ନୂଆଦିଲ୍ଲୀ : ତମାଖୁ ଓ ସିଗାରେଟ୍‌ ଉପରେ ଟ୍ୟାକ୍ସକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ବର୍ତ୍ତମାନ ସମୟରେ ଏହି ଉତ୍ପାଦ ଗୁଡ଼ିକ ଉପରେ ୨୮ ପ୍ରତିଶତ ଜିଏସଟି ବ୍ୟତୀତ ଅନ୍ୟ ସେସ୍‌ ଓ ଶୁଳ୍କ ଲାଗି ଥାଏ, ଯେଉଁଥିରେ ମୋଟ କର ଭାର ୫୩ ପ୍ରତିଶତ ଯାଏ ପହଞ୍ଚି ଯାଏ। କିନ୍ତୁ ୱାର୍ଲ୍ଡ ହେଲଥ୍‌ ଅର୍ଗାନାଇଜେସନ ର ସୁପାରିଶ ମୁତାବିକ ଏହି ଟ୍ୟାକ୍ସ କମ୍‌ ଅଛି। 

ଆସନ୍ତୁ ଜାଣିବା ଯେ ହୁ ମୁତାବିକ , ସିଗାରେଟ୍‌ ଓ ତମାଖୁ ଉତ୍ପାଦ ଗୁଡ଼ିକ ଉପରେ କେତେ ଟ୍ୟାକ୍ସ ଲାଗିବା ଉଚିତ୍‌ ଏବଂ ଯଦି ସରକାର ସଂସ୍ଥାର ସୁପାରିଶକୁ ଲାଗୁ ମଧ୍ୟ କରନ୍ତି ତ କେତେ ମହଙ୍ଗା ହୋଇଯିବ ସିଗାରେଟ୍-ତମାଖୁ ? 

ହୁ କାହିଁକି ଚାହୁଁଛି ୭୫ ପ୍ରତିଶତ ଟ୍ୟାକ୍ସ? 

ହୁ ଅନୁସାରେ ତମାଖୁ ଉତ୍ପାଦ ଗୁଡ଼ିକ ଉପରେ ଅଧିକ ଟ୍ୟାକ୍ସ ଲାଗିବା ଦ୍ୱାରା ତାଙ୍କର ଦାମ୍‌ ବଢିବ ଏବଂ ତାଙ୍କୁ କମ୍‌ କିଣିବେ। ଭାରତରେ ତମାଖୁ ସହ ଜଡ଼ିତ ରୋଗରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇ ଥାଏ। ଅଧିକ ଟ୍ୟାକ୍ସରେ ଏହାର ଉପଲବ୍ଧତା ଓ ବ୍ୟବହାର ଉପରେ ପ୍ରଭାବ ପଡ଼ିବ। 

ହୁ ଅନୁସାରେ , ଅଧିକ ଟ୍ୟାକ୍ସରେ ସରକାରଙ୍କ ରାଜସ୍ୱରେ ବୃଦ୍ଧି ହେବ, ଯାହାକୁ ସ୍ୱାସ୍ଥ୍ୟ ଯୋଜନା ଗୁଡ଼ିକ ଉପରେ ଖର୍ଚ୍ଚ କରାଯାଇ ପାରେ। ମହଙ୍ଗା ତମାଖୁ ଉତ୍ପାଦ କିଶୋର ଓ ଯୁବବର୍ଗଙ୍କୁ ଏହା ଠାରୁ ଦୂରରେ ରଖିବାରେ ସାହାଯ୍ୟ କରିପାରେ। ଅନେକ ଦେଶରେ ଏହି ନୀତି ସଫଳ ରହିଛି। 

ଭାରତରେ ତମାଖୁ ଉପରେ କେତେ ଟ୍ୟାକ୍ସ? 

ବର୍ତ୍ତମାନରେ ଭାରତରେ ସିଗାରେଟ୍‌ ଓ ଅନ୍ୟ ତମାଖୁ ଉତ୍ପାଦ ଗୁଡ଼ିକ ଉପରେ ୫୩ ପ୍ରତିଶତ ଟ୍ୟାକ୍ସ ରହିଛି, ଯେଉଁଥିରେ ୨୮ ପ୍ରତିଶତ ଜିଏସଟି , ୫ପ୍ରତିଶତ କମ୍ପନସେସନ ସେସ୍‌ ଓ ଲମ୍ୱ ଓ ଅନ୍ୟ ବିଶେଷତ୍ୱ ଗୁଡ଼ିକର ଆଧାରରେ ୨,୦୭୬ ରୁ ୪,୧୭୦ ଟଙ୍କା ପ୍ରତି ୧,୦୦୦ ସିଗାରେଟ୍‌ର ଅତିରିକ୍ତ ଶୁଳ୍କ ସାମିଲ ଅଛି। କିନ୍ତୁ ଏହି ଦର ହୁ ର ୭୫ ପ୍ରତିଶତର ମାନକ ଠାରୁ ଖୁବ୍‌ କମ୍‌। 

ଯଦି ତମାଖୁ ଉତ୍ପାଦ ଗୁଡ଼ିକ ଉପରେ ଟ୍ୟାକ୍ସ ୭୫ ପ୍ରତିଶତ ବଢାଇ ଦିଆଯାଏ , ତ ସିଗାରେଟ୍‌ର ମୂଲ୍ୟରେ ଖୁବ୍‌ ବୃଦ୍ଧି ଘଟିବ। ମୋଟ୍‌ ଭାବେ ଗଣନା କଲେ , ଯେଉଁ ସିଗାରେଟ୍‌ ୧୦ଟଙ୍କାରେ ମିଳୁଛି , ଏହାର ଦାମ୍‌ ବଢି ୧୭.୫୦ ଟଙ୍କା ଯାଏ ପହଞ୍ଚି ପାରେ। ଅର୍ଥାତ୍‌ ସିଗାରେଟ୍ , ଯାହା ସାଧାରଣ ଦାମ୍‌ରେ ମିଳୁଛି, ଏହାକୁ କିଣିବା ପାଇଁ ଆପଣଙ୍କୁ ପାଖାପାଖି ଦେଢରୁ ଦୁଇ ଗୁଣା ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିୁବାରେ।

ସରକାରଙ୍କ କଣ ରହିଛି ?

ଇକୋନମିକ ଟାଇମ୍ସ(ଇଟି)ର ଏକ ରିପୋର୍ଟ ଅନୁସାରେ , ସରକାର ୨୦୨୬ରେ ଶେଷ ହେବାକୁ ଥିବା କମ୍ପନସେଶନ ସେସ୍‌ ପରେ ତମାଖୁ ଉତ୍ପାଦ ଗୁଡ଼ିକ ଉପରେ ଟ୍ୟାକ୍ସ ବଢାଇବାର ଯୋଜନା କରୁଛନ୍ତି । ବର୍ତ୍ତମାନ , ସରକାର ଏହି ଦିଗରେ ଦୁଇ ପ୍ରମୁଖ ବିକଳ୍ପ ଉପରେ ବିଚାର କରୁଛନ୍ତି।