ନୂଆଦିଲ୍ଲୀ: ଡେବ୍ୟୁ କଲେ ନଜରକୁ ଆସିଲେ । ପ୍ରଥମ ଓଭରରେ ନେଲେ ୩ ଓ୍ବିକେଟ୍ । ତାହା ପୁଣି ରାଜସ୍ଥାନ ଭଳି ବ୍ୟାଟିଂରେ ଦୃଢ଼ଥିବା ଟିମ୍ ବିପକ୍ଷରେ । ପ୍ରଥମ ଓ୍ବିକେଟରେ ବିଧ୍ବଂସୀ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟଂଶୀଙ୍କ ଆଉଟ୍ କରିଥିଲେ । ଆଉ ସେହି ଓଭରରେ ଧ୍ରୁବ ଜୁରେଲ ଏବଂଲୁଆନ୍ଡ୍ରିସ୍ପ୍ରିଟୋରିଅସ୍ମଧ୍ୟଆଉଟ୍କରିଥିଲେ । ଏହି ତିନିଜଣ ଯାକ ଖେଳାଳି ଖାତା ଖୋଲି ପାରିନଥିଲେ । ପରବର୍ତ୍ତୀ ଓଭରରେ ଅଧିନାୟକ ରିୟାନ ପରାଗଙ୍କୁ ମଧ୍ୟ ଆଉଟ୍ କରିଥିଲେ । ସେ ସମୁଦାୟ ୩ ଓଭର ବୋଲିଂ କରିଥିବାବେଳେ ୪ ଓ୍ବିକେଟ୍ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏହି ଖେଳାଳି ହାଇଦ୍ରାବାଦ ପକ୍ଷରୁ ଡେବ୍ୟୁ କରିଥିବାବେଳେ ତାଙ୍କ ସମ୍ପର୍କରେ ଜାଣିବା ପାଇଁ ୟୁଜର୍ସମାନେ ସର୍ଚ୍ଚ କରିବା ଆରମ୍ଭ କରି ଦେଇଛନ୍ତି ।

ତେବେ ଆମେ ଯଦି ପ୍ରଫୁଲଙ୍କ ସମ୍ପର୍କରେ କହିବା ତାହେଲେ ସେ ହେଉଛନ୍ତି ଦ୍ରୁତ ବୋଲର । ହାଇଦ୍ରାବାଦ ବ୍ୟାକଅପ୍ ବୋଲରଭାବେ ଦଳରେ ସାମିଲ କରିଥିଲା । ତାଙ୍କୁ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା ହାଇଦ୍ରାବାଦ । କିନ୍ତୁ ଏବେ ସେ ଯେଭଳି ପ୍ରଭାବଶାଳି ବ୍ୟାଟିଂ କରିଛନ୍ତି ଆଗାମୀ ମ୍ୟାଚରେ ଦଳରେ ସ୍ଥାନ ପକ୍କା କରିବେ ନିଶ୍ଚୟ । ହାଇଦ୍ରାବାଦ ୨୧୭ ରନର ଲକ୍ଷ୍ୟ ଦେଇଥିବାବେଳେ ଲାଗୁଥିଲା କି, ରାଜସ୍ଥାନ ଏହାକୁ କରିପାରେ । କିନ୍ତୁ ପ୍ରଥମ ଓଭରରୁ ରାଜସ୍ଥାନର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ ପ୍ରଫୁଲ୍ ।

ଏହାସହ ପଢ଼ନ୍ତୁ : ରାଜସ୍ଥାନକୁ ୨୧୭ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