ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୩ ଦିନ ଭିତରେ ଭାରତ ଛାଡ଼ିବାକୁ ସୀମା ହାଇଦରଙ୍କୁ ମିଳିଛି କି ନୋଟିସ୍‌ ? ସାମନାକୁ ଆସିଲା ସତ

Published By : Prameya | April 27, 2025 7:05 PM

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲା ପରେ ପୁଣି ଥରେ ସୀମା ହାଇଦର ଚର୍ଚ୍ଚାରେ। ଗୋଟେପଟେ ଯେଉଁଠି ଲୋକେ ତାକୁ ଅନ୍ୟ ପାକିସ୍ତାନୀଙ୍କ ପରି ଭାରତରୁ ବାହାରି ଯିବାକୁ ଦାବି କରୁଥିବା ବେଳେ ଅନ୍ୟ ପଟେ ସୀମାଙ୍କୁ ନେଇ ଅନେକ ପ୍ରକାରର ଦାବି ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏକ ମିଡ଼ିଆ ରିପୋର୍ଟରେ ତ ଏହା ମଧ୍ୟ ଦାବି କରାଯାଇଛି ଯେ ସୀମାଙ୍କୁ ୩ଦିନରେ ଭାରତ ଛାଡ଼ିବା ପାଇଁ ସରକାରଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ହେଲେ , ଲାଇଭ୍‌ ହିନ୍ଦୁସ୍ତାନ ସହ କଥାବାର୍ତ୍ତାରେ ସୀମା ହାଇଦରଙ୍କ ଓକିଲ ଏପି ସିଂହ ଏହାକୁ ଖଣ୍ଡନ କରିଛନ୍ତି। 

ସୀମାଙ୍କୁ ଦେଶ ଛାଡ଼ିବାର ନୋଟିସ୍‌ ମିଳିବାର ଦାବି ଏମିତି ସମୟରେ କରାଯାଇଛି, ଯେବେ ସରକାର ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରି ତାଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ କହିଛନ୍ତି। ‘ଲାଇଭ୍‌ ହିନ୍ଦୁସ୍ତାନ’ ସହ କଥାବାର୍ତ୍ତାରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଓ ସୀମାଙ୍କର ନାଗରିକତା ପାଇଁ ଆଇନ ଲଢେଇ ଲଢୁଥିବା ଏପି ସିଂହ କହିଛନ୍ତି, ନୋଟିସ ତ ସେତେବେଳେ ଦିଆଯିବ, ଯେବେ ସେ ସଂପର୍କରେ ନଥିବେ। ସେ ଜାମିନ ଆଦେଶର ସର୍ତ୍ତର ପାଳନ କରି ସେ ସେହି ଠିକଣାରେ ରହୁଛନ୍ତି, ଯାହାକୁ ସେ କୋର୍ଟରେ ଲେଖି ଦେଇଛନ୍ତି। ମାନନୀୟ କୋର୍ଟଙ୍କ ସର୍ତ୍ତ ଯେ, ସେ ନିଜର ଶ୍ୱଶୁର ଘରେ ହିଁ ରହିବେ ଏବଂ ସ୍ଥାନ ପରିବର୍ତ୍ତନ କରିବେ ନାହିଁ।

ପୁଣି ଥରେ ଏହା ପଚାର ଯାଇଥିଲା କି, ଦେଶ ଛାଡ଼ିବାକୁ ନେଇ କୌଣସି ନିର୍ଦ୍ଦେଶ ବା ନୋଟିସ୍‌ ସୀମାଙ୍କୁ ଦିଆଯାଇଛି କି ? ଏପି ସିଂହ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଏହିପରି ଦାବି ଫେକ୍‌ ଅଟେ। ସୀମା ହାଇଦରଙ୍କୁ କୌଣସି ପ୍ରକାରର ନୋଟିସ୍‌ ଦିଆଯାଇ ନାହିଁ। ଏପି ସିଂହ କହିଛନ୍ତି କି ,ସୀମାଙ୍କ ମାମଲାର ଯାଞ୍ଚ ଏଟିଏସ କରୁଛି। ସୀମା ହାଇଦରଙ୍କ ସବୁ କାଗଜପତ୍ର ଏଟିଏସ ପାଖରେ ଅଛି। ଏହାର ନାଗରିକତା ପାଇଁ ପିଟିସନ ମହାମହିମ ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ବିଚାରାଧିନ ରହିଛି। ଏହା ପୂର୍ବରୁ ମଧ୍ୟ ଏପି ସିଂହ ବୟାନ ଜାରି କରି କହିଥିଲେ ଯେ, ସୀମା ହାଇଦରଙ୍କ ମାମଲା ଅଲଗା , ଏହାର ମାମଲା କୋର୍ଟଙ୍କ ସାମ୍ନାରେ ବିଚାରାଧିନ ଅଛି। 

ପହଲଗାମ ହମଲା ପରେ ସୀମା ହାଇଦରଙ୍କର ସୋସିଆଲ ମିଡ଼ିଆ ସହ ଜଡ଼ିତ ପ୍ରଶ୍ନର ଜବାବରେ ଏପି ସିଂହ କହିଛନ୍ତି କି, ସୀମାଙ୍କର ଜଣେ ଝିଅ ରୋଗାଗ୍ରସ୍ତ ଅଛନ୍ତି , ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଯାହାର ଦେଖାଶୁଣାରେ ସେ ଲାଗି ପଡ଼ିଛନ୍ତି। ସିଂହ କହିଛନ୍ତି ଯେ, ସେ ଭାଇରାଲ କ୍ଲିପ୍‌ ପୁରୁଣା ,ଯେଉଁଥିରେ ସେ ହାତ ଯୋଡ଼ି କହୁଛନ୍ତି ଯେ, ସେ ପାକିସ୍ତାନର ଝିଅ ଏବଂ ଭାରତର ବୋହୂ ଓ ତାଙ୍କୁ ଦେଶରୁ ବାହାର କରା ନଯାଉ। ସିଂହ କହିଛନ୍ତି କି, ସୀମା ଏହି ହମଲାଙ୍କୁ ନେଇ ବହୁତ ଦୁଃଖିତ, କାରଣ ସେ ମଧ୍ୟ ଜଣେ ସନାତନୀ ଏବଂ ପହଲଗାମରେ ସନାତନୀଙ୍କୁ ମାରି ଦିଆ ଯାଇଛି। ଆତଙ୍କବାଦୀମାନେ ଧର୍ମ ଦେଖି ହତ୍ୟା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.