ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆମଣଙ୍କୁ ବାରମ୍ବାର ମିଠା ଖାଇବାକୁ ଇଚ୍ଛା ହେଉଛି କି? ଜାଣନ୍ତୁ କାରଣ

Published By : Anindita Ratha | December 14, 2024 2:25 PM

ନୂଆଦିଲ୍ଲୀ,୧୪/୧୨ : ବେଳେବେଳେ  ଆମକୁ ହଠାତ୍ ମିଠା ଖାଇବାକୁ ଇଚ୍ଛା ହୋଇଥାଏ । ଆଉ ଏହି ସମୟରେ ଆମେ ଚକୋଲେଟ, କେକ୍, ଆଇସିକ୍ରିମ ଭଳି ମିଠାଜାତୀୟ ଖାଦ୍ୟ ଖାଇଥାଉ । ଆଉ ଯଦି ମିଠା ନମିଳେ ବେଶ୍  ଚିଡ୍‌ଚିଡା ଅନୁଭବ କରୁ । ହେଲେ ଆପଣ କେବେ ଭାବିଛନ୍ତି ଏହିସବୁର କାରଣ କ'ଣ? ଆସନ୍ତୁ ଜାଣିବା । 

ତେବେ  ବିଶେଷଜ୍ଞଙ୍କ ଅନୁସାରେ ''ମିଠା ଖାଇବାର ଏହି ଲାଳସାକୁ ଇଂରାଜୀରେ 'ସୁଗାର କ୍ରେଭିଙ୍ଗ' କୁହାଯାଏ।  ଯାହା ଅତି ସାଧାରଣ କଥା ।  ଶରୀରରେ କିଛି ପୋଷଣର ଅଭାବ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇପାରେ । ଯଦି କ୍ରେଭିଙ୍ଗ ଉପରେ ନିୟନ୍ତ୍ରଣ ନ ରଖନ୍ତି ଏବଂ ଇଚ୍ଛା ହେବା ମାତ୍ରେ ସମୟ ଅସମୟରେ ଅତ୍ୟଧିକ ମିଠା ସେବନ କରନ୍ତି ଏହାଦ୍ବାରା ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ମିଠା ଶରୀରରେ ଶକ୍ତି ଉତ୍ପାଦନ ତଥା ପରିଚାଳନାରେ ସାହାଯ୍ୟ କରିଥାଏ । କେବେ ଯଦି ଆମେ ମାନସିକ କିମ୍ବା ଶାରିରୀକ ଭାବେ କ୍ଲାନ୍ତ ଓ ଚାପର ସାମ୍ନା କରୁ, ଆମ ଶରୀର ତୁରନ୍ତ ଶକ୍ତି ଆବଶ୍ୟକ କରେ । ବେଳେବେଳେ ଏପରି ସ୍ଥିତିରେ ମିଠା ଖାଇବାକୁ ପ୍ରବଳ ଇଚ୍ଛା ହୁଏ ବା ସୁଗାର କ୍ରେଭିଙ୍ଗ ହୋଇଥାଏ । ମିଠା ଖାଇବା ଦ୍ବାରା ତୁରନ୍ତ ଶରୀରକୁ ଆବଶ୍ୟକ ପରିମାଣର ଶକ୍ତି ମିଳିଥାଏ । ଶରୀରରେ ବ୍ଲଡସୁଗାରରେ ପରିବର୍ତ୍ତନ କିମ୍ବା ସୁଗାର ସ୍ତର କମ୍ ହେବା ଯୋଗୁଁ କ୍ରେଭିଙ୍ଗ ହୋଇପାରେ । ସେହିପରି କିଛି ହରମୋନରେ ପରିବର୍ତ୍ତନ ମଧ୍ୟ ବେଳେବେଳେ ସୁଗାର କ୍ରେଭିଙ୍ଗ କାରଣ ହୋଇଥାଏ । ଖାସ୍ କରି ମହିଳାଙ୍କଠାରେ ଏହା ଅଧିକ ଦେଖାଯାଏ ।ଏଥିସହ ନିଦ ଅଭାବ, ଶରୀରରେ କିଛି ପୋଷଣର ଅଭାବ ହେଲେ ମିଠା ଖାଇବାକୁ କ୍ରେଭିଙ୍ଗ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.