ମୁମ୍ୱାଇ : ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ଏବେସୁଦ୍ଧା ଅନେକ ସେଲେବ୍ରିଟ୍‌ଙ୍କ ପ୍ରତିକ୍ରିୟା ଆସୁଛି ଏବଂ ସମସ୍ତେ ଏହାକୁ ନେଇ ଖୁବ୍‌ ଉତ୍ତେଜିତ ହୋଇଛନ୍ତି। ଅନ୍ୟପଟେ ଶତ୍ରୁଘ୍ନ ସିହ୍ନା କିନ୍ତୁ କିଛି ଏମିତି କହି ଦେଇଛନ୍ତି ଯେ, ତାଙ୍କର ଭିଡ଼ିଓ ଭାଇରାଲ ହେଉଛି ଏବଂ ତାଙ୍କୁ ନେଗେଟିଭିଟିର ସାମ୍ନା ମଧ୍ୟ କରିବାକୁ ପଡ଼ିଛି। ସେ କହିଛନ୍ତି  - ହିନ୍ଦୁ ହିନ୍ଦୁ କଣ କହି ଚାଲିଛ। 

ଉଲ୍ଲେଖନୀୟ ଯେ, ଶତ୍ରୁଘ୍ନଙ୍କୁ ଯେତେବେଳେ ଏହି ହମଲା ବିଷୟରେ ପଚରାଗଲା ତ ସେ କହିଛନ୍ତି, କଣ ହୋଇଛି ? ଯେବେ ରିପୋର୍ଟର କହିଲେ - ଯାହା ବି ହୋଇଛି ହିନ୍ଦୁଙ୍କ ସହ, ସେ କହିଲେ ହିନ୍ଦୁ ହିନ୍ଦୁ କଣ କହୁଛ। ହିନ୍ଦୁ, ମୁସଲିମ ସବୁ ଭାରତୀୟ ଥିଲେ ସେଠାରେ।

ଏହାପରେ ଶତ୍ରୁଘ୍ନ କହିଛନ୍ତି , ଏହି ପ୍ରୋପାଙ୍ଗେଣ୍ଡା ୱାର ଅଧିକ ଚାଲୁଛି। ମୋତେ ଲାଗୁଛି ଯେ, ଏହା ସେନ୍ସଟିଭ୍‌ ମାମଲା। ଏହାକୁ ଗଭୀରତାର ସହ ଦେଖିବା ଉଚିତ। ଆମକୁ କିଛି ଏମିତି କହିବା ଉଚିତ୍‌ ନୁହେଁ ,ଯେଉଁଥିରେ ଉତ୍ତେଜନା ବଢିବ। ବର୍ତ୍ତମାନ ଘା’କୁ ଶୁଖାଇବା ଉଚିତ୍‌। ଶତ୍ରୁଘ୍ନଙ୍କ ଏହି କମେଣ୍ଟରେ ଅନେକ ଲୋକ ବିରକ୍ତି ଭାବ ପ୍ରକାଶ କରିଛନ୍ତି।

କହି ରଖୁଛୁ କି, ମଙ୍ଗଳବାର ଦ୍ୱିପ୍ରହରରେ ପହଲଗାମରେ ହଠାତ୍‌ ଆତଙ୍କୀମାନେ ହମଲା କରି ଥିଲେ, ଯେଉଁଥିରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।

ଏହି ହମଲା ପରେ ପାକିସ୍ତାନୀ ଆକ୍ଟର ଫୱାଦ ଖାନଙ୍କ ଭାରତୀୟ ଫିଲ୍ମ ଅବୀର ଗୁଲାଲ ର ରିଲିଜ୍‌ ଉପରେ ମଧ୍ୟ ରୋକ୍‌ ଲଗାଇ ଦିଆ ଯାଇଛି। ଫିଲ୍ମ ମାଧ୍ୟମରେ ଫୱାଦ ୯ବର୍ଷ ପରେ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରି ଥିଲେ, କିନ୍ତୁ ଏହି ହମଲା ପରେ ଏବେ ଏହାର ରିଲିଜ୍‌ରେ ରୋକ୍‌ ଲଗାଇ ଦିଆଯାଇଛି।