ନୂଆଦିଲ୍ଲୀ –ଉତ୍ତର ପ୍ରଦେଶର ମୈନିପୁରୀରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି, ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ କୋଟି କୋଟି ଟଙ୍କା ଆସିଥିଲା। ଯେଉଁ ଆକାଉଣ୍ଟରେ ପୂର୍ବରୁ ପ୍ରାୟ ୪୫ ହଜାର ଟଙ୍କା ଥିଲା , ଏଥିରେ ୯କୋଟି ୯୯ ଲକ୍ଷ ୪୯ ହଜାର ୫୮୬ ଟଙ୍କା ଦେଖି ପରିବାର ଲୋକଙ୍କ ହୋସ୍ ଉଡ଼ିଗଲା। କିନ୍ତୁ ମହିଳା ସଚ୍ଚୋଟତାର ପରିଚୟ ଦେଇ ଗୋଟିଏ ବି ଟଙ୍କା ବାହାର କରି ନଥିଲେ। ବିଛୱା ଥାନା ଅଞ୍ଚଳର ଦେବଗଞ୍ଜ ଗାଁର ଏହି ମାମଲା। ଏଠାରେ ଏକ ଖୁବ୍ ହୃଦୟସ୍ପର୍ଶୀ ଓ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାର ନିବାସୀ ଜଣେ ମହିଳା, ଯାହାଙ୍କ ଆକାଉଣ୍ଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସୁଲତାନଗଞ୍ଜ ଆକାଉଣ୍ଟରେ ଅଛି, ହଠାତ୍ ସେହି ସମୟରେ ଚର୍ଚ୍ଚାକୁ ଆସି ଥିଲା, ଯେବେ ତାଙ୍କର ମୋବାଇଲକୁ କୋଟି କୋଟି ଟଙ୍କା କ୍ରେଡିଟ୍ ହେବାର ମେସେଜ ଆସି ଥିଲା।

ମହିଳାଙ୍କ ଆକାଉଣ୍ଟରେ ପ୍ରଥମେ ପାଖାପାଖି ୪୫ ହଜାର ଟଙ୍କା ଜମା ଥିଲା। ଯେବେ ତାଙ୍କର ପୁଅ ଏଟିଏମ୍ ଯାଇ ବାଲାନ୍ସ ଚେକ୍ କଲେ, ତ ସ୍କ୍ରିନରେ ୯,୯୯,୪୯,୫୮୬ ଟଙ୍କା (ପାଖାପାଖି ୧୦ କୋଟି)ର ବାଲାନ୍ସ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ପରିବାର ଲୋକେ ଏହା ଦେଖି ବିଶ୍ୱାସ କରି ପାରିଲେ ନାହିଁ, ଏହାପରେ ସେ ମୋହାଇଲରେ ଏଟିଏମ୍ ସ୍କ୍ରିନର ଭିଡ଼ିଓ ମଧ୍ୟ କଲେ, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି।

ଏତେ ପରିମାଣର ଅର୍ଥ ରାଶି ସାମ୍ନାରେ ଥିବା ସତ୍ତ୍ୱେ ମହିଳା ଓ ତାଙ୍କ ପରିବାର ଲୋଭର ବଶବର୍ତ୍ତୀ ହୋଇ ନଥିଲେ। ମହିଳା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ କୌଣସି ଆଉ କାହାର ଟଙ୍କା ଦରକାର ନାହିଁ ଏବଂ ସେ ପୂରା ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତୁତ। ସେ ସଚ୍ଚୋଟତାର ସହ ପରିଚୟ ଦେଇ ଆକାଉଣ୍ଟରୁ ଗୋଟିଏ ବି ଟଙ୍କା ବାହାର କରିବାକୁ ଚେଷ୍ଟା କରି ନଥିଲେ। ଯେବେ ଏହି ମାମଲା ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସୁଲତାନଗଞ୍ଜ ଶାଖାର ମ୍ୟାନେଜରଙ୍କ ପାଖରେ ପହଞ୍ଚିଲା, ତ ସେ କହିଥିଲେ ଯେ, ଏହି ପୂରା ଘଟଣା ଏକ ଟେକ୍ନିକାଲ ଏରର ଅର୍ଥାତ୍ ଟେକ୍ନିକାଲ ଖରାପର ପରିଣାମ।

ସିଷ୍ଟମରେ ଆସି ଥିବା କୌଣସି ତ୍ରୁଟି କାରଣରୁ ବାଲାନ୍ସ ଏତେ ଅଧିକ ଦେଖା ଦେଇ ଥିଲା। ବ୍ୟାଙ୍କ ଅଧିକାରୀମାନଙ୍କ କହିବାନୁସାରେ,ଯଦି ସେହି ମହିଳା ବ୍ରାଞ୍ଚକୁ ଆସି ଥାନ୍ତେ ତ ଏହି ସମସ୍ୟାର ତୁରନ୍ତତ ସମାଧାନ କରାଯାଇ ଥାନ୍ତା।

ବର୍ତ୍ତମାନ ଏହି ମାମଲାରେ ବ୍ୟାଙ୍କିଂ ସିଷ୍ଟମରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା କରୁଛନ୍ତି।