ପ୍ରମୂଖ ଖବର
  • ହ୍ୱାଇଟ୍ ହାଉସରେ ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଯୋଗ ଦେଲେ ବହୁ ୟୁରୋପୀୟ ନେତା
  • ||
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ଚୋରା ମଦ ବିକ୍ରି ବନ୍ଦ ଦାବୀ, ପୁରୀ ବାଇପାସ ରାସ୍ତାରୋକୋ କଲେ ମହିଳା

Published By : Suraj Kumar | August 18, 2025 11:24 PM

 ଧଉଳି,୧୮|୮(ଆପ୍ର): ଧଉଳି ଥାନା ଶିଶୁପାଳଗଡ଼ ତୈଳଭୋଇ ସାହିରେ ଗତ ୨ ଦିନ ତଳେ ମଦପିଇ  ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହେଲେ ଚୋରା ମଦ ବ୍ୟବସାୟ ଥମିନଥିଲା l ଏହାକୁ ନେଇ ସୋମବାର ମଦ ବିକ୍ରୀକୁ ବିରୋଧ କରି ସମ୍ପୃକ୍ତ ଗ୍ରାମର ମୃତକଙ୍କ ପରିବାର ଓ ଶତାଧିକ ମହିଳା  କଟକ - ପୁରୀ ଜାତୀୟ ରାଜପଥ (ବାଇପାସ ) ରାସ୍ତାର ରେବତୀନଗର ଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି l  ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଟଙ୍କପାଣି ଓ ଉତ୍ତରା ପର୍ଯ୍ୟନ୍ତ ଗାଡିମଟର ଲାଇନ ଲାଗିଥିବା ବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା l 

ଖବରପାଇ ଧଉଳି ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ସହକାରୀ ଆରକ୍ଷୀ ନିରୀକ୍ଷକ ପ୍ରବୀର ଲେଙ୍କା, ବିଭୁ ନାରାୟଣ ସାହୁ  ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ମାତ୍ର ମଦ ବିକ୍ରୀ ବନ୍ଦ ନ ହେଲେ ରାସ୍ତାରୁ ହଟିବେ ନାହିଁ ବୋଲି ରୋକଠୋକ କହିଥିଲେ l ପରେ ଜୋନ -୨ ଅତିରିକ୍ତ ପୁଲିସ ଅଯୁକ୍ତ(ଏସିପି)କୃଷ୍ଣ ଚନ୍ଦ୍ର ପଲାଇ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମଦ ଦୋକାନ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା l 

ପ୍ରାପ୍ତ ସୂଚନା ଅନୁଯାୟୀ ଶିଶୁପାଳଗଡ଼ ଅଞ୍ଚଳର ବିଭିନ୍ନ ସାହି ବା କଲୋନୀରେ ଥିବା କିଛି ଦୋକାନରେ ଚୋରା ମଦ କାରବାର  ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି   l ସେହିପରି କିଛି ବ୍ୟବସାୟୀ ନିଜ ଗାଡ଼ିରେ ଧରି ଏହି ମାଦକ ଦ୍ରବ୍ୟ ବ୍ୟବସାୟ କରନ୍ତି l ଉକ୍ତ ଅଞ୍ଚଳରେ ବହୁଳ ମାତ୍ରାରେ ଏହି ବ୍ୟବସାୟ ଚାଲିଥିଲେ ମଧ୍ୟ ଅବକାରୀ ଓ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.