ନୂଆଦିଲ୍ଲୀ,୧୭।୯: ବାଂଲାଦେଶରେ ବଢୁଛି ଆମେରିକାର ପ୍ରଭାବ। ମହମ୍ମଦ ୟୁନୁସ୍ଙ୍କ ଶାସନ କାଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ନିକଟରେ ଆମେରିକା ସେନା ଓ ବାୟୁସେନାର ବହୁ ଅଧିକାରୀ ବାଂଲାଦେଶର ଚଟୋଗ୍ରାମର ଅମାନତ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରିଥିଲେ। ଏହା ସାଧାରଣତଃ ଜାପାନରେ ଆମେରିକା ବାୟୁସେନାର ୟାକୋଟା ଷ୍ଟେସନ୍ରେ ମୁତୟନ ରହିଥାଏ। ଏଥିରେ ୧୨୦ ଆମେରିକୀୟ ଅଧିକାରୀ ଚଟଗ୍ରାମ୍ର ଏକ ହୋଟେଲରେ ଗୁପ୍ତ ଭାବରେ ପହଁଞ୍ଚିଥିଲା। ସେଠାରେ ତାଙ୍କ ପାଇଁ ପୂର୍ବରୁ ୮୫ଟି ରୁମ୍ ବୁକ୍ ହୋଇ ରହିଥିଲା। ସବୁଠାରୁ ଖାସ୍ କଥା ଏହା ଯେ, ରେଜିଷ୍ଟରରେ ତାଙ୍କ ନାଁ ଏଣ୍ଟ୍ରି କରାଯାଇ ନଥିଲା।
ମହମ୍ମଦ ୟୁନୁସ ବାଂଲାଦେଶର ମୁଖ୍ୟ ହେବାପରେ ଆମେରିକାର ଗତିବିଧି ବାଂଲାଦେଶରେ ଖୁବ୍ ବଢି ଯାଇଛି। ଆମେରିକା ଓ ଚୀନ୍ ଦୁହେଁ ମିଆଁମାରର ବିଦ୍ରୋହୀ ଗୋଷ୍ଠୀକୁ ନିଜ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିଛନ୍ତି। ଆମେରିକା ସେନା ବହୁବାର ଚଟଗ୍ରାମ୍ରେ ରହିଛି। ଏଥିରେ ବାଂଲାଦେଶ ଓ ଆମେରିକା ଭିତରେ ମିଳିତ ସମରାଭ୍ୟାସ ମଧ୍ୟ ହୋଇଛି। ଚଳିତ ବର୍ଷ ଆରମ୍ଭରୁ ଦୁଇ ଦେଶ ଚଟଗାଓଁରେ ଅପରେସନ୍ ’ସ୍ପେସିଫି୍ ଆଞ୍ଜେଲ-୨୫ ଓ ଟାଇଗର ଲାଇଟନିଂ ୨୦୨୫ ଅଭ୍ୟାସ କରିଥିଲେ। ଏବେ ପୁଣିଥରେ ଅଭ୍ୟାସ ହେଉଛି। ନର୍ଥଇଷ୍ଟ ନ୍ୟୁଜ ଅନୁସାରେ, କେବଳ ଆମେରିକା ନୁହେଁ, ଇଜିପ୍ଟ ବାୟୁସେନା ବି ଟ୍ରାନ୍ସପୋର୍ଟ ବିମାନକୁ ଗତ ୧୪ ତାରିଖରେ ଚଟଗ୍ରାମ୍ ବିମାନବନ୍ଦରରେ ଲ୍ୟାଣ୍ଡ କରିଥିଲା। । ତେବେ ଏଥର ବି ଇଜିପ୍ଟ ସୈନିକଙ୍କ ନାଁ ହୋଟେଲର ରେଜିଷ୍ଟରରେ ଲେଖାଯାଇନଥିଲା। ଏଥରୁ ସନ୍ଦେହ ହେଉଛି ଏଭଳି କ’ଣ ଘଟଣା ଯେ, ଦୁନିଆ ଆଗରେ କାହିଁକି ସବୁ ଲୁଚାଯାଉଛି।
ଉଲ୍ଲେଖନୀୟ ଯେ, ଆମେରିକା ସେନା ସହ ଶ୍ରୀଲଙ୍କା ବାୟୁସେନା ମଧ୍ୟ ବାଂଲାଦେଶରେ ପହଁଞ୍ଚିଥିଲା। ସେଠାରେ ତିନି ଦେଶର ମିଲିଟାରୀ ଏକ୍ସରସାଇଜ୍ ପାସିଫିକ୍ ଆଞ୍ଜେଲ ୨୫-୩ର ଆରମ୍ଭହୋଇଛି। ଏହି ଅଭ୍ୟାସ ୧୫ ସେପ୍ଟେମ୍ବରରେ ଆରମ୍ଭ ହୋଇ ୪ ଦିନ ଚାଲିବ। ଟାରିଫକୁ ନେଇ ଭାରତ ଓ ଆମେରିକା ଭିତରେ ଗତ କିଛି ଦିନ ଧରି ବିବାଦ ଚାଲିଛି। ଏଭଳି ସ୍ଥିତିରେ ପଡୋଶୀ ଦେଶକୁ ଆମେରିକା ବିମାନ ଆସିବା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। କାରଣ ଚଟଗ୍ରାମ ସୀମା ଭାରତୀୟ ସୀମା ନିକଟରେ ରହିଛି। ଅନ୍ୟ ଦେଶ ଉପରେ ନଜର ରଖିବା ପାଇଁ ଆମେରିକା ଏହି କ୍ଷେତ୍ରକୁ ନିଜର ଆଡ୍ଡା ଭାବରେ ବ୍ୟବହାର କରୁଛି।