ନୂଆଦିଲ୍ଲୀ,୨୩/୦୬; ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ୩ ମହଲା କୋଠାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ସେଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟର ସମେତ ଗେମିଂ ଜୋନ୍, ଗୃହପାଳିତ ପଶୁଙ୍କ କ୍ଲିନିକ୍ ଏବଂ ଅନ୍ୟ କିଛି ଦୋକାନ ରହିଥିଲା । ସବୁ ହୁତୁହୁତୁ ଜଳିଥିଲା । ଅଗ୍ନିକାଣ୍ଡ ଯୋଗୁ ୧୫ ଜଣ ଜୀବନ ଦୀପ ଲିଭିଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି । ସେମାନେ କୋଚିଂ ସେଣ୍ଟରରେ ପଢ଼ୁଥିଲେ । ଏତେ ବଡ଼ ଦୁର୍ଘଟଣା ପାଇଁ କିଏ ଦାୟୀ ? କାହାର ଭୁଲ୍ ପାଇଁ ୧୫ ଜୀବନ ଜଳିଗଲା । ଘଟଣାରେ ଆକ୍ସନ ନିଆଯାଇ ୪ ଜଣଙ୍କୁ ସସପେଣ୍ଡ କରାଯାଇଛି । ବିଲ୍ଡିଂ ମାଲିକ ଗିରଫ ହୋଇଛନ୍ତି । ୨୦୧୬ରେ ବିଲ୍ଡିଂ ଭଙ୍ଗା ଯାଇଥାନ୍ତା । ହେଲେ ୧୦ ବର୍ଷ ପରେ ୧୫ ଜୀବନ ନେଲା ସେହି ବିଲ୍ଡିଂ ନିଆଁ । ସବୁଠୁ ବଡ଼ ପ୍ରଶ୍ନ ଏତେ ବଡ଼ ଅଘଟଣର ଅସ ଦୋଷୀ କିଏ ?

ଆଲିଗଞ୍ଜର ଉଷା ମେହଟ୍ଟା ମାର୍ଗରେ ଥିବା ଉକ୍ତ ବିଲ୍ଡିଂର ବେସମେଣ୍ଟ, ଗ୍ରାଉଣ୍ଡ ଏବଂ ପ୍ରଥମ ମହଲାରେ ଗୃହପାଳିତ ପଶୁଙ୍କ ଲାଗି ଏକ କ୍ଲିନିକ୍ ଓ ଦୋକାନ ରହିଛି । ଦ୍ୱିତୀୟ ମହଲାରେ ‘ଲର୍ନିଂ ସ୍ପେସ’ ନାମକ କୋଚିଂ ସେଣ୍ଟର ଏବଂ ହେଡ୍ ହାପର ଷ୍ଟୁଡିଓ ଅଛି । ଷ୍ଟୁଡିଓରେ ୩ଡି ଆର୍ଟ ପ୍ରଡକ୍ସନ୍ ଏବଂ ଗେମ୍ ଏଡିଟ୍ ଆଉଟସୋର୍ସିଂ କାମ ହୋଇଥାଏ । ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ବେସମେଣ୍ଟରେ ଲାଗିଥିବା ଏସିରେ ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ତାହା ଭୟଙ୍କର ରୂପ ଧାରଣ କରିଥିଲା । ଉପର ମହଲା ହୁତୁହୁତୁ ହୋଇ ଜଳିଥିଲା । ଏଥିସହ ପୂରା କୋଠାରେ ଧୂଆଁ ଭରି ହୋଇଯାଇଥିଲା । ଅଗ୍ନିକାଣ୍ଡରୁ ରକ୍ଷା ପାଇବା ଲାଗି ଦ୍ୱିତୀୟ ମହଲାରେ ଥିବା ବିଲ୍ଡିଂରେ ଫଶିଥିବା ସମସ୍ତେ ଜୀବନ ବିକଳରେ ପ୍ରଥମ ମହାଲାରୁ ଡେଇଁଥିଲେ । କିଏ କିଏ ବାଥରୁମରେ ପଶିଯାଇଥିଲେ ।

