ଜନ  ପଲସନ ସାମିଲ। ତେବେ ଟ୍ରମ୍ପ ନିଜର ବିଶ୍ଵସ୍ତ ଓ ଘନିଷ୍ଠ ଭାରତ ବଂଶଜ କଶ୍ୟପ କାଶ ପଟେଲଙ୍କୁ ଜାତୀୟ ସୁରକ୍ଷା ଦାୟିତ୍ଵ ଦେଇ ଏକ ବଡ଼ ପଦରେ ନିଯୁକ୍ତି ଦେଇ ପାରନ୍ତି। ପଟେଲ୍ଙ୍କୁ ଟ୍ରମ୍ପ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଜିଜେନ୍ସ ଏଜେନ୍ସି(ସିଆଇଏ)ର ମୁଖ୍ୟ କରି ପାରନ୍ତି। ଏହି ପଦରେ ନିଯୁକ୍ତି ପାଇଁ ଦାବିଦାରଙ୍କ ଦୌଡ଼ରେ କାଶ ପଟେଲ୍ ସବୁଠୁ ଆଗରେ ରହିଛନ୍ତି। ଟ୍ରମ୍ପଙ୍କ ଅନେକ ସହଯୋଗୀ ସିଆଇଏ ପ୍ରମୁଖ ଭାବେ ପଟେଲଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

କିଏ ଏହି କଶ୍ୟପ କାଶ ପଟେଲ୍ ?

୪୪ ବର୍ଷୀୟ  ତଥା ଭାରତୀୟ ବଂଶୋଦ୍ଭବ ପଟେଲ୍ ଟ୍ରମ୍ପଙ୍କ ବିଶ୍ଵସ୍ତ। ୧୯୮୦ ମସିହାରେ ନ୍ୟୁୟର୍କର ଗାର୍ଡେନ ସିଟିରେ ଏକ ଗୁଜରାଟୀ ଭାରତୀୟ  ପରିବାରରେ ଜନ୍ମଗ୍ରହଣ କରିଥିଲେ କାଶ ପଟେଲ୍। ପଟେଲ୍ଙ୍କ ପିତା ଏକ ବିମାନ ଚଳାଚଳ ଫାର୍ମରେ ବିତ୍ତୀୟ ଅଧିକାରୀ ଭାବେ କାମ କରିଥିଲେ। ପଟେଲ୍ ପେସ୍ ୟୁନିର୍ଭସିଟିରେ ଲ ସ୍କୁଲରୁ ସ୍ନାତକରେ ପାଠ୍ୟକ୍ରମ ପୂରା କରିଥିଲେ। କୌଣସି ପ୍ରତିଷ୍ଠିତ ଲ ଫାର୍ମରେ ଚାକିରି ନ ମିଳିବାରୁ ସେ ଏକ ପବ୍ଲିକ ଡିଫେଣ୍ଡର ଭାବେ କାମ କରିଥିଲେ। ନ୍ୟାୟ ବିଭାଗରେ ଯୋଗ ଦେବା ପୂର୍ବରୁ ସେ ମିଆମିରେ ସ୍ଥାନୀୟ ଓ ସଂଘ ଅଦାଲତରେ ପାଖାପାଖି ୯ ବର୍ଷ କାମ କରିଥିଲେ।

ସେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ଟ୍ରମ୍ପଙ୍କ ଆତଙ୍କବାଦ ବିରୋଧୀ ପରାମର୍ଶଦାତା ଓ ତାଙ୍କ ଗତ କାର୍ଯ୍ୟକାଳରେ କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବର ଚିଫ୍ ଅଫ୍ ଷ୍ଟାଫ ଭାବେ କାମ କରିଛନ୍ତି। ଟ୍ରମ୍ପଙ୍କ ଘନିଷ୍ଠ ଓ ବିଶ୍ଵସ୍ତ ଭାବେ ପରିଚିତ ପଟେଲ୍ଙ୍କୁ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ସୁରକ୍ଷା ପରାମର୍ଶଦାତା  ଗୋଷ୍ଠୀରେ ଶୀର୍ଷ ଆସନ ଦିଆଯାଇଥିଲା। 

ପଟେଲ୍ ୨୦୧୯ରେ ହାଉସ୍ ଇଣ୍ଟେଲିଜେନ୍ସ  କମିଟିର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର କର୍ମଚାରୀ ଥିଲେ। ସେ ଯୁକ୍ତ ରାଷ୍ଟ୍ର ଆମେରିକାରେ ଅନେକ ସୁରକ୍ଷା ଓ ପ୍ରତିରକ୍ଷା ପ୍ରସଙ୍ଗରେ ନିଜ ବିଚାର ବଳରେ ଟ୍ରମ୍ପଙ୍କୁ ପ୍ରଭାବିତ କରିଥିଲେ। ତେବେ ପଟେଲ୍ ନିଜର ପୂରା କ୍ୟାରିୟରରେ ବିବାଦ ଘେରରେ ରହିଛନ୍ତି। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ  ସମୟରେ ସେ ଅନେକ ଅନୁଭବୀ ରାଷ୍ଟ୍ରୀୟ ସୁରକ୍ଷା ଅଧିକାରୀଙ୍କ ସହ ତିକ୍ତତା ସଂପର୍କ ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.