ପ୍ରମୂଖ ଖବର
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ବିଧବାଙ୍କୁ ମିଳୁନି ଆବାସ, ପଲିଥିନ୍‌ କୁଡିଆରେ ମା’-ପୁଅଙ୍କ ସଂଘଷ

Published By : Harapriya Sethi | March 31, 2025 7:11 AM

ନନ୍ଦାହାଣ୍ଡି,୩୧/୩: ଭାଙ୍ଗିଯାଇଛି ମାଟି କାନ୍ଥ । ବାଉଁଶ ତାଟିରେ ତାକୁ ଆବଦ୍ଧ କରାଯାଇଛି । ଚାଳଛପରରେ ଉପରେ ଢଙ୍କାଯାଇଛି ପଲିଥିନ୍‌ । ପଲିଥିନ୍‌ ଢଙ୍କା ଏହି ଭଙ୍ଗାଦଦରା ବଖୁରିଏ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ବି.ମାଲଗୁଡ଼ା ଗାଁର ବିଧବା ତୁଳସା ହରିଜନ(୬୫) ଓ ତାଙ୍କ ପୁଅ । ସ୍ୱାମୀଙ୍କ ମୃତ୍ୟୁ ପରେ ଦଦରା ଘରେ ପୁଅ ସହ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି । ବି.ମାଲିଗୁଡ଼ାର ହରିଜନ ସାହିରେ ରହୁଛନ୍ତି ତୁଳସା । ଆଗରୁ ସ୍ୱାମୀ ଓ ଗୋଟିଏ ପୁଅକୁ ନେଇ ସଂସାର ଚାଲିଥିଲା । କିଛି ବର୍ଷ ତଳେ ହଠାତ୍‌ ତାଙ୍କ ହାତ ଛାଡ଼ି ଆରପାରିକୁ ଚାଲିଗଲେ ସ୍ୱାମୀ । ସେବେଠାରୁ ପୁଅ ସହ ମାଟି କୁଡ଼ିଆରେ ସେ ରହି ଆସୁଛନ୍ତି । ଗତବର୍ଷ ବର୍ଷାରେ ତାଙ୍କ କୁଡିଆର କାନ୍ଥ ଭାଙ୍ଗିଯାଇଥିଲା । ତା’ପରେ ସେ ବାଉଁଶ ତାଟିରେ ତାକୁ ଆବଦ୍ଧ କରିଥିଲେ । ବର୍ଷା ଦିନରେ ଛାତରୁ ପାଣି ଗଳୁଥିବାରୁ ଛାତ ଉପରେ ପଲିଥିନ୍‌ ଢାଙ୍କିଛନ୍ତି । 

ଏଣେ ଆବାସ ପାଇଁ ଆବଶ୍ୟକ କାଗଜପତ୍ର ଦେଇ ପଞ୍ଚାୟତ ଓ ବ୍ଲକ୍‌ ପ୍ରଶାସନ ପାଖରେ ବହୁବାର ଆବେଦନ କରିଛନ୍ତି । ଆବାସ ପାଇଁ ଅଫିସ୍‌କୁ ବାରମ୍ବାର ଦୌଡି ଦୌଡି ନିରାଶ ହୋଇଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କ ଭାଗ୍ୟରେ ଆବାସ ଜୁଟିନାହିଁ । ଉଭୟ ମା’ ପୁଅ କୁଲି ମଜୁରି ଲାଗି ଚଳି ଆସୁଛନ୍ତି । ସରକାରୀ ସହାୟତା କହିଲେ ମାସକୁ କେଇ କେଜି ଚାଉଳ ଓ ତାଙ୍କୁ ଭତ୍ତା ଟଙ୍କା ମିଳୁଛି । ଏଥିରେ କଷ୍ଟେମଷ୍ଟେ ଉଭୟ ଚଳିଯାଉଛନ୍ତି । ଘର ତିଆରି କରିବାକୁ ପାଖରେ ଅର୍ଥ ନଥିବାରୁ ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ଜୀବନଯୁଦ୍ଧରେ ସଂଘର୍ଷ କରି ଆସୁଛନ୍ତି । କେବଳ ତୁଳସା ନୁହନ୍ତ, ତାଙ୍କ ଭଳି ସାହିର ଅନ୍ୟ ଜଣେ ବିଧବା ରଞ୍ଜିତା ହରିଜନ ମଧ୍ୟ ଅନୁରୂପ ଦୁର୍ଦ୍ଦଶା ଭୋଗୁଛନ୍ତି । ଗତବର୍ଷ ବର୍ଷାରେ ତାଙ୍କ ଘର କାନ୍ଥ ମଧ୍ୟ ଭାଙ୍ଗିଯାଇଛି । ସେତେବେଳେ ବିଭାଗୀୟ ଅଧିକାରୀ କ୍ଷୟକ୍ଷତି ଆକଳନ କରିବା ସହ ପଲିଥିନ୍‌ ଯୋଗାଇ ଦେଇଥିଲେ । ତା’ପରେ ଆଉ ତାଙ୍କୁ କୌଣସି ସହାୟତା ମିଳିନାହିଁ । 

ଆଗକୁ ଆସୁଛି କାଳବୈଶାଖୀ । ଝଡ଼ବର୍ଷା କେବେତେଳେ ତୁଳସା ଓ ରଞ୍ଜିତାଙ୍କ ଘରର ଛପର ଉଡ଼ାଇ ନେବ, ତାହା କହିବା ମୁସ୍କିଲ । ତୁରନ୍ତ ଉଭୟଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ ଆମେ ପିଇଓ ଉତ୍କଳ ଭତ୍ରାଙ୍କୁ ପଚାରିବାରୁ କହିଛନ୍ତି, ସେ ନିଜେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ତା’ପରେ ପରବର୍ତ୍ତୀ ପଦକ୍ଷେପ ନେବେ । ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଦୁଇ ବିଧବାଙ୍କୁ ଆବାସ ଘର ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.