ନୂଆଦିଲ୍ଲୀ,୨୧/୦୧: ପଡ଼ିଆରେ ବର୍ଷିଲା ଚୌକା-ଛକା । ଆକାଶରେ ଉଡ଼ିଲା, ବାଉଣ୍ଡ୍ରୀ ଛୁଇଁଲା ବଲ୍ । ନାକେଦମ ହେଲେ ବୋଲର । ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପରେ ଅଷ୍ଟ୍ରେଲିଆର ୟଙ୍ଗ ଓପନର ୱିଲ ମାଲାଜୁକ ଜାପାନ ବିପକ୍ଷରେ ଖେଳିଛନ୍ତି ବିସ୍ଫୋରକ ପାଳି । ଟୁର୍ଣ୍ଣାମେଣ୍ଟ ଇତିହାସରେ ନୂଆ ରେକର୍ଡ କରିଛନ୍ତି । କଙ୍ଗାରୁ ଟିମ୍ର ବାମହାତୀ ବ୍ୟାଟର ୱିଲ ମାଲାଜୁକ ଜାପାନ ବିପକ୍ଷରେ ୫୫ଟି ବଲ୍ରୁ ୧୨ଚୌକା ଓ ୫ଛକା ବଳରେ ୧୦୨ ରନ କରିଥିଲେ । ୫୧ଟି ବଲରେ ଶତକ ହାସଲ କରିଥିଲେ ୱିଲ । ଯାହାକି ଏହି ଟୁର୍ଣ୍ଣାମେଣ୍ଟର ଦ୍ରୁତ ଶତକ ।
ଚଳିତ ୧୯ ବର୍ଷରୁ କମ ଦିନିକିଆ ବିଶ୍ୱକପ୍ର ଷଷ୍ଠ ଦିବସରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି । ବାଂଲାଦେଶ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍କୁ ବର୍ଷା ଧୋଇ ନେଇଛି । ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ୮ ୱିକେଟ୍ରେ ଜାପାନକୁ ପରାସ୍ତ କରିଥିଲା । ଗ୍ରୁପ୍ ଏ’ର ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜାପାନ ଦଳ ୮ ୱିକେଟ୍ ହରାଇ ୨୦୧ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ହ୍ୟୁଗୋ ତାନି-କେଲି ୭୯ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିହାର ପରମାର ୩୩, ଚାର୍ଲି ହାରା-ହିଞ୍ଜେ ୨୪ ଓ ମୋଣ୍ଟଗୋମେରି ହାରା-ହିଞ୍ଜେ ୨୯ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଡେନ କୁରେ ୩ଟି ଓ ୱିଲ ବେରୋମ ୨ଟି ୱିକେଟ୍ ନେଇଥିଲେ ।
Will Malajczuk smashes a record-breaking ton against Japan 🤩
— ICC (@ICC) January 20, 2026
Follow #U19WorldCup LIVE, broadcast details ➡️ https://t.co/jKX6xmmOJQ pic.twitter.com/MM1eyZuq6J
ଅଧିକ ପଢନ୍ତୁ...ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ; ନାଗପୁରରେ ଆଜି ପ୍ରଥମ ମୁକାବିଲା, ବିଶ୍ୱକପ ପାଇଁ ପ୍ରାକ୍ ପ୍ରସ୍ତୁତି
ଜବାବରେ ଅଷ୍ଟ୍ରେଲିଆ ୨୯.୧ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ୱିଲ ମାଲାଜୁକ ୫୫ଟି ବଲ୍ରେ ୧୨ଚୌକା ଓ ୫ଛକା ବଳରେ ୧୦୨ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିତେଶ ସାମୁଏଲ ଅପରାଜିତ ୬୦, ଷ୍ଟିଭେନ ହୋଗାନ ୧୫ ଓ ଟମ ହୋଗାନ ଅପରାଜିତ ୧୯ ରନ କରିଥିଲେ । ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧ ୱିକେଟ୍ ବିନିମୟରେ ୫୧ ରନ କରିଥିବାବେଳେ ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇ ନଥିଲା । ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ ।