ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହିଳାଙ୍କ ପାଇଁ କାହିଁକି ଜରୁରୀ ଏହି ସବୁ ଭିଟାମିନ୍...

Published By : Harapriya Sethi | October 3, 2024 7:36 AM

ଭୁବନେଶ୍ୱର,୦୩/୧୦: ବୟସ ହିସାବରେ ମହିଳାଙ୍କ ଲାଗି ଭିନ୍ନ ଭିନ୍ନ ଭିଟାମିନର ଆବଶ୍ୟକତା ରହିଥାଏ । ଏହାସହିତ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ । ଏକ ସୁସ୍ଥ ଡାଏଟରେ ସମସ୍ତ ପ୍ରକାର ପୋଷଣ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହେଉଥିବାରୁ ସେମାନେ ସୁସ୍ଥ ରହିବା ପାଇଁ ଏକ ସ୍ୱତନ୍ତ୍ର ଭିଟାମିନର ଆବଶ୍ୟକତା ରହିଛି । ଏହି ଭିଟାମିନକୁ ସଠିକ୍‌ ମାତ୍ରାରେ ଖାଇଲେ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ହାଡ ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ମହିଳାଙ୍କ ଲାଗି କେଉଁ ସବୁ ଭିଟାମିନ୍‌ ଜରୁରୀ ।
ଭିଟାମିନ୍‌-ବି ୧୨- 
ସ୍ନାୟୁପ୍ରଣାଳୀରେ ସଠିକ୍‌ କାର୍ଯ୍ୟ ଏବଂ ଲୋହିତ ରକ୍ତ କଣିକା ଗଠନ ପାଇଁ ଭିଟାମିନ୍‌ ବି ୧୨ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ ଏହାର ଅଭାବ ହେତୁ ଥକାପଣ, ଦୁର୍ବଳତା ଓ ରକ୍ତହୀନତା ଭଳି ସମସ୍ୟା ଦେଖା ଦେଇଥାଏ । ଗର୍ଭାବସ୍ଥାରେ ମହିଳାମାନଙ୍କୁ ଅଧିକ ଭିଟାମିନ୍‌ ବି ୧୨ର ଆବଶ୍ୟକତା ରହିଛି । ମାଂସ, ମାଛ, ଅଣ୍ଡା ଏବଂ ଦୁଗ୍ଧ ଜାତ ଖାଦ୍ୟରୁ ଏହି ଭିଟାମିନ ମିଳିଥାଏ ।
ଭିଟାମିନ୍‌ ଡି-
ଭିଟାମିନ୍‌ ଡି ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ବିଶେଷ କରି ମେନୋପଜ୍ ସମୟରେ ହରମୋନ ପରିବର୍ତ୍ତନ ହେବା ଯୋଗୁ ହାଡ ଦୁର୍ବଳ ହୋଇଥାଏ । ଯାହା ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟାର ଆଶଙ୍କା ବଢାଇଥାଏ । ଭିଟାମିନ୍‌ ଡି ର ଅଭାବ ହାଡକୁ ଦୁର୍ବଳ କରିପାରେ । ଭିଟାମିନ୍‌ ଡି ର ଅଭାବ ପାଇଁ ସକାଳର ପହିଲି ସୂର୍ଯ୍ୟକିରଣରେ ବାହାରେ ବୁଲିବା ସହ ମାଛ ଏବଂ କ୍ଷୀରକୁ ଖାଦ୍ୟରେ ସାମିଲ କରନ୍ତୁ ।
ଭିଟାମିନ୍‌ କେ-
ପୁରୁଷଙ୍କ ତୁଳନାରେ ମହିଳାଙ୍କର ହୃଦଘାତ ଓ ଅନ୍ୟାନ୍ୟ ହୃଦ ରୋଗରେ ଅଧିକ ମୃତ୍ୟୁ ହୋଇଥାଏ । ଭିଟାମିନ୍‌ କେ ହୃଦରୋଗର ଆଶଙ୍କାକୁ କମ୍‌ କରିଥାଏ ଏବଂ ସୁସ୍ଥ ରଖିଥାଏ । ଏଥିପାଇଁ ପ୍ରତ୍ୟେକ ମହିଳା ନିଜ ଖାଦ୍ୟରେ ଭିଟାମିନ୍‌ କେ କୁ ସାମିଲ କରିବା ନିହାତି ଆବଶ୍ୟକ । ଭିଟାମିନ୍‌ କେ ପାଇଁ ଆପଣ ସବୁଜ ପନିପରିବା ଖାଇପାରିବେ । ଯେପରିକି ପାଳଙ୍ଗ, ବ୍ରୋକଲି, କୋବି । ମାଛ, ମାଂସ ଏବଂ ଅଣ୍ଡାରେ ମଧ୍ୟ ଭିଟାମିନ୍‌ କେ ରହିଥାଏ ।
କ୍ୟାଲସିୟମ-
ଉହିଳାଙ୍କ ପାଇଁ କ୍ୟାଲସିୟମ ଅତ୍ୟନ୍ତ ଆବଶ୍ୟକ । ବିଶେଷ କରି ଗର୍ଭାବସ୍ଥାରେ ଏହା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ଅଷ୍ଟିଓପୋରୋସିସ୍‌ ଭଳି ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ । ଗର୍ଭାବସ୍ଥାରେ କ୍ୟାଲସିୟମ ଗର୍ଭସ୍ଥ ଶିଶୁର ହାଡର ବିକାଶ ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ । କ୍ଷୀର, ଦହି, ପନିର ଏବଂ ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀରକୁ କ୍ୟାଲସିୟମ ମିଳିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.