ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଖାଆନ୍ତୁ ଜାମୁକୋଳି ମଞ୍ଜି ପାଉଡ଼ର; ମିଳିବ ଏହି ସବୁ ଫାଇଦା...

Published By : Anindita Ratha | July 20, 2025 8:52 AM

ଜାମୁକୋଳି ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ବିଶେଷ କରି ବର୍ଷା ଋତୁରେ ଜାମୁକୋଳି ଅଧିକ ମିଳିଥାଏ, ଯାହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି । ତେବେ ଲୋକମାନେ ଏହାକୁ ଖାଇବା ପରେ ପ୍ରାୟତଃ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଏହାର ମଞ୍ଜି ମଧ୍ୟ କେତେ ଲାଭଦାୟକ ?

ତେବେ ଜାମୁକୋଳି ମଞ୍ଜିକୁ ଶୁଖାଇ ଏବଂ ଗ୍ରାଇଣ୍ଡିଂ କରି ଏକ ଗୁଣ୍ଡ ପ୍ରସ୍ତୁତ କରାଯାଏ । ଜାମୁକୋଳି ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଉଦ୍ଭିଦ ଯୌଗିକ ପରି ପୁଷ୍ଟିକର ପଦାର୍ଥରେ ଭରପୂର । ଏହାକୁ ଏକ ପ୍ରାକୃତିକ ପରିପୂରକ ଭାବରେ ବ୍ୟବହାର କରାଯାଏ । ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ବେଶ ଭଲ । ଏଥିରେ ଜାମବୋଲିନ୍ ଏବଂ ଜାମବୋସିନ୍ ନାମକ ଯୌଗିକ ଥାଏ, ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହି ଯୌଗିକ ଇନସୁଲିନ୍ ହରମୋନ୍ କ୍ଷରଣକୁ ବୃଦ୍ଧି କରେ । 

ସେହିପରି ଜାମୁକୋଳି ମଞ୍ଜିରେ ରୋଗ ପ୍ରତିରୋଧକ ଗୁଣ ଅଛି ଯାହା ହାଇପରଗ୍ଲାଇସେମିଆକୁ ରୋକିବାରେ ସାହାଯ୍ୟ କରେ। ଏହି ଫଳର ବିହନ ବାରମ୍ବାର ପରିସ୍ରା କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ । ଜାମୁକୋଳି ମଞ୍ଜିରୁ ତିଆରି ପାଉଡର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ସେହିପରି ଜାମୁକୋଳି ମଞ୍ଜି ଶରୀରେ ଇନସୁଲିନ୍ ବୃଦ୍ଧି କରିବାରେ ସାହାଯ୍ୟ କରେ । ଯାହା ପ୍ରି-ଡାଇବେଟିସ୍ ଏବଂ ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ । ତେଣୁ ଏହାକୁ ଖାଇବା ଦ୍ୱାରା ରକ୍ତ ଶର୍କରା ସ୍ତର ଦ୍ରୁତ ଭାବରେ ବୃଦ୍ଧି ପାଏ ନାହିଁ ।

ଜାମୁକୋଳି ମଞ୍ଜି ଫାଇବରରେ ଭରପୂର । ତେଣୁ ପ୍ରତିଦିନ ସକାଳେ ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ ହୁଏ । ଫାଇବର ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ । ଏହା ଅତ୍ୟଧିକ ଖାଇବାର ଇଚ୍ଛାକୁ କମ କରେ ଏବଂ ଆପଣ ଖାଇବାର ପରିମାଣକୁ ସହଜରେ ନିୟନ୍ତ୍ରଣ କରିପାରିବେ । ଏହା ଏସିଡିଟି, ପେଟ ଫୁଲା କମ କରିପାରେ ଏବଂ ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ନିୟମିତ ବ୍ୟବହାର ବ୍ରଣ ହ୍ରାସ କରିବାରେ ଏବଂ ଚର୍ମକୁ ସଫା କରିବାରେ ସାହାଯ୍ୟ କରିପାରେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.