ଭରାନଦୀରେ ପଡିଲା ସ୍କୁଲ ବସ୍...
ନିୟନ୍ତ୍ରଣ ହରାଇ ନଦୀକୁ ଖସିଲା ବସ୍...
ପାଣି ମଝିରୁ ଉଦ୍ଧାର ହେଲେ ଛାତ୍ରଛାତ୍ରୀ...
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏଠାକାର ଜୋହଡ ଗାଁ ନିକଟରେ ଏକ ସ୍କୁଲ ବସ୍ ଭରାନଦୀକୁ ଖସିପଡ଼ିଥିବା ସୂଚନା ମିଳୁଛି । ବସ୍ ନଦୀରେ ପଡ଼ିବା ପରେ ଅନେକ ପିଲା ଆହତ ହୋଇଛନ୍ତି, ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଆଲୋଡନ ସୃଷ୍ଟି ହୋଇଛି।
ବିଦିଶା ମେଡିକାଲ କଲେଜର ଡାକ୍ତରଙ୍କ ଅନୁଯାୟୀ"ଆଜି ପ୍ରାୟ ୧:୩୦ ସମୟରେ ଗୁରୁତର ଅବସ୍ଥାରେ ୬ ଜଣ ପିଲାଙ୍କୁ ମେଡିକାଲ କଲେଜକୁ ଅଣାଯାଇଥିଲା। ୨୫ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଜାହୋଦ ନଦୀକୁ ଖସିପଡ଼ିଥିବା ସୂଚନା ମିଳିଥିଲା। ଭର୍ତ୍ତି ହୋଇଥିବା ଛଅ ଜଣ ପିଲାଙ୍କ ମଧ୍ୟରୁ ଦୁଇଜଣଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ବାକି ପିଲାମାନେ ପ୍ରାୟ ସୁସ୍ଥ ଏବଂ ସ୍ଥିର ଅବସ୍ଥାରେ ଅଛନ୍ତି। ଘଟଣାଟି ସକାଳ ପ୍ରାୟ ୧୧ଟାରେ ଘଟିଥିବା ଜଣାପଡ଼ିଛି।"
ଅନ୍ୟପକ୍ଷରେ ହରିୟାଣାର ଚରଖି ଦାଦରୀରେ ସମାନ ଦୁର୍ଘଟଣା ଘଟିଛି। ଏଠାରେ ଏକ ରୋଡୱେଜ୍ ବସ୍ ଏବଂ ଏକ ସ୍କୁଲ ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ୧୧ଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ୧୮ ଜଣ ପିଲା ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଦାଦରୀ ବିରୋହର ରୋଡରେ ଘଟିଥିଲା। ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ ସ୍କୁଲ ବସ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ହରିୟାଣା ରୋଡୱେଜ୍ ବସ୍ ଦାଦରୀ-ବିରୋହର ରୋଡ ଦେଇ ଯାଉଥିଲା। ସେହି ସମୟରେ, ଏକ ଘରୋଇ ସ୍କୁଲ ବସ୍ ଅନ୍ୟ ପାର୍ଶ୍ୱରୁ ପିଲାମାନଙ୍କୁ ସ୍କୁଲକୁ ନେଇ ଆସୁଥିଲା। ହଠାତ୍ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା।
ଏହା ସହ ପଢନ୍ତୁ : ପର୍ତ୍ତୁଗାଲ ଯିବା ରାସ୍ତାରେ ଭାରତୀୟ ଦମ୍ପତିଙ୍କୁ ବିମାନରୁ ଅପହରଣ, ମୁକ୍ତ ପାଇଁ ୨ କୋଟି ଦାବି କଲେ ଅଜଣା ଆତତାୟୀ…