ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Published By : Suraj Kumar | July 6, 2025 4:18 PM

ବାସୁଦେବପୁର,୬।୭ : ବାସୁଦେବପୁର ଥାନା ଅଧୀନ ସୁଦର୍ଶନପୁର ସୁଆଁ ମଳିକ ସାହିରେ ଜଣେ  ମହିଳା ରଶି ଲଗାଇ ଆତ୍ମହତ୍ୟା  କରିଛନ୍ତି। ମୃତ ମହିଳା ହେଲେ ନାରାୟଣ ମଳିକଙ୍କ ସ୍ତ୍ରୀ ଉର୍ମିଳା (୪୨)। ଏହି ଆତ୍ମହତ୍ୟାକୁ ଝିଅର ପରିବାର ଲୋକେ ସହଜରେ ଗ୍ରହଣ କରି ପାରି ନାହାନ୍ତି।   ଝିଅକୁ ହତ୍ୟା କରାଯାଇଥିବା  ଝିଅର ମାଆ ଥାନାରେ ଅଭିଯୋଗ କରିଛନ୍ତି। 

ଶନିବାର ରାତିରେ ଉର୍ମିଳା  ଘର ଭିତରେ ଥିବା ପାଇଖାନାରେ ପଡ଼ିଥିବା ବାଉଁଶରେ ରଶି ସାହାଯ୍ୟରେ ଝୁଲି ପଡିଥିଲା। ତୁରନ୍ତ ଉର୍ମିଳାର ପୁଅ ଦେଖି ଏକ ଦାଆ ସାହାଯ୍ୟରେ ରଶିକୁ କାଟି ଉର୍ମିଳାକୁ ଉଦ୍ଧାର କରିଥିଲା। ଉର୍ମିଳାର ପ୍ରାଣବାୟୁ ଉଡିଯାଇଥିବା ଦେଖି ପୁଅ ପାଖ  ପଡୋଶୀକୁ ଖବର ଦେଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ଡାକ୍ତରଖାନା ପଠାଇଥିଲେ।   ସାଇଣ୍ଟିଫିକ ଟିମ ପହଂଚି ଘଟଣା ସ୍ଥଳରୁ କିଛି ନମୁନା ସଂଗ୍ରହ କରିଥିବା ବେଳେ ମୃତକର ସ୍ୱାମୀ ନାରାୟଣକୁ ପୋଲିସ ଜିମାରେ ରଖି ପଚରା ଉଚରା ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.