ମାଲକାନଗିରି/ଏମଭି ୭୯, ୧୭/୮ (ଆପ୍ର .) : ଚାଷ ଜମିରେ କାମ କରିବାକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ପତ୍ନୀ ହତ୍ୟା ଅଭିଯୋଗରେ ପୁଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନାସ୍ଥ ଭୁବନପାଲ୍ଲୀ ପଂଚାୟତ ଗିନିପାଲି ଗ୍ରାମରେ । ଗତ୧୫ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା । ମୃତକ ଜଣକ ହେଲେ ଭାରତୀ କୁଞ୍ଜ। ଗିରଫ ଅଭିଯୁକ୍ତ ଜଣକ ହେଲେ ଭୀମା କୁଞ୍ଜ।
ଏମଭି ୭୯ ଥାନାରେ ଭାରତୀ କୁଞ୍ଜଙ୍କ ଭାଇ ସୁରେଶ ମାଡ଼କାମିଙ୍କ ଅଭିଯୋଗ ଅନୁଯାୟୀ ଭାରତୀ କୁଞ୍ଜ ସବୁବେଳେ ଏକା ଚାଷ ଜମିକୁ ଯାଆନ୍ତି। କିନ୍ତୁ ତାଙ୍କ ସ୍ବାମୀ ଭୀମା ତାଙ୍କୁ ସାହାଯ୍ୟ କରନ୍ତି ନାହିଁ। ଭାରତୀ ଚାଷ ଜମିରୁ ଫେରିବା ପରେ ତାଙ୍କ ସ୍ୱାମୀଙ୍କ ସହ ଝଗଡ଼ା କରିଥିଲେ। ରାଗିଯାଇ ଭୀମା କୁଞ୍ଜ ଏକ କାଠ ବାଡ଼ି ନେଇ ସ୍ତ୍ରୀ ଭାରତୀଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରି ଭୀମା କୁଞ୍ଜଙ୍କୁ ଗିରଫ କରି କୋର୍ଟ ପଠାଇଥିବା ଏମଭି ୭୯ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି।