ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତଠାରୁ ଛଡ଼ାଇନେବେ ଏସିଆ କପ୍ ୨୦୨୫ର ଆୟୋଜନ ? ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ ମ୍ୟାଚ୍

Published By : Gurupada Nath | February 27, 2025 10:06 PM

ମୁମ୍ବାଇ, ୨୭/୨ :  ଏସିଆ କପର ଆୟୋଜନ ଦେଶ ଭାରତ ଅଟେ । ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବାକୁ ଅଛି । ଏଥିରେ ପ୍ରାୟ ୮ଟିମ୍ ଖେଳିବେ । ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୩ଟି ମ୍ୟାଚ୍ ଖେଳାଯାଇପାରେ । ମାତ୍ର ଏହି ମୁକାବିଲାର ଆନନ୍ଦ ଭାରତୀୟ ଫ୍ୟାନ୍ସ ଭାରତର ଷ୍ଟାଡିୟମରେ ମିସ୍ କରିବେ ।
 କ୍ରିକବଜର ରିପୋର୍ଟ ଅନୁସାରେ ଏସିସି ଏସିଆ କପ୍ ୨୦୨୫ର ଆୟୋଜନ ଭାରତ ହିଁ ରହିବ କିନ୍ତୁ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଭାରତ ବାହାରେ ହେବ । ଉଭୟ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଭଲ ନାହିଁ, ଉଭୟ ଜଣେ ଅନ୍ୟ ଜଣଙ୍କ ଦେଶକୁ ଯାଇ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି । ରିପୋର୍ଟ ଅନୁସାରେ ଏସିସି (ଏସିଆଇ କ୍ରିକେଟ କାଉନସିଲ)ଏହି ଆୟୋଜନକୁ କୌଣସି ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରିବାର ବିଚାର କରୁଛନ୍ତି ।

ରିପୋର୍ଟ ଅନୁସାରେ ଏସିଆ କପ୍ ୨୦୨୫ର ମ୍ୟାଚ୍ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ । ମାତ୍ର ଏହାର ନେତୃତ୍ବ ଭାରତ ହିଁ ରହିବ । କିନ୍ତୁ ଭାରତ ପାକିସ୍ତାନ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଯାହା କିଛି ହୋଇଛି ଏହାପରେ ଏସିଆ କପ୍ ଲାଗି ନିରପେକ୍ଷ ଭେନ୍ୟୁ ଖୋଜା ଚାଲିଛି ।

ଏସିଆ କପରେ ପ୍ରାୟ ୮ଟିମ୍ ଖେଳିବେ । ୪-୪ଟିମର ୨ଟି ଗ୍ରୁପ ବିଭାଜିତ କରାଯାଇଛି । ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ଉଭୟଙ୍କ ମଧ୍ୟରେ ଗ୍ରୁପ ଷ୍ଟେଜର ଏକ ମ୍ୟାଚ୍ ରହିବ । ଏହାପରେ ସୁପର ୪ରେ ବି ଉଭୟଙ୍କ ମଧ୍ୟରେ ମ୍ୟାଚ୍ ହୋଇପାରେ । ଯଦି ଉଭୟ ଟିମ୍ ଫାଇନାଲରେ ପହଞ୍ଚନ୍ତି ତେବେ ଭାରତ ପାକିସ୍ତାନ ମଧ୍ୟରେ ଟାଇଟେଲ୍ ଲଢେଇ ବି ଦେଖିବାକୁ ମିଳିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.