ହିନ୍ଦୁଙ୍କର ସବୁଠୁ ପ୍ର୍ରିୟ ଦେବତା ସଙ୍କଟମୋଚନ ହନୁମାନ। ବ୍ୟାଧି, ଭୟ, ସଙ୍କଟରୁ ମୁକ୍ତି ଲାଗି ନାରୀପୁରୁଷ ନିର୍ବିଶେଷରେ ହନୁମାନଙ୍କର ପୂଜା କରିଥାନ୍ତି । ତେବେ ହନୁମାନଙ୍କ ପୂଜା କରିବା ସମୟରେ ମହିଳାଙ୍କ ପାଇଁ ରହିଛି କିଛି ବାରଣ ରହିଛି। ଯାହା ଭେଦଭାବ ଭିତ୍ତିରେ ହୋଇ ନାହିଁ ପରନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ‘ମର୍ଯ୍ୟାଦା’ ପ୍ରତି ସମ୍ମାନର ପ୍ରତୀକ। 

ପୁରାଣ ଶାସ୍ତ୍ର ମୁତାବକ ହନୁମାନ୍‌ ପ୍ରଭୁ ଶ୍ରୀରାମଙ୍କର ପରମ ସେବକ । ସେ ଚିରଞ୍ଜୀବୀ ପୁଣି ଆଜନ୍ମ ବ୍ରହ୍ମଚାରୀ। କେବଳ ମାତା ସୀତା ନୁହନ୍ତି, ପ୍ରତ୍ୟେକ ନାରୀଙ୍କୁ ମାତୃଶକ୍ତି ସ୍ୱରୂପ ଭାବେ ବିବେଚନା କରନ୍ତି । ମା’ ଯେପରି ସନ୍ତାନର ପାଦ ଛୁଏଁ ନାହିଁ, ସେହି ମର୍ଯ୍ୟାଦା ରକ୍ଷା ଲାଗି ମହିଳାମାନେ ହନୁମାନଙ୍କ ମୂର୍ତ୍ତି ନିକଟରେ ନତମସ୍ତକ ହେବା ସମୟରେ ତାଙ୍କ ପାଦ ସ୍ପର୍ଶ କରନ୍ତି ନାହିଁ ବା କରିବା ଅନୁଚିତ୍‌।

​​​​​​​

ପୂଜା ବେଳେ ଯଦି ଜଣେ ମହିଳା ଚାହୁଁଛନ୍ତି ମୂର୍ତ୍ତିରେ ସିନ୍ଦୂର, ପୁଷ୍ପ ଚଢ଼ାଇବା ଲାଗି ତାହା ପୂଜକଙ୍କ ଜରିଆରେ ଅର୍ପଣ କରିବା ଶ୍ରେୟସ୍କର। ହନୁମାନ୍ ଚାଳିସା ପାଠ କରିବା ବା ସୁନ୍ଦରାକାଣ୍ଡ ପଢ଼ିବା ଇତ୍ୟାଦିରେ କୌଣସି ବାରଣ ମହିଳାମାନଙ୍କ ପ୍ରତି ଲାଗୁ ହୋଇ ନ ଥାଏ ।

ଏହି ଖବରଟିକୁ ପଢନ୍ତୁ- ସ୍ନାନାଗାରର ନକାରାତ୍ମକ ଉର୍ଜା ଦୂରେଇବେ କିପରି ? ଜାଣନ୍ତୁ...