ହିନ୍ଦୋଳ, ୨୧।୩ : ମହୁଲ ଗୋଟାଇବାକୁ ଯାଇଥିବା ବେଳେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ। ପିଟି ପିଟି ମହିଳାଙ୍କୁ ହତ୍ୟା। ଜମିବାଡି ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା ହେଲେ ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଲା ପଞ୍ଚାୟତ ଧୋବଣୀ ନନ୍ଦର ଗ୍ରାମର ଉତ୍ତମ ସାହୁ।
ଶନିବାର ସକାଳେ ଉତ୍ତମ ସାହୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ସଂଘବଦ୍ଧ ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇଥିଲେ।ସଙ୍ଗେ ସଙ୍ଗେ ପରିବାର ଲୋକେ ମହିଳାଙ୍କୁ ହିନ୍ଦୋଳ ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ହିନ୍ଦୋଳ ପୋଲିସ ଓ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ ଯେ ବହୁ ବର୍ଷ ହେବ ଗ୍ରାମର ଏକ ପରିବାର ସହ ମହିଳାଙ୍କ ଜମିବାଡିକୁ ନେଇ ଝଗଡା ଲାଗିରହିଥିଲା I ମହିଳା ଜଣକ ଗଛରୁ ମହୁଲ ଗୋଟାଉଥିଲେ ସେହି ସମୟରେ ଆକ୍ରମଣ କାରି ଏ ଗଛରୁ କାହିଁକି ମହୁଲ ଗୋଟାଉଛୁ ଏ ଗଛ ଆମର କହି ଯୁକ୍ତି ତର୍କ ଆରମ୍ଭ ହୋଇଥିଲା I ଯୁକ୍ତି ତର୍କ ଏତେ ମାତ୍ରାରେ ହୋଇଥିଲାଯେ ଆକ୍ରମଣକାରୀମାନେ ମହିଳାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ I ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି I