ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କାହିଁକିଁ ଖବର ଠାରୁ ଦୂରରେ ଇଭାଙ୍କା ଟ୍ରମ୍ପ ? ସର୍ବଦା ବାପା ଡୋନାଲ୍ଡ ଟ୍ରମ୍ପଙ୍କ ଛାଇ ଭଳି ରହୁଥିଲେ...

Published By : Ladu Kishor | March 3, 2025 8:33 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ତଥା ଏକଦା ହ୍ୱାଇଟ୍ ହାଉସ୍‌ର ଜଣେ ଶକ୍ତିଶାଳୀ ପରାମର୍ଶଦାତା ରହିଥିବା ଇଭାଙ୍କା ଟ୍ରମ୍ପ୍ ଏବେ ଅନେକ ଦିନ ଧରି ଖବରର ଶିରୋନାମାରୁ ଦୂରରେ ରହିଛନ୍ତି। ଏବେ ସେ ନିଜେ ଏହାର କାରଣ କହିଛନ୍ତି। ଇଭାଙ୍କା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଯେ, ଫେବୃଆରୀ ମାସରେ ତାଙ୍କୁ ଏକ ଅପ୍ରତ୍ୟାଶିତ ଆଘାତ ଲାଗିଥିଲା, ଯାହା ଯୋଗୁଁ ତାଙ୍କୁ ସାଧାରଣ ସ୍ଥାନରେ କମ୍ ଦେଖିବାକୁ ମିଳିଥିଲା। 

ଇନଷ୍ଟାଗ୍ରାମରେ ତାଙ୍କର ୮.୩ ମିଲିୟନ ଫଲୋଅର୍ସଙ୍କ ସହ ନିଜ ଫଟୋ ସେୟାର କରି ଇଭାଙ୍କା କହିଛନ୍ତି ଯେ, ସେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ସେ ତାଙ୍କର ପ୍ୟାରିସ ଯାତ୍ରାର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଇଫେଲ ଟାୱାର ସାମ୍ନାରେ ପୋଜ୍ ଦେଉଥିବାର ଦେଖାଯାଇଛି।

ଇଭାଙ୍କା ତାଙ୍କ ଗୋଡ ଆଘାତକୁ ନେଇ ଏକ୍ସ-ରେ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ପାଦ ଆଙ୍ଗୁଠିର ହାଡ଼ ପରସ୍ପର ସହିତ ଉପର ତଳ ହୋଇଥିବା ଦେଖାଯାଉଛି। ଏହି ଫଟୋଟି ଫେବୃଆରୀ ୨୩ ତାରିଖର ବୋଲି କୁହାଯାଉଛି, ଯେଉଁଥିରେ ତାଙ୍କ ନାମ ଏବଂ ଜନ୍ମ ତାରିଖ ମଧ୍ୟ ଦେଖିବାକୁ ମିଳିଛି । ଏହି ପୋଷ୍ଟ ଦେଖି ପ୍ରଶଂସକ ମାନେ ଚିନ୍ତିତ ହୋଇଯାଇଛନ୍ତି ଏବଂ କମେଣ୍ଟ ସେସନରେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । 

ତଥାପି, ଆଘାତ ସତ୍ତ୍ୱେ, ଇଭାଙ୍କା କିଛି ବଡ଼ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ସେ NBA ଅଲ୍-ଷ୍ଟାର ଗେମ୍ ପରେ ତାଙ୍କ ବନ୍ଧୁ ମାନଙ୍କ ସହିତ ରାତ୍ରୀଭୋଜନ ପାଇଁ ମଧ୍ୟ ଯାଇଥିଲେ। ଇଭାଙ୍କା ତାଙ୍କ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ୨୦୨୫ ସୁପର ବୋଲରେ ମଧ୍ୟ ଦେଖା ଦେଇଥିଲେ, ଯେଉଁଠାରେ ସେମାନେ ନ୍ୟୁ ଅର୍ଲିଅନ୍ସରେ କାନସାସ ସିଟି ଚିଫ୍ସକୁ ସମର୍ଥନ କରୁଥିଲେ।

ଇଭାଙ୍କା ଟ୍ରମ୍ପ ତାଙ୍କ ପିତାଙ୍କ ପାଞ୍ଚ ସନ୍ତାନ ମଧ୍ୟରୁ ଦ୍ୱିତୀୟ। ସେ ଟ୍ରମ୍ପ ଅର୍ଗାନାଇଜେସନର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଥିଲେ। ୨୦୧୮ ମସିହାରେ ତାଙ୍କ ସ୍ୱାମୀ ଜାରେଡ୍ କୁଶନରଙ୍କ ସହ ତାଙ୍କୁ ହ୍ୱାଇଟ୍ ହାଉସରେ ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା। ଏହି ପଦବୀରେ ରହିବା ସମୟରେ, ସେ ଶିକ୍ଷା, ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ପ୍ରସଙ୍ଗଗୁଡ଼ିକ ଉପରେ ବହୁତ ଧ୍ୟାନ ଦେଇଥିଲେ। ଇଭାଙ୍କା ଟ୍ରମ୍ପ ଡୋନାଲ୍ଡ ଟ୍ରମ୍ପଙ୍କ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେ ମହିଳାଙ୍କ ସହିତ ସଂଯୋଗ ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.