ନୂଆଦିଲ୍ଲୀ,୨୨/୦୯: ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଉତ୍ସାହ ଦେଖିବାକୁ ମିଳେ । ସେପ୍ଟେମ୍ବର ୧୪ରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଦ୍ବିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୧ରେ ଅର୍ଥାତ୍ ଗତକାଲି ଖେଳାଯାଇଥିଲା । ଦୁଇଟି ମୁକାବିଲାରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ସେପ୍ଟେମ୍ବର ୯ ତାରିଖରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଏପର୍ଯ୍ୟନ୍ତ ଦୁଇଥର ମୁହାଁମୁହିଁ ହୋଇଛନ୍ତି । ତେବେ ଭବିଷ୍ୟତରେ ସେମାନେ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି । କିନ୍ତୁ ପ୍ରଶ୍ନ ହେଉଛି, ପରବର୍ତ୍ତୀ ଭାରତ-ପାକିସ୍ତାନ ମୁକାବିଲା କେବେ ହେବ ? ଯଦି, ଟୁର୍ଣ୍ଣାମେଣ୍ଟ ଫର୍ମାଟ୍ ଅନୁସାରେ, ଏହି ଦୁଇ ଦଳ ଫାଇନାଲରେ ଏଣ୍ଟ୍ରୀ କରନ୍ତି ତେବେ ତୃତୀୟ ଥର ପାଇଁ ଦୁଇ ଦଳଙ୍କ ମଧ୍ୟରେ ଫାଇଟ୍ ହେବ । କ'ଣ କହୁଛି ସମୀକରଣ ଆସନ୍ତୁ ଜାଣନ୍ତୁ ।
ସୁପର-୪ ପର୍ଯ୍ୟାୟରେ ବର୍ତ୍ତମାନ ସ୍ଥିତି କ’ଣ ? ଭାରତ ଏବଂ ପାକିସ୍ତାନ ଉଭୟ ବର୍ତ୍ତମାନ ସୁଦ୍ଧା ଏସିଆ କପ୍ ୨୦୨୫ର ସୁପର-୪ ରାଉଣ୍ଡରେ ଖେଳୁଛନ୍ତି । ସୁପର-୪ ପଏଣ୍ଟ ତାଲିକାକୁ ଦେଖିଲେ, ଭାରତ ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରି ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଛି । ଦଳର ୨ ପଏଣ୍ଟ ଓ ୦.୬୮୯ ରେନ୍ରେଟ୍ ରହିଛି । ଭାରତଠୁ ହାରି ପାକିସ୍ତାନ ପଏଣ୍ଟ ଟେବୁଲ୍ର ଶେଷରେ ରହିଛି । ଦଳର ରନ୍ ରେଟ୍ ମାଇନସ ୦.୬୮୯ ରହିଛି । ଶ୍ରୀଲଙ୍କା ତୃତୀୟ ସ୍ଥାନରେ ଅଛି । ବାଂଲା ଦେଶର ରନ ହାର ଭଲ ଅଛି ।
ଭାରତ ଏବଂ ପାକିସ୍ତାନ ପୁଣି ହେବେ ମୁହାଁମୁହିଁ, କ’ଣ କହୁଛି ସମୀକରଣ ? ବର୍ତ୍ତମାନ ପ୍ରଶ୍ନ ହେଉଛି ଭାରତ ଏବଂ ପାକିସ୍ତାନ କିପରି ଆଗକୁ ବଢ଼ିବେ । ଯାହା ଦ୍ୱାରା ସେମାନେ ଏସିଆ କପ୍ ଫାଇନାଲରେ ପରସ୍ପରକୁ ଭେଟିବ । ଏବଂ କ’ଣ ଫ୍ୟାନ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ଭାରତ-ପାକିସ୍ତାନ କ୍ରିକେଟର ରୋମାଞ୍ଚ ଦେଖିବାର ସୁଯୋଗ ପାଇବେ ? ଆସନ୍ତୁ ଏହା ସହିତ ଜଡ଼ିତ ସମୀକରଣ ଉପରେ ନଜର ପକାଇବା ।
ଭାରତ ଏବଂ ପାକିସ୍ତାନକୁ ଏବେ ସୁପର ଫୋରରେ ୨ ଲେଖାଏଁ ମ୍ୟାଚ୍ ଖେଳିବାକୁ ପଡ଼ିବ। ଯଦି ଭାରତୀୟ ଦଳ ତାର ବିଜୟଧାରା ଜାରି ରଖେ, ତେବେ ଫାଇନାଲରେ ପହଞ୍ଚିବା ନିଶ୍ଚିତ । ସୁପର ଫୋରରେ ଭାରତଠାରୁ ହାରିବା ପରେ, ପାକିସ୍ତାନକୁ ଏବେ ଏହାର ପରବର୍ତ୍ତୀ ୨ ମ୍ୟାଚ୍ ଜିତିବାକୁ ପଡିବ । ସେପ୍ଟେମ୍ବର ୨୩ରେ ଶ୍ରୀଲଙ୍କା ଏବଂ ସେପ୍ଟେମ୍ବର ୨୫ରେ ବାଂଲାଦେଶ ବିପକ୍ଷରେ ବିଜୟୀ ହେବାକୁ ପଡ଼ିବ । ଯଦି ପାକିସ୍ତାନ ଏହି ୨ ମ୍ୟାଚ୍ ଜିତିଯାଏ, ଏବଂ ଭାରତ ସେପ୍ଟେମ୍ବର ୨୪ରେ ବାଂଲାଦେଶ ଏବଂ ସେପ୍ଟେମ୍ବର ୨୬ରେ ଶ୍ରୀଲଙ୍କାକୁ ପରାସ୍ତ କରେ, ତେବେ ସେପ୍ଟେମ୍ବର ୨୮ରେ ଏସିଆ କପ୍ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ନିଶ୍ଚିତ ହୋଇଯିବ । ବାଂଲାଦେଶ ବିପକ୍ଷ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ବାଂଲାଦେଶ ସୁପର ୪ ରାଉଣ୍ଡରେ ତା'ର ପ୍ରଥମ ମ୍ୟାଚ୍ ଜିତି ସାରିଛି ।