ନୂଆଦିଲ୍ଲୀ,୧୮/୧୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ୨୨ନଭେମ୍ବରରୁ ଗୋହାଟିରେ ଖେଳାଯିବ । ଦୁଇ ମ୍ୟାଚର ଟେଷ୍ଟ ସିରିଜ ପୂର୍ବରୁ ଏହି ମ୍ୟାଚରେ ଅତିଥି ଦଳ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ହରାଇ ୧-୦ରେ ଆଗରେ ଅଛି । ଏବେ ସିରିଜରେ କ୍ଲିନ ସ୍ବିପରୁ ବର୍ତ୍ତିବା ଲାଗି ଭାରତୀୟ ଟିମ୍କୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିବ । ସୂଚନା ଅନୁସାରେ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଚାଇନାମ୍ୟାନ୍ ସ୍ପିପନର କୂଲଦୀପ ଯାଦବଙ୍କ ଖେଳିବା ସହଜ ନୁହେଁ ।
ପ୍ରକାଶ ଯେ, ଭାରତୀୟ ଟିମ୍ ୨୨ନଭେମ୍ବରରୁ ଗୁହାଟିରେ ଖେଳାଯିବାକୁ ଥିବା ଦିତ୍ବୀୟ ଟେଷ୍ଟ ମ୍ୟାଚରେ ଶୁଭମନ୍ ଗିଲ ଖେଳିବା ନେଇ ଏବେ କୌଣସି ନିଷ୍ପତ୍ତି ହୋଇନାହିଁ। ମାତ୍ର କେତେକ ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଗିଲ୍ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ଓ୍ବିକେଟକିପର ବ୍ୟାଟର ଋଷଭ ପନ୍ଥ ଟିମ୍ କୁ ଲିଡ୍ କରିବେ ।
ନିତୀଶ କୁମାର ରେଡ୍ଡୀଙ୍କୁ ପୂର୍ବରୁ ଟିମ୍ ଇଣ୍ଡିଆରୁ ରିଲିଜ୍ କରିଦିଆଯାଇଥିଲା । ଫଳରେ ସେ ଇଣ୍ଡିଆ-ଏ ଲାଗି ଖେଳିପାରିବେ । ମାତ୍ର ଏବେ ପୁଣି ଥରେ ଟିମ୍ ଇଣ୍ଡିଆରେ ସାମିଲ୍ କରାଯାଇଛି । ସେ ଅଧିନାୟକ ଶୁଭମନ ଗିଲଙ୍କ ରିପ୍ଲେସମେଣ୍ଟ ଭାବେ ଟିମରେ ପୁଣି ଥରେ ଯୋଡ଼ି ହୋଇଛନ୍ତି । ଗିଲବି ଟିମ୍ ସହ ଗୁହାଟି ଯିବେ । କିନ୍ତୁ ତାଙ୍କ ଖେଳିବା ସହଜ ନୁହେଁ ।
ସୂଚନା ଅନୁସାରେ, ଚାଇନାମ୍ୟାନ୍ ସ୍ପିନର କୂଲଦୀପ ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିନପାରନ୍ତି । ଗଣମାଧ୍ୟମ ରିପୋଟ୍ସ ଅନୁସାରେ ନଭେମ୍ବର ଶେଷରେ କୂଲଦୀପ ଯାବଦଙ୍କ ବିବାହ ଅଟେ । ଏଭଳି ସ୍ଥଳେ ସେ ଛୁଟିରେ ଯାଇପାରନ୍ତି । ଏହା ବି କୁହାଯାଇଛି କି କୂଲଦୀପ ପୂର୍ବରୁ ହିଁ ବିସିସିଆଇକୁ ଲିଭ୍ ଲାଗି ଅନୁରୋଧ କରିସାରିଛନ୍ତି ।