ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଅଭିଯୋଗ ଶୁଣିଲାନି ପୁଲିସ, ଏସପି ଅଫିସ ପରିସରରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

Published By : Suraj Kumar | August 23, 2025 9:22 PM

ଢେଙ୍କାନାଳ,୨୩।୮: ଢେଙ୍କାନାଳ ଏସପି ଅଫିସ ପରିସରରେ ଶନିବାର ସନ୍ଧ୍ୟାରେ ଜଣେ ମହିଳା ପେଟ୍ରୋଲ  ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି । ପେଟ୍ରୋଲ ଢାଳି ହେଉଥିବା ଦେଖି ପୁଲିସ କର୍ମଚାରୀ  ମହିଳାଙ୍କୁ କାବୁକରି ନେଇଛନ୍ତି । ପୁଲିସ ଅଭିଯୋଗ ନରଖି ହଇରାଣ କରୁଥିବା ମହିଳା ଅଭିଯୋଗ କରିଛନ୍ତି । ଏସପି ଅଭିନବ ସୋନଙ୍କର ମହିଳାଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । 

 ସୂଚନା ଅନୁସାରେ, ମହିଳା  ଜଣକ କିଛି ମାସ ପୁର୍ବେ ଢେ଼ଙ୍କାନାଳ ସଦର ଥାନା   ଅଙ୍କରାନ୍ତିପୁର ଗାଁର ଜଣଙ୍କୁ  ପ୍ରେମ କରି ବିବାହ କରିଛନ୍ତି । ଶାଶୁଘର ଲୋକେ ପୁଅ ବୋହୂଙ୍କୁ  ଘରେ ରଖେଇ ଦେଇ ନଥିଲେ । ମହିଳା ଓ ତାଙ୍କ ସ୍ବାମୀ ଅନୁଗୁଳରେ ଭଡାରେ ରହୁଛନ୍ତି । ଦୁଇ ଦିନ ତଳେ ସ୍ବାମୀଙ୍କ ଜଣେ ସମ୍ପର୍କୀୟ ଭାଇ ମହିଳାଙ୍କୁ ଫୋନ୍ କରି ଗାଳିଗୁଲଜ କରିଥିଲେ । ତାଙ୍କ ଶାଶୁଘର ଢେ଼ଙ୍କାନାଳ ସଦର ଥାନା ହୋଇଥିବାରୁ ମହିଳା ଶୁକ୍ରବାର ସଦର ଥାନାରେ ଅଭିଯୋଗ କରିଥିଲେ । ଗାଳିଗୁଲଜ କରିଥିବା ବ୍ୟକ୍ତିଙ୍କ ଘର ଟାଉନ ଥାନା ହୋଇଥିବାରୁ ଟାଉନ ଥାନାରେ ଅଭିଯୋଗ କରିବାକୁ କହି ସଦର ପୁଲିସ ଫେରାଇ ଦେଇଥିଲା । ଟାଉନ ଥାନାରେ ପହଞ୍ଚିବାରୁ ଟାଉନ ଥାନା ସଦର ଥାନାକୁ ପଠାଇଥିଲା । ଶେଷରେ ସଦର ଥାନା ଅଭିଯୋଗ ରଖିଥିଲା । ଶନିବାର ସକାଳେ ମହିଳା ସଦର ଥାନାରେ ପହଞ୍ଚିଥିଲେ । ସକାଳୁ ଅପରାହ୍ନ ୪ଟାଯାଏ ବସିବା ପରେ ସଦର ଥାନାର ଜଣେ ମହିଳା ଏସଆଇ ତାଙ୍କ ଅଭିଯୋଗ   ବୁଝିପାରିବେ ନାହିଁ ବୋଲି କହି ପାଟି କରିଥିଲେ । ଶେଷରେ ମହିଳା ନିରାଶ ହୋଇ ସନ୍ଧ୍ୟା ସାଢେ ୬ଟା ବେଳକୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣି ଏସପି ଅଫିସ ପରିସରେ ଢାଳି ହୋଇ ଆତ୍ମହୃତି ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ ତାଙ୍କ କାବୁ କରିନେଇଥିଲେ । ଏସପି ଶ୍ରୀ ସୋନକର ମହିଳାଙ୍କୁ ବୁଝାସୁଝା କରିଛନ୍ତି । ମହିଳାଙ୍କ ଅଭିଯୋଗ ଓ ପୁଲିସ ଅବହେଳାକୁ ନେଇ ତଦନ୍ତ ହେବ । ସଦର ଏସଡିପିଓଙ୍କୁ ଦାୟିତ୍ବ ଦିଆଯାଇଥିବା ଏସପି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.