କୋରାପୁଟ,୮।୧୦ : କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଓଏମପି କଲୋନୀର ଏକ ଘରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଆଇଆରବିରେ କାର୍ଯ୍ୟରତ ଶିବ ଶଙ୍କର ପାତ୍ରଙ୍କ ସ୍ତ୍ରୀ ପ୍ରିୟଙ୍କା ପଣ୍ଡା । ଓଏମପି ଲାଇନ୍ ଇ-ଟାଇପର ଏକ କ୍ୱାଟରରେ ନିଆଁ ଲାଗିଥିଲା । ପଡୋଶୀମାନେ ଜାଣିବା ପରେ ତୁରନ୍ତ କୋରାପୁଟ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ଅଧିକାରୀ ବିଜୟ କିଶାନଙ୍କ ନେତୃତ୍ବରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଏକ ଜଳନ୍ତା ମୃତଦେହ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡର କାରଣ କିଛି ସ୍ୱଷ୍ଟ ହୋଇ ନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।