ପଟ୍ଟାମୁଣ୍ଡାଇ, ୩୧/୦୮: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଭେଣ୍ଡିଂ ଜୋନ୍‌ରେ ମହିଳାଙ୍କ ଗଳିତ ମୃତଦେହ । ଏଲ୍ଆଇସି ଅଫିସ୍ ସମ୍ମୁଖ ୩୧ ନମ୍ବର କ୍ୟାବିନ୍‌ରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତଦେହକୁ ପଟ୍ଟାମୁଣ୍ଡାଇ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ସନ୍ତୋଷ ଓରଫ ବାଇଆ କ୍ୟାବିନ୍‌କୁ ଭଡ଼ା ସୂତ୍ରରେ ନେଇ ଚକୁଳି ପିଠା ବ୍ୟବସାୟ କରୁଥିଲେ । ସେଠାରେ ସେ ଜଣେ ମହିଳାଙ୍କୁ ରଖି ବ୍ୟବସାୟ କରୁଥିଲେ । ବିଗତ କିଛି ଦିନ ତଳେ ସନ୍ତୋଷଙ୍କ ସହ ଉକ୍ତ ମହିଳାଙ୍କୁ ଧରି କୁଆଡେ ଫେରାର ଯାଇଥିଲେ । ତେବେ ଉଦ୍ଧାର ହୋଇଥିବା ଗଳିତ ମୃତଦେହଟି ସଂପୃକ୍ତ ମହିଳାଙ୍କର ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ସେଠାରେ ପହଞ୍ଚି ଛାନଭୀନ୍ କରୁଛି ।