ଫିରିଙ୍ଗିଆ ,୧୧।୧୨ କନ୍ଧମାଳ ଜିଲ୍ଲରେ ନିଆଁରେ ପୋଡି ହୋଇ ଦୁଇ ଗୁରୁତର ।ଉଭୟ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା କଟ୍ରିଙ୍ଗିଆ ପଂଚାୟତ ଅନ୍ତର୍ଗତ ଗାଡିପଦର ଗ୍ରାମର କାଶିନୀ ପଡାର ରାଦ କହଁର(୬୦) ଘର ଭିତରେ ଚୁଲି ପାଖରେ ଶୋଇଥିଲେ। ଏହି ସମୟରେ ରଦଙ୍କ ପିନ୍ଧା ଲୁଗାରେ ଚୁଲି ନିଆଁ ଲାଗିବାରୁ ରଦ ଚିତ୍କାର କରି ଥିଲେ । ରଦ ଙ୍କ ଚିତ୍କାର ଶୁଣି ଘରଲୋକ ରଦ ଙ୍କ ପାଖରେ ପହଂଚି ତାଙ୍କୁ ନିଆଁରୁ ଉଦ୍ଧାର କରିଥିଲେ।  ୧୦୮ ଆମ୍ବୁଲାନ୍ସ ଡାକି ଫୁଲବାଣୀ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ ।

ଠିକ ସେହିପରି କଟ୍ରିଙ୍ଗିଆ ପଂଚାୟତ ଅନ୍ତର୍ଗତ କିରାପଲା ଗ୍ରାମର ଦୁଃଶାସନ କହଁରଙ୍କ ସ୍ତ୍ରୀ କମଳା କହଁର ନିଆଁ ପଉଥିବା ବେଳେ ତାଙ୍କ ଶାଢ଼ୀ କାନିରେ ନିଆଁ ଲାଗି ଯିବାରୁ ସେ ମଧ୍ୟ ଗୁରୁତର ହୋଇଥିଲେ । ବର୍ତ୍ତମାନଉଭୟେ ଗୁରୁତର ଫୁଲବାଣୀ ମେଡିକାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।