ନୂଆଦିଲ୍ଲୀ,୪।୧୨: ଫର୍ମକୁ ଫେରିଛନ୍ତି ବିରାଟ କୋହଲି। ଫଳରେ ଭାରତୀୟ କ୍ରିକେଟ ଦୁନିଆରେ ସୃଷ୍ଟି ହୋଇଛି ଧୁମ୍। ଦକ୍ଷିଣ ଆଫ୍ରିକା ବିପକ୍ଷ ରାୟପୁର ମ୍ୟାଚ୍ରେ କୋହଲି ନିଜର ୫୩ ତମ ଓ୍ବାନଡେ ଶତକୀୟ ଇନିଂସ ଖେଳିଥିଲେ, କିନ୍ତୁ ଟିମ୍ ଜିତି ପାରିନଥିଲା। ଏହାପରେ ବି ତାଙ୍କର ଖେଳ ଓ ଖେଳିବାର ଭାବନା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
Without Kohli cricket is nothing.. pure vintage!
— Mohammad Kaif (@MohammadKaif) December 3, 2025
ଆଉ ଏହା ଭିତରେ ପୂର୍ବତନ ଭାରତୀୟ ବ୍ୟାଟର ମହମ୍ମଦ କୈଫଙ୍କ ଟ୍ବିଟ୍ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। କୋହଲିଙ୍କ ୫୩ ତମ ଦିନିକିଆ ଶତକ ପରେ କୈଫ୍ ‘ଏକ୍ସ’ରେ ଲେଖିଥିଲେ ‘ଓ୍ବିଦ୍ ଆଉଟ୍ କୋହଲି ଓ୍ବାନଡେ କ୍ରିକେଟ ଇଜ୍ ନଥିଙ୍ଗ… ପ୍ୟୁର ଭିଣ୍ଟେଜ୍! ତାପରେ ସେ ନିଜର ପୋଷ୍ଟକୁ ଏଡିଟ୍ କରିଥିଲେ। ଏଥିରେ ଲେଖିଛନ୍ତି, ଓ୍ବିଦ୍ ଆଉଟ୍ କୋହଲି କ୍ରିକେଟ୍ ଇଜ୍ ନଥିଙ୍ଗ..।’ କୋହଲିଙ୍କ ବିନା କ୍ରିକେଟ କିଛି ନୁହେଁ।’
ଏହି ପରିବର୍ତ୍ତନ ଏବେ ଫ୍ୟାନ୍ଙ୍କ ଧ୍ୟାନ ଆକର୍ଷଣ କରିଛି। କୋହଲିଙ୍କ ଉପସ୍ଥିତିର ଗୁରୁତ୍ବକୁ ପୁଣିଥରେ ପ୍ରମାଣିତ କରିଛି। ସୋସିଆଲ ମିଡିଆରେ କୈଫ୍ଙ୍କ ଏହି ରିଆକ୍ସନ୍ କ୍ରିକେଟ ପ୍ରେମୀଙ୍କ ଭିତରେ ଜୋରଦାର ଚର୍ଚ୍ଚା ଓ ବିତର୍କ ଉଭୟ ସୃଷ୍ଟି କରିଛି। ସେପଟେ ବିରେନ୍ଦ୍ର ସେହଓ୍ବାଗ ମଧ୍ୟ ସ୍ବତନ୍ତ୍ର ଭାବରେ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରିଛନ୍ତି, କୋହଲିଙ୍କ ଶତକ ନିଶା ସମ୍ପୂର୍ଣ୍ଣ ଭିନ୍ନ। ବ୍ୟାକ୍ ଟୁ ବ୍ୟାକ୍ ୧୦୦ ଫର ଦ କିଙ୍ଗ। ୫୩ ତମ ଦିନିକିଆ ଶତକ। ବିରାଟ ଅଛନ୍ତି ତ ସବୁକିଛି ସମ୍ଭବ।’ ଏହା ସହ ସେ ରୁତୁରାଜ ଗାଏକଓ୍ବାଡଙ୍କ ଶତକୀୟ ଇନିଂସକୁ ମଧ୍ୟ ପ୍ରଶଂସା କରିଛନ୍ତି। ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ଓ ଆକାଶ ଚୋପ୍ରା ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି।