ରାଇରଙ୍ଗପୁର,୨୮।୫ : ଭାରସାମ୍ୟ ହରାଇ ଦୋକାନ ଘର ଭିତରକୁ ମାଡିଗଲା ପିକଅପ ଭ୍ୟାନ। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ୨୨୦ନଂ ଜାତୀୟ ରାଜପଥ ବାନାଡୁଙ୍ଗୁରି ଗ୍ରାମରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୃତକ ଜଣକ ହେଲେ ଦୋକାନ ମାଲିକାଣୀ ଛବିରାଣି ଦତ୍ତ।
ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ୨୨୦ନଂ ଜାତୀୟ ରାଜପଥ ବାନାଡୁଙ୍ଗୁରି ଗ୍ରାମରେ ଥିବା ଏକ ଏକ ଦୋକାନ ଘର ଭିତରକୁ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ମାଡିଯାଇଥିଲା। ଦୋକାନ ଭିତରେ ଥିବା ଦୋକାନ ମାଲିକାଣୀ ଛବିରାଣୀ ପିକଅପ ଭ୍ୟାନ ଧକ୍କାରେ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଚାଳକ ସେଠାରୁ ଫେରାର ହୋଇଯାଇଛି। ଖବର ପାଇ ବହଳଦା ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ : ଚଳନ୍ତା କାରରୁ ଚକ ବାହାରି ପୋଲ ତଳକୁ ଖସିଲା, ୨ ମୃତ