ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରତନଙ୍କ ପରେ ଟାଟା ଗ୍ରୁପ୍‌ର ଦାୟିତ୍ବ କିଏ ନେବେ ? ସାବତ ଭାଇ ନୋଏଲଙ୍କୁ ନେଇ ବଢିଲା ଚର୍ଚ୍ଚା

Published By : Harapriya Biswal | October 10, 2024 3:44 PM

ମୁମ୍ବାଇ,୧୦।୧୦: ପରଲୋକରେ ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟା। ୮୬ ବର୍ଷ ବୟସରେ ସେ ନେଇଛନ୍ତି ଶେଷ ନିଶ୍ବାସ। ଏହା ସହ ଟାଟା ଗ୍ରୁପର ଆଗକୁ କିଏ ଦାୟିତ୍ବ ନେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଏହି ରେସ୍‌ରେ ବହୁ ନୂଆ ନାଁ ସାମନାକୁ ଆସିଛି,କିନ୍ତୁ ସବୁଠାରୁ ଆଗରେ ତାଙ୍କ ସାବତ ଭାଇ ନୋଏଲ ଟାଟାଙ୍କ ନାଁ ରହିଛି। ତେବେ ଟାଟା ଗ୍ରୁପ୍ ପକ୍ଷରୁ ଏନେଇ କୌଣସି ଔପଚାରିକ ସୂଚନା ମିଳିନି।

ନୋଏଲ ହେଉଛନ୍ତି ନଭଲ ଏଚ୍ ଟାଟା ଓ ସିମୋନ୍ ଏନ୍ ଟାଟାଙ୍କ ପୁଅ। ଟାଟା ଇଣ୍ଟରନ୍ୟାସନାଲର ଅଫିସିଆଲ ଓ୍ବେବସାଇଟ୍ ଅନୁସାରେ, ନୋଏଲ ଟାଟା ଇଣ୍ଟର ନ୍ୟାସନାଲର ଅଫିସିଆଲ ଓ୍ବେବସାଇଟ୍ ଅନୁସାରେ, ନୋଏଲ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍‌ର ନନ୍-ଏଗଜିକ୍ୟୁଟିଭ୍‌ ଡାଇରେକ୍ଟର ଅଛନ୍ତି। ସେ ଟାଟା ଗ୍ରୁପ୍‌ ସହ ୪୦ ବର୍ଷ ହେବ ଜଡିତ ଅଛନ୍ତି। ଟାଟା ଗ୍ରୁପ୍‌ର ବହୁ କମ୍ପାନୀରେ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ମଧ୍ୟରେ ସାମିଲ ଅଛନ୍ତି। ସେ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍, ଭୋଲଟାଜ୍ ଓ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍‌ର ଚେୟାରମ୍ୟାନ୍ ଅଛନ୍ତି।

ଏହା ସହ ସେ ନୋଏଲ ଷ୍ଟିଲ୍‌ ଓ ଟାଇଟନ୍ କମ୍ପାନୀ ଲିମିଟେଡ୍‌ର ଭାଇସ୍ ଚେୟାରମ୍ୟାନ୍‌ ଅଛନ୍ତି। ସେ ସର ରତନ ଟାଟା ଟ୍ରଷ୍ଟ ଓ ସର୍ ଦୋରାବଜି ଟାଟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟ୍ର ଅଛନ୍ତି। ନୋଏଲ ବ୍ରିଟେନର ସସେକ୍ସ ୟୁନିଭର୍ସିଟିରୁ ଶିକ୍ଷାଗ୍ରହଣ କରିଛନ୍ତି। ଏହା ସହ INSEAD ରୁ ଇଣ୍ଟରନ୍ୟାସନାଲ ଏକଜିକ୍ୟୁଟିଭ୍ ପୋଗ୍ରାମ୍‌ ପୁରା କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ଟାଟା ଗ୍ରୁପ୍‌ ନୋଏଲଙ୍କ ୩ ସନ୍ତାନଙ୍କୁ ବୋର୍ଡରେ ସାମିଲ କରିଥିଳା। ସେମାନେ ହେଲେ ଲେହ, ମାୟା ଓ ନୋଭିଲ। ସବୁଠାରୁ ଖାସ୍ କଥା ଏହା ଯେ, ତାଙ୍କର ନିଯୁକ୍ତିରେ ୧୩୨ ବର୍ଷ ପୁରୁଣା ପରମ୍ପରା ମଧ୍ୟ ପରିବର୍ତ୍ତନ କରିଥିବାର ସଙ୍କେତ ମିଳିଛି। କାରଣ ପୂର୍ବରୁ ସାଧାରଣତଃ ବରିଷ୍ଠତା ଆଧାରରେ ଟ୍ରଷ୍ଟ୍ରିସିପ୍ ଦିଆଯାଉଥିଲା। ଲେହ, ମାୟା ଓ ନୋଭିଲ୍ ଟାଟାଙ୍କୁ ବହୁ କମ୍ପାନୀର ମ୍ୟାନେଜର ପଦବୀରେ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.