ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କିଏ ଏହି ୨୨ବର୍ଷୀୟ ଭାରତୀୟ ଷ୍ଟାର୍ ? ରାଜସ୍ଥାନ ରୟାଲ୍ସ IPL ଡେବ୍ୟୁର ସ୍ବପ୍ନ କଲା ପୂରା

Published By : Gurupada Nath | May 4, 2025 8:09 PM

ମୁମ୍ବାଇ, ୪/୫ :   ଆଇପିଏଲ୍ ୨୦୨୫ର ୫୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ  ଟିମ୍ ମୁହାଁମୁହିଁ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସର ଟିମ୍ ପ୍ଲେଅଫର ରେସରେ ବାହାର ହୋଇଯାଇଛି । ସେହିଭଳି କେକେଆରର ଟପ୍-୪ରେ ସ୍ଥାନ ପକ୍କା କରିବା ଆଶା ଉଜ୍ଜିବୀତ ହୋଇଛି । କୋଲକାତାର ଇଡେନ ଗାଡେନ୍ସରେ ଖେଳାଯାଉଥିବା ଏହି ମ୍ୟାଚରେ ୨୨ବର୍ଷୀୟ ଜଣେ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଭାଗ୍ୟ ଚମକିଛି । ଯାହାକି ରାଜସ୍ଥାନ ରୟାଲ୍ସ ତାଙ୍କୁ ପ୍ଲେଇଂ ୧୧ରେ ସାମିଲ କରି ଆଇପିଏଲ୍ ଡେବ୍ୟୁର ସ୍ବପ୍ନ ପୂରା କରି ଦେଇଛି ।

ପ୍ରକାଶ ଯେ, ରାଜସ୍ଥାନ ଲାଗି ଡୋମେଷ୍ଟିକ କ୍ରିକେଟ ଖେଳୁଥିବା ଯୁବ ଓ୍ବିକେଟ କିପର ବ୍ୟାଟର କୃଣାଳ ସିଂହ ରାଠୋରଙ୍କ ଆଇପିଏଲରେ ଡେବ୍ୟୁ ହୋଇଯାଇଛି । କୃଣାଳ ସିଂହ ରାଠୋରଙ୍କୁ ଆଇପିଏଲ୍ ୨୦୨୫ ଲାଗି ହୋଇଥିବା ମେଗା ଅକ୍ସନରେ ରାଜସ୍ଥାନ ଫ୍ରାଞ୍ଚାଇଜ ୩୦ଲକ୍ଷ ଟଙ୍କା ଦେଇ ନିଜ ସହ ଯୋଡ଼ିଛି । ତାଙ୍କୁ ଆଇପିଏଲ୍ ୨୦୨୩ଅକ୍ସନରେ ବି ରାଜସ୍ଥାନ ଟିମରେ ସାମିଲ କରିଥିଲା କିନ୍ତୁ ଡେବ୍ୟୁର ସୁଯୋଗ ମିଳିନଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.