ବିହାର ରାଜନୀତିରୁ ଜାତୀୟ ରାଜନୀତି…
ରାଜ୍ୟ ସ୍ତରୀୟ ନେତାରୁ ଜାତୀୟ ହାଇକମାଣ୍ଡ…
ନୀତିଶଙ୍କ ମନ୍ତ୍ରୀମଣ୍ଡଳରୁ ଦେଶର ସାଂଗଠନିକ ମୁଖ୍ୟ…
ନୂଆଦିଲ୍ଲୀ: ଏବେ ଏବେ ବେଜେପି ଶିବିରରୁ ଏକ ବଡ ଖବର ଆସିଛି। ବିଜେପି ଏହାର ରାଷ୍ଟ୍ରୀୟ ସଭାପତି ଘୋଷଣା କରିଛି। ନୀତିନ ନବୀନ ସିହ୍ନାଙ୍କୁ ଏହାର ନୂତନ ରାଷ୍ଟ୍ରୀୟ ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେ ଏବେ ଜେପି ନଡ୍ଡାଙ୍କ ସ୍ଥାନରେ ସ୍ଥାନିତ ହେବେ । ନୀତିନ ନବୀନ ସିହ୍ନା କାୟସ୍ଥ ସମ୍ପ୍ରଦାୟର ଜଣେ ଭାରତୀୟ ରାଜନେତା ଏବଂ ସାମାଜିକ କର୍ମୀ। ନୀତିନ ନବୀନ ଏବେ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି । ଆଉ ଏହି ନୂତନ ଆଦେଶ ମିଳିବା ପରେ ଏବେ ସେ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଗ୍ରହଣ କରିବେ। ଏହା ବ୍ୟତୀତ, ନୀତିନ ନବୀନ ହେଉଛନ୍ତି ବରିଷ୍ଠ ବିଜେପି ନେତା ନବୀନ କିଶୋର ସିହ୍ନାଙ୍କ ପୁଅ। ଲଗାତାର ୫ ଥର ପାଇଁ ବାଙ୍କିପୁରରୁ ସେ ବିଧାୟକ ଅଛନ୍ତି।
ଶତ୍ରୁଘ୍ନ ସିହ୍ନାଙ୍କ ପୁଅକୁ ବଡ଼ ଭୋଟରେ ପରାସ୍ତ କରିଛନ୍ତି…
ନୀତିନ ନବୀନ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ପ୍ରାୟ ୮୪,୦୦୦ ଭୋଟରେ ଜିତିଥିଲେ। ପୂର୍ବ ନିର୍ବାଚନରେ, ସେ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନାଙ୍କୁ ବଡ଼ ଭୋଟରେ ପରାସ୍ତ କରିଥିଲେ। ନୀତିନ ନବୀନ ୨୦୦୬ରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ରାଜନୈତିକ ଦାୟିତ୍ବକୁ ସେ ହାତକୁ ନେଇଥିଲେ। ଏହା ପରେ, ସେ ୨୦୧୦, ୨୦୧୫ ଏବଂ ୨୦୨୦ ଏବଂ ଏବେ ପୁଣି ୨୦୨୫ରେ କ୍ରମାଗତ ଭାବରେ ଜିତିଛନ୍ତି। ୯ ଫେବୃଆରୀ, ୨୦୨୧ରେ ନୀତିଶ ସରକାରଙ୍କ କ୍ୟାବିନେଟ ବିସ୍ତାର ସମୟରେ ତାଙ୍କୁ ରାସ୍ତା ନିର୍ମାଣ ମନ୍ତ୍ରୀ ହେବାର ସୁଯୋଗ ଦିଆଯାଇଥିଲା। ପ୍ରଥମ ଥର ପାଇଁ, ୯ ଫେବୃଆରୀ, ୨୦୨୧ରେ ନୀତିଶ ସରକାରଙ୍କ କ୍ୟାବିନେଟ ବିସ୍ତାର ସମୟରେ ତାଙ୍କୁ ରାସ୍ତା ନିର୍ମାଣ ମନ୍ତ୍ରୀ ହେବାର ସୁଯୋଗ ଦିଆଯାଇଥିଲା।
ତୃଣମୂଳସ୍ତରର ପ୍ରଭାବ ଏବଂ ପ୍ରଶାସନିକ କ୍ଷମତାରେ ପାରଙ୍ଗମ…
ନୀତିନ ନବୀନଙ୍କୁ ବିଜେପି ଏବେ ଜାତୀୟ କାର୍ଯ୍ୟକାରିଣୀ ସଭାପତି ନିଯୁକ୍ତ କରିଛି। ତାଙ୍କ ସାଂଗଠନିକ ଅଭିଜ୍ଞତା, ତୃଣମୂଳସ୍ତରର ପ୍ରଭାବ ଏବଂ ପ୍ରଶାସନିକ କ୍ଷମତା ହେତୁ ଦଳ ନୀତିନଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛି। ତାଙ୍କର ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଆଜି ଠାରୁ ଅର୍ଥାତ ଡିସେମ୍ବର ୧୪, ୨୦୨୫ ଠାରୁ ସେ ଏହି ନୂତନ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଦଳ ଏକ ଆନୁଷ୍ଠାନିକ ସାଂଗଠନିକ ଆଦେଶ ଜାରି କରିଛି, ଯେଉଁଥିରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ସ୍ୱାକ୍ଷର କରିଛନ୍ତି। ଏହି ଆଦେଶ ସ୍ପଷ୍ଟ କରେ ଯେ ନୀତିନ ନବୀନ ଏବେ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଗ୍ରହଣ କରିବେ।
ଏହା ସହ ପଢନ୍ତୁ : ମଧ୍ୟପ୍ରଦେଶ ବିଦିଶାରେ ଭରାନଦୀକୁ ଖସିଲା ୨୫ ଜଣ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ବସ୍, ୬ ଗୁରୁତର…