ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ସେୟାର ମାର୍କେଟ କ୍ରାସ୍, ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ ଟଙ୍କା... ଜାଣନ୍ତୁ କ’ଣ ରହିଛି କାରଣ ?

Published By : Prameya | November 4, 2024 3:33 PM

ନୂଆଦିଲ୍ଲୀ,୪।୧୧:  ଘରୋଇ ସେୟାର ମାର୍କେଟ ପାଇଁ ସୋମବାର ଥିଲା ଖୁବ୍ ଖରାପ ଦିନ। ସେନସେକ୍ସ ୧୪୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଁ ୭୮୨୯୪ରେ ପହଁଞ୍ଚିଥିଲା। ନିଫ୍ଟି ୪୫୪ ପଏଣ୍ଟ ହ୍ରାସ ପାଇ ୨୩୮୫୦ ରେ ରହିଥିଲା। ଏହା ଭିତରେ ସକାଳେ ସାଢେ ୧୦ଟା ସୁଦ୍ଧା ପ୍ରାୟ ବିଏସ୍‌ଇ ସୂଚୀବଦ୍ଧ ସବୁ କମ୍ପାନୀର ମାର୍କେଟ କ୍ୟାପ ୬.୮ ଲକ୍ଷ କୋଟି ଟଙ୍କା ରହିଛି। ଏପର୍ଯ୍ୟନ୍ତ ନିବେଶକଙ୍କୁ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି। 

ସେନସେକ୍ସରେ ରିଲିୟନ୍ସ ଇଣ୍ଡଷ୍ଟ୍ରୀଜ୍, ଇନଫୋସିସ୍, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ସନ୍ ଫାର୍ମା ସବୁଠାରୁ ପଛରେ ଅଛନ୍ତି। ଏଲଆଣ୍ଡଟି, ଆକ୍ସିସ୍ ବ୍ୟାଙ୍କ, ଟିସିଏସ୍‌ ଓ ଟାଟା ମୋଟର୍ସର ମଧ୍ୟ ଇଣ୍ଡେକ୍ସ ଦୁର୍ବଳ ରହିଛି। 

ଇକୋନୋମିକ୍ସ ଟାଇମ୍ସର ସୂଚନା ଅନୁସାରେ, ୫ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନକ ନେଇ ଅନିଶ୍ଚିତତା ଆଜି ଭାରତୀୟ ସେୟାର ମାର୍କେଟରେ ସୃଷ୍ଟି କରିଛି ଭୂକମ୍ପ। ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି କମଳା ହାରିସ ଓ ରିପବ୍ଲିକାନ୍ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଛି। ନିବେଶକ ସମ୍ଭାବିତ ଆର୍ଥିକ ପ୍ରଭାବ ପ୍ରତି ସାବଧାନ ଅଛନ୍ତି। ନିର୍ବାଚନ ପରିଣାମ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଥିବା ଅଲଗା ଅଲଗା ନୀତି ଦୃଷ୍ଟିକୋଣକୁ ସୃଷ୍ଟି କରିପାରେ। କମଳାଙ୍କ ବିଜୟ ଦ୍ବାରା ଆମେରିକା ଫେଡେରାଲ ରିଜର୍ଭରୁ ଅଧିକ ଉଦାର ସ୍ବଭାବ ଗ୍ରହଣ କରିବାର ପ୍ରେରଣା ମିଳିପାରେ। ହୁଏତ ଭାରତୀୟ ରିଜର୍ଭ ବ୍ୟାଙ୍କ ଘରୋଇ ଦରକୁ କମ୍ କରିପାରେ। ଏହାଦ୍ବାରା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନ୍‌ବିଏଫସି)କୁ ଲାଭ ହେବ । ଟ୍ରମ୍ପଙ୍କ ବିଜୟ ଫଳରେ ଆମେରିକାରେ ସୁଧହାର ଅଧିକ ରହିପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.