ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦିଲ୍ଲୀ ସମେତ ଉତ୍ତର ଭାରତରେ ହଠାତ୍ କାହିଁକି ବଢିଲା ଉତ୍ତାପ ? ଜାଣନ୍ତୁ

Published By : Prameya | January 22, 2025 10:17 PM

ନୂଆଦିଲ୍ଲୀ : ଦିଲ୍ଲୀରେ ବୁଧବାର ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଏହି ପାଣିପାଗର ହାରାହାରି ତାପମାତ୍ରାରୁ ୧.୮ ଡିଗ୍ରୀ ଅଧିକ। ହେଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଅନୁସାରେ , ଦିଲ୍ଲୀରେ ବାଦଲର ଗର୍ଜନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ଅନୁସାରେ , ସର୍ବାଧିକ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସର ଆଖପାଖରେ ରହିବାର ସମ୍ଭାବନା ରହିଛି। 

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି)ର ବୈଜ୍ଞାନିକ ଡା. ସୋମା ସେନ ରାୟ ଦିଲ୍ଲୀ ଓ ଉତ୍ତର ଭାରତରେ ହଠାତ୍‌ ଗରମ ବଢିବାର କାରଣ କହିଛନ୍ତି। ସେ କହିଛନ୍ତି , ଆଜି ସକାଳେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ପାଖାପାଖି ୧୨ ଡିଗ୍ରୀ ସେଲସିୟସ ରହିଛି। ଏହି ବୃଦ୍ଧି ଏକ ଦୃଢ ପଶ୍ଚିମା ଝଡ଼ ଓ ଦକ୍ଷିଣୀ ବାୟୁ ପ୍ରବାହ ଯୋଗୁଁ ଦିଲ୍ଲୀ ଯାଏ ପହଞ୍ଚିବା କାରଣରୁ ହୋଇଛି। 

ସେ ଏହା ମଧ୍ୟ କହିଛନ୍ତି କି, ଉତ୍ତର ଭାରତର ତାପମାତ୍ରାରେ ୧-୨ ଡିଗ୍ରୀ ସେଲସିୟସର ବୃଦ୍ଧି ହୋଇପାରେ। ହେଲେ ଦିଲ୍ଲରେ ତାପମାତ୍ରାରେ ଆହୁରି  ବୃଦ୍ଧି ହେବାର ସମ୍ଭାବନା ନାହିଁ। ସେ କହିଛନ୍ତି, ଦୁଇ ଦିନ ପରେ ୨୪ ଜାନୁଆରୀର ସକାଳ ଠାରୁ ତାପମାତ୍ରାରେ ଧିରେ ଧିରେ ହ୍ରାସ ଆସିପାରେ, କାରଣ ପଶ୍ଚିମା କ୍ଷେତ୍ରରୁ ହଟି ଯିବ। 

ମୌସୁମୀ ବିଭାଗ ଅନୁସାରେ , ପଞ୍ଜାବ, ହରିଆଣା,ପଶ୍ଚିମୀ ଉତ୍ତର ପ୍ରଦେଶ , ଦିଲ୍ଲୀ –ଏନସିଆର ଓ ଉତ୍ତରୀ ରାଜସ୍ଥାନରେ ଆଜି ଓ ୨୩ ଜାନୁଆରୀରେ ବର୍ଷା ହୋଇପାରେ। ସେପଟେ , ଉତ୍ତର ପ୍ରଦେଶ , ବିହାର , ଝାଡ଼ଖଣ୍ଡ , ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଘନ କୁହୁଡ଼ିର ପ୍ରଭାବ ଜାରି ରହିବ। ଦିଲ୍ଲୀରେ ବାୟୁର ଗୁଣବତ୍ତାର ସ୍ତର ଖରାପ ଶ୍ରେଣୀରେ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.