ଆଲିଗଞ୍ଜର କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ୧୫ ଜୀବନ ନେଇଛି । ଏହି ଦୁର୍ଘଟଣା ପଛରେ ଯେଉଁ ସତ ସାମ୍ନାକୁ ଆସିଛି ତାହା ବ୍ୟବସ୍ଥାର ଦାୟିତ୍ୱହୀନତା ଏବଂ ଦାୟିତ୍ୱରେ ଥିବା ଲୋକଙ୍କ ଲୋଭର ପର୍ଦ୍ଦାଫାସ କରିଛି । ଯେଉଁ ବିଲ୍ଡିଂ ଜଳିପୋଡି ପାଉଁଶ ହୋଇଯାଇଛି ତାହା କେବେ ରେସିଡେନ୍ସ ବା ଆବାସିକ ଉଦ୍ଦେଶ୍ୟରେ ତିଆରି ହୋଇଥିଲା । ମାତ୍ର ୨୦୧୪ରେ ଏହାକୁ ବାଣିଜ୍ୟିକ କମ୍ପ୍ଲେକ୍ସରେ ପରିଣତ କରାଯାଇଥିଲା । ଆଜି ମଧ୍ୟ, ଏହି କୋଠାଟି ଗୃହ ଟିକସ ରେକର୍ଡରେ ଏକ ଆବାସିକ କୋଠା ଭାବରେ ତାଲିକାଭୁକ୍ତ। ଏହା ବ୍ୟତୀତ, କୋଠାର ମାଲିକ କେବେବି ଅଗ୍ନିଶମ ବିଭାଗର NOC ପାଇବାକୁ ଆବଶ୍ୟକ ମନେ କରିନଥିଲେ । ଏହାକୁ ଏଡାଇବା ପାଇଁ ନିୟମାବଳୀ ମାନିନଥିଲେ । ସବୁଠୁ ବଡ଼ ପ୍ରତିବନ୍ଧକ ଥିଲା କୋଠାର ଡିଜାଇନ୍ । ଉଦ୍ଧାରକାର୍ଯ୍ୟ ସରିବା ପରେ କୋଠାର ଅନୁମୋଦନ ଏବଂ ସୁରକ୍ଷା ନିୟମାବଳୀ ଉପରେ ପ୍ରଶ୍ନ ଉଠିଲା । ଲକ୍ଷ୍ନୌ ବିକାଶ ପ୍ରାଧିକରଣ ଦଳିଲ ଅନୁଯାୟୀ ଏହି ସମ୍ପତ୍ତି ବୀରେନ୍ଦ୍ର ପ୍ରସାଦ ଶୁକ୍ଳା ଏବଂ ତାଙ୍କ ଭାଇ ସୁରେନ୍ଦ୍ର ଶୁକ୍ଳା ଏବଂ ଧୀରେନ୍ଦ୍ର ଶୁକ୍ଳାଙ୍କ ନାମରେ ପଞ୍ଜୀକୃତ ହୋଇଛି ।

ଏହା ବି ପଢନ୍ତୁ...ଲକ୍ଷ୍ନୌ ଅଗ୍ନିକାଣ୍ଡ : ତାର ସାହାରରେ ବଞ୍ଚାଇଲେ ଜୀବନ, କାନ୍ଥ ଭାଙ୍ଗି ବାହାର ହେଲା ଶବ... ଛାତି ଥରାଇ ଦେବ ରେସକ୍ୟୁ ସମୟର ଚିତ୍ର   

 

ଅଗ୍ନିକାଣ୍ଡର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲିଗଡ଼ ଅଗ୍ନିକାଣ୍ଡରେ ଲୋକଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଲକ୍ଷ୍ନୌରେ ପହଞ୍ଚିଥିଲେ । ସବୁଠୁ ବଡ଼ କଥା କେବେ ଥମିବ ବିଲ୍ଡିଂ ଅଗ୍ନିକାଣ୍ଡ । ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡ ପରେ ଏବେ ଲକ୍ଷ୍ନୌ କୋଚିଂ ସେଣ୍ଟର ନିଆଁ ଦେଶର ସ୍ତବ୍ଧ କରିଦେଇଛି । କାହାର ଭୁଲ ପାଇଁ ଜୀବନ ଜଳିଯାଉଛି ତାହା ଏବେ ପ୍ରଶ୍ନ ଘେରରେ ।

ଏହା ବି ପଢନ୍ତୁ...Lucknow Coching Center Fire : ଲକ୍ଷ୍ନୌ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ୧୫ ମୃତ, ଜୀବନ ବଞ୍ଚାଇବାକୁ ଛାତରୁ ତଳକୁ ଡେଇଁ ପଡ଼ିଲେ