ନୂଆଦିଲ୍ଲୀ,୩୧/୧୨: ବର୍ଡର-ଗାଭାସ୍କର ଟ୍ରଫି ସିରିଜର ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ୧୮୪ରନରେ ପରାସ୍ତ ହୋଇଛି । ଏହି ଟେଷ୍ଟର ଦ୍ବିତୀୟ ଇନିଂସରେ ଯଶସ୍ବୀ ଜୈସ୍ବାଲଙ୍କ ଆଉଟକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ତୃତୀୟ ଅମ୍ପାୟାରଙ୍କ ଆଉଟ ନିଷ୍ପତ୍ତିକୁ କଡା ସମାଲୋଚନା କରାଯାଇଥିଲା । ତେବେ କିଏ ସେହି ତୃତୀୟ ଅମ୍ପାୟାର ସରଫୁଦୌଲ୍ଲ ସୈକତ ଯିଏ ଜୈସ୍ବାଲଙ୍କ ଆଉଟ ନିଷ୍ପତ୍ତି ଦେଇଥିଲେ ।
୨୦୮ଟି ବଲ ଖେଳି ୮୪ ରନ୍ କରିଥିବା ଜୈସ୍ବାଲଙ୍କୁ ପାଟ୍ କମିନ୍ସ ଆଉଟ କରିଥିଲେ । ୭୧ତମ ଓଭରରେ କମିନ୍ସ ଏକ ସଟ୍ ପିଚ ବଲକୁ ଜୈସ୍ବାଲ ଫାଇନ୍ ଲେଗ ଅଞ୍ଚଳକୁ ପୁଲ ସଟ୍ ଖେଳିବାକୁ ପ୍ରାୟସ କରି ବିଫଳ ହୋଇଥିଲେ । ବଲଟି ୱିକେଟ କିପର ଆଲେକ୍ସ କ୍ୟାରୀଙ୍କ ହାତକୁ ଯାଇଥିଲା। ଅଷ୍ଟ୍ରେଲିଆ ଦଳ ଆଉଟ ପାଇଁ ଅପିଲ କରିଥିଲା । ପଡିଆରେ ଥିବା ଅମ୍ପାୟାର ଜୋଏଲ ୱିଲସନ ନଟ ଆଉଟ୍ ନିଷ୍ପତ୍ତି ଶୁଣାଇବା ମାତ୍ରେ କମିନ୍ସ ଡିଆରଏସ ନେଇଥିଲେ । ଭିଡିଓ ରିପ୍ଲେ ପରେ ତୃତୀୟ ଅମ୍ପାୟାର ଆଉଟ୍ ନିଷ୍ପତ୍ତି ଶୁଣାଇଥିଲେ । ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । ତେବେ କିଏ ସେହି ତୃତୀୟ ଅମ୍ପାୟାର ଯିଏ ଜୈସ୍ବାଲଙ୍କୁ ଆଉଟ ନିଷ୍ପତ୍ତି ଶୁଣାଇଥିଲେ ।
କିଏ ସେହି ସୈକତ ?
ସରଫୁଦୌଲ୍ଲ ସୈକତ ବାଂଲାଦେଶ ଢାକାରେ ୧୯୭୬ ମସିହା ଅକ୍ଟୋବର ୧୬ଜନ୍ମ ଗ୍ରହଣ କରିଥିଲେ । ୨୦୦୦ରୁ ୨୦୦୧ ମଧ୍ୟରେ ସେ ଢାକା ମେଟ୍ରୋପଲିସି ପାଇଁ ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଖିଲେ । ବାମହାତୀ ସ୍ପିନର ଭାବେ ଜଣାଶୁଣା ସୈକତ ଅମ୍ପାୟାରିଂରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୦୭ ଫେବୃଆରୀରେ ସେ ପ୍ରଥମ ଶ୍ରେଣୀ ମ୍ୟାଚରେ ଅମ୍ପାରିଂରେ ଡେବ୍ୟୁ କରିଥିଲେ । ବରିସାଲ ଡିଭିଜନ ଓ ସୟଲହେଟ ଡିଭିଜନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସୈକରଙ୍କୁ ଅମ୍ପାୟାର ଭାବେ ଦେଖିବାକୁ ମିଳିଥିଲା । ୨୦୧୦ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅମ୍ପାରିଂ କରିଥିଲେ । ଚଳିତ ବର୍ଷ ବାଂଲାଦେଶର ପ୍ରଥମ ଅମ୍ପାୟାର ଭାବେ ସୈକତଙ୍କୁ ଏଲିଡି ଅମ୍ପାୟାର ପ୍ୟାନେଲରେ ସାମିଲ କରାଯାଇଥିଲା । ଏବେ ଆଇସିସିର ପ୍ୟାନେଲ ଅମ୍ପାୟାର ଭାବେ କାମ କରୁଛନ୍ତି ।
ସମାଲୋଚନା କଲେ ସୁନୀଲ-ରବି : ତୃତୀୟ ଅମ୍ପାୟାରଙ୍କ ଆଉଟ ନିଷ୍ପତ୍ତି ବିଶେଷ କରି ଟିଭି ଭାଷ୍ୟକାରଙ୍କୁ ଆଶ୍ଟର୍ଯ୍ୟ ହୋଇଥିଲେ । ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ଏହି ନିଷ୍ପତ୍ତିକୁ କଡା ସମାଲୋଚନା କରିଥିଲେ । କାରଣ ସ୍ନିକୋ ମିଟରରେ ବ୍ୟାଟ ଓ ବଲ୍ କିମ୍ବା ଜୈସ୍ବାଲଙ୍କ ଶରୀରରେ କୌଣସି ଅଂସ ବାଜିଥିବାର ପ୍ରମାଣ ଦେଖିବାକୁ ମିଳିନଥିଲା । ସ୍ନିକୋର ଗାର ସେଭଳି ସରଲରେଖାରେ ଚାଲୁ ରହିଥିଲା । ବଲଟି ଜୈସ୍ବାଲଙ୍କ ଗ୍ଲୋଭରେ ବାଜିଥିବା ଦର୍ଶାଇ ତୃତୀୟ ଅମ୍ପାୟାର ସରଫୁଦୌଲ୍ଲ ଆଉଟ୍ ନିଷ୍ପତ୍ତି ଶୁଣାଇଥିଲେ । ପଡିଆରେ ଥିବା ଅମ୍ପାୟାର ନଟଆଉଟ କହିଥିଲେ ମାତ୍ର କୌଣସି ପ୍ରମାଣ ନଥାଇ ତୃତୀୟ ଅମ୍ପାୟାର କିପରି ଆଉଟ ନିଷ୍ପତ୍ତି ଶୁଣାଇଲେ। ସ୍ନିକୋରେ ବଲ ବାଜିଥିବାର ପ୍ରମାଣ ନାହିଁ ଅର୍ଥାତ ତୃତୀୟ ଅମ୍ପାୟାରଙ୍କ ପାଖରେ ପ୍ରମାଣ ନାହିଁ କହିଥିଲେ ସୁନୀଲ ଗାଭାସ୍କର ।